ETV Bharat / international

ଆଇଏସ ଆତଙ୍କୀଙ୍କ ଉପରେ ଇରାକ ସେନାର ଜୋରଦାର ହମଲା

ଇରାକ ସେନାର ଆଇଏସ ଆତଙ୍କବାଦୀ ନିପାତ ଅଭିଯାନ ପୁଣି ଆରମ୍ଭ । ଗ୍ରାମାଞ୍ଚଳରେ ଜାରି କଲା ଆକ୍ରମଣ । ଅଧିକ ପଢନ୍ତୁ...

author img

By

Published : Oct 20, 2020, 7:34 AM IST

ଆଇଏସ ଆତଙ୍କୀ
ଆଇଏସ ଆତଙ୍କୀ

ବାଗଦାଦ: କିଛି ଦିନର ନିରବ ପରେ ପୁଣି ଇରାକ ସେନା ଆଇଏସ(ଇସଲାମିକ ଷ୍ଟେଟ) ଆତଙ୍କବାଦୀ ଉପରେ ହମଲା କରିଛି । ବାଗଦାଦ ନିକଟରେ ସେନା ପୁଣି ଥରେ ଆଇଏସ ଉପରେ ଆକ୍ରମଣ କରିଥିବା ସୂଚନା ମଳିଛି ।

ସଲାଉଦ୍ଦିନ ପ୍ରଦେଶରେ ଲୁଚିଥିବା କିଛି ଆଇଏସ ଆତଙ୍କୀଙ୍କ ଉପରେ ଇରାକ ସେନା ଆକ୍ରମଣ କରିଥିବା ପ୍ରଦେଶର ପୋଲିସ ପକ୍ଷରୁ କୁହାଯାଇଛି । ଇରାକ ସେନା, ପୋଲିସ ସହିତ ଆମେରିକା ସେନାର ମିଳିତ ଯୁଦ୍ଧ ବିମାନ ବାଗଦାଦରୁ 280 କିମି ଦୂର ଶିରକଦ ଅଞ୍ଚଳରେ ଆକ୍ରମଣ କରିଛନ୍ତି ।

ବଡ ଯୁଦ୍ଧ ବିମାନ ଓ ଅନେକ ଅସ୍ତ୍ରଶସ୍ତ୍ର ଆକ୍ରମଣରେ ଆତଙ୍କୀ ଛାଉଣି ତଥା ଆତଙ୍କୀଙ୍କ ଠିକଣାକୁ ଧ୍ବଂସ କରିଦେବାକୁ ଏହି ଅପରେସନ ଚାଲିଛି । ଯେଉଁଥିରେ ଅନେକ ଆତଙ୍କୀ ଠିକଣା ନଷ୍ଟ ହୋଇଯାଇଛି । ପୋଲିସ ସୂଚନା ଅନୁସାରେ ଏହି ଅଞ୍ଚଳରେ ଅନେକ ଆଇଏସ କ୍ୟାମ୍ପ ରହିଛି । ଯାହାକୁ ସେନା ଆକ୍ରମଣ କରିବାରେ ସଫଳ ହୋଇଛି ।

ସବୁଦିନ ପାଇଁ ଏହି ଅଞ୍ଚଳରୁ ଆଇଏସ ଆତଙ୍କବାଦୀଙ୍କୁ ହଟାଇ ସେଠାରେ ସେନା ପୋଷ୍ଟ କରିବାକୁ ଏପରି ଯୁଦ୍ଧ ଆରମ୍ଭ ହୋଇଛି । ଆଇଏସ ଆତଙ୍କବାଦୀଙ୍କୁ ସମୁଳେ ନାଶ କରିବା ଏହି ଆକ୍ରମଣର ଉଦ୍ଦେଶ୍ୟ ରହିଛି । ସେହିପରି ସଲାଉଦ୍ଦିନର ଗ୍ରାମାଞ୍ଚଳରେ ଆଇଏସ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କିଛି ମାସ ହେବ ବଢିଥିବାରୁ ଏପରି କରାଯାଇଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, 2017 ମସିହାରେ ଆଇଏସ ଆତଙ୍କବାଦୀଙ୍କୁ ଇରାକ ସୈନ୍ୟ ହରାଇବା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି । ତଥାପି ଅନେକ ଅଞ୍ଚଳରେ ଆଇଏସ ଆତଙ୍କବାଦୀ ମାନେ ରହିଥିବାରୁ ଧିରେ ଧିରେ ସେମାନଙ୍କୁ ନିପାତ କରୁଛି ଇରାକ ସେନା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.