ତେହରାନ:ସାରା ବିଶ୍ବ ଏବେ କୋରୋନା ଆତଙ୍କରେ ଆତଙ୍କିତ । ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି । ଇରାନ ପ୍ରାଣଘାତକ କୋରୋନାରେ ଅଧିକ ପ୍ରଭାବିତ । ଏପରିସ୍ଥଳେ କୋରୋନା କାୟା ବିସ୍ତାରକୁ ଅଟକାଇବା ପାଇଁ ଇରାନ ସରକାର 85ହଜାର କଏଦୀଙ୍କୁ ଅସ୍ଥାୟୀ ଭାବରେ ଖଲାସ କରିଛନ୍ତି ।
ଇରାନରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 998 ଜଣଙ୍କ ପ୍ରାଣ ଯାଇଥିବା ବେଳେ 16169 ଜଣ ସଂକ୍ରମିତ ରହିଛନ୍ତି । ଚୀନ ପରେ କୋରୋନର କବଳରେ ଇରାନ ଦ୍ବିତୀୟ ରାଷ୍ଟ୍ର ଭାବରେ ପ୍ରଭାବିତ ରହିଛି । ମଙ୍ଗଳବାର ଇରାନ ନ୍ୟାୟପାଳିକାର ମୁଖପାତ୍ର ଗୋଲାମୋହସେନ୍ ଏସମାଇଲି କହିଛନ୍ତି ଯେ, ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମସ୍ତ ‘ସୁରକ୍ଷା ସମ୍ବନ୍ଧୀୟ’ ମାମଲାରେ କଏଦ ହୋଇଥିଲେ ।
ବନ୍ଦୀରୁ ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ବିରୋଧୀଦଳ ନେତା ମେହେଡି କରୋବିଙ୍କ ପୁଅ ମହମ୍ମଦ ହୋସେନ୍ କରୋବି ରହିଛନ୍ତି । ସେ ପ୍ରାୟ ଦୁଇ ମାସ ହେଲା ଜେଲରେ ରହିଥିଲେ । 2016 ମସିହାରୁ ଇରାନରେ ଜେଲରେ ଥିବା ବ୍ରିଟିଶ-ଇରାନ ମହିଳା ନାଜାନିନ ଜାଗରୀ-ରାଟକ୍ଲିଫଙ୍କୁ ମୁକ୍ତ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ଏଠାରେ ସୂଚନା ଯୋଗ୍ୟ, ସାରା ବିଶ୍ବରେ 162 ଦେଶରେ କୋରୋନା ଆତଙ୍କ । ପାଖାପାଖି 186966 କୋରୋନା ଭାଇରସ କେସ ସାମ୍ନାକୁ ଆସିଥିବା ବେଳେ ବିଶ୍ବରେ ମୋଟ 7411 ଜଣ ପ୍ରାଣ ହରାଇଛନ୍ତି । ଏହାସହ 80836 ଜଣ କୋରୋନାରୁ ଆରୋଗ୍ୟ ମଧ୍ୟ ହୋଇଛନ୍ତି ।