ETV Bharat / international

କମୁଛି କୋରୋନାଜନିତ ମୃତ୍ୟୁ, କଟକଣା କୋହଳ କଲା ଇରାନ - ଇରାନ କୋଭିଡ 19 ପଜିଟିଭ

ଇରାନର 31ଟି ଅଞ୍ଚଳରୁ ଏବେ 10ଟି କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ରହିଛି । ଏମାନଙ୍କୁ ସ୍ବାଭାବିକ ଅଞ୍ଚଳଠାରୁ ଦୂରେଇ ରଖିବାକୁ ସରକାର ଚେଷ୍ଟା ଚଲାଇଛନ୍ତି । ଅଧିକ ପଢନ୍ତୁ...

କମୁଛି କୋରୋନାଜନିତ ମୃତ୍ୟୁ, କଟକଣା କୋହଳ କଲା ଇରାନ

author img

By

Published : May 23, 2020, 7:45 PM IST

ତେହେରାନ: ଇରାନରେ ବର୍ତ୍ତମାନ କୋରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଯଦିଚ କିଛି ନୂଆ ଆକ୍ରାନ୍ତ ନିକଟରେ ସ୍ପଷ୍ଟ ହୋଇଛନ୍ତି ତଥାପି ମୃତ୍ୟୁସଂଖ୍ୟା ଆଗ ଅପେକ୍ଷା ଅନେକ କମ ରହିଛି । ଏହାକୁ ଦୃଷ୍ଟିରେ ରଖି ଇରାନ ସରକାର ଶନିବାର କିଛି ନିୟମରେ କୋହଳ କରିଛନ୍ତି ।

ମଧ୍ୟପ୍ରାଚ୍ୟ ଦେଶମାନଙ୍କ ମଧ୍ୟରେ ଇରାନରେ କୋରୋନାଜନିତ କ୍ଷତି ସବୁଠାରୁ ଅଧିକ ରହିଛି । ଏଠାରେ ଫେବୃୟାରୀ ମାସରେ ପ୍ରଥମ କୋରୋନାଜନିତ ମୃତ୍ୟୁ ବାହାରିବା ପରେ ସେହି ମାସ 19 ତାରିଖରୁ ଲକଡାଉନ ଜାରି ରହିଥିଲା । ନିକଟରେ ପରିସ୍ଥିତି ସୁଧାର ଆସିବା ପରେ ଲକଡାଉନରେ ସାମାନ୍ୟ କୋହଳ କରାଯାଇଛି । ତେବେ ସରକାର ରବିବାର ଠାରୁ ଆରମ୍ଭ ହେଉଥିବା ଇଦ୍ ଛୁଟିରେ କମ ଯାତ୍ରା କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତି ସପ୍ତାହରେ ରବିବାର ଦେଶବ୍ୟାପୀ ସମସ୍ତ ମ୍ୟୁଜିୟମ ଓ ଐତିହାସିକ ସ୍ଥଳୀ ଖୋଳାଯିବ । ସୋମବାର କେବଳ ଧାର୍ମିକ ସ୍ଥଳୀ ଖୋଲା ରହିବ ବୋଲି ଇରାନ ରାଷ୍ଟ୍ରପତି ହାସନ ରୌହାନୀ କହିଛନ୍ତି ।

ଇରାନର 31ଟି ଅଞ୍ଚଳରୁ ଏବେ 10ଟି କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ରହିଛି । ଏମାନଙ୍କୁ ସ୍ବାଭାବିକ ଅଞ୍ଚଳଠାରୁ ଦୂରେଇ ରଖିବାକୁ ସରକାର ଚେଷ୍ଟା ଚଲାଇଛନ୍ତି । ସେହିପରି ଖୋଲାଯିବାକୁ ଥିବା ସମସ୍ତ ଧାର୍ମିକ ସ୍ଥଳୀ କେବଳ ଦିନକୁ 6 ଘଣ୍ଟା ପାଇଁ ଖୋଲା ରହିବ । ଏହାସହ ଏଠାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟଗତ ସୁରକ୍ଷା ପଦକ୍ଷେପ ନିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ମେ 30 ସୁଦ୍ଧା ସମସ୍ତ ସରକାରୀ ଅଫିସର କାର୍ଯ୍ୟାଳୟକୁ ଫେରିବେ ବୋଲି ସେ କହିଛନ୍ତି । ଏବେ ଯାଏଁ ସେମାନେ ଘରେ କାମ କରୁଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗତ 24 ଘଣ୍ଟାରେ ଦେଶରେ 1869 ନୂଆ ପଜିଟିଭ କେସ ବାହାରିଛି । ଫଳରେ ଏବେ ସୁଦ୍ଧା ଇରାନରେ ମୋଟ ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 33 ହଜାର 521 ରହିଛି । ସେହିପରି 24 ଘଣ୍ଟାରେ 59ଟି ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 7359 ରହିଛି । 10ଟି ଅଞ୍ଚଳରେ ଗୋଟିଏ ବି ମୃତ୍ୟୁ ହୋଇନଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.