ETV Bharat / international

ଇଦ୍ ଟ୍ରାଭେଲ ନକରିବାକୁ ଇରାନବାସୀଙ୍କୁ ସରକାରଙ୍କ ପରାମର୍ଶ

author img

By

Published : May 22, 2020, 6:44 AM IST

ବର୍ତ୍ତମାନ ପବିତ୍ର ରମଜାନ ମାସ ସରୁଥିବାବେଳେ ଇଦ୍ ଛୁଟି ଆରମ୍ଭ ହେଉଛି । ରବିବାର ଠାରୁ ଇଦ୍ ଉଲ ଫିତୁର ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ଇଦ୍ ଟ୍ରାଭେଲ ନକରିବାକୁ ଇରାନବାସୀଙ୍କୁ ସରକାରଙ୍କ ପରାମର୍ଶ
ଇଦ୍ ଟ୍ରାଭେଲ ନକରିବାକୁ ଇରାନବାସୀଙ୍କୁ ସରକାରଙ୍କ ପରାମର୍ଶ

ତେହେରାନ: ନିକଟରେ ଇରାନରେ ନୂଆ କୋରୋନା ମାମଲା ଦେଖାଦେଇଛି । ପୂର୍ବରୁ ବଢିଚାଲିଥିବା ଆକ୍ରାନ୍ତ ସାମାନ୍ୟ ଥମିଯାଇଥିବାବେଳେ କିଛିଦିନ ତଳେ ପୁଣି ନୂଆ କେସ ବାହାରିଛି । ଏନେଇ ଇରାନ ସରକାର ଲୋକଙ୍କୁ ଇଦ୍ ଟ୍ରାଭେଲ ନକରିବାକୁ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ପବିତ୍ର ରମଜାନ ମାସ ସରୁଥିବାବେଳେ ଇଦ୍ ଛୁଟି ଆରମ୍ଭ ହେଉଛି । ରବିବାର ଠାରୁ ଇଦ୍ ଉଲ ଫିତୁର ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଅନେକ ଲୋକ ବୁଲିବା ଓ ସପିଂ ପାଇଁ ବାହାରକୁ ବାହାରିପାରନ୍ତି । ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଇରାନ ସରକାର । ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯେ ନୂଆ ଯାତ୍ରା ଅର୍ଥ ନୂଆ ଭୂତାଣୁକୁ ଆମନ୍ତ୍ରଣ । ତେଣୁ ଏପରି ସ୍ଥିତିରେ ଭ୍ରମଣ ନକରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଇରାନରେ ପୁଣି କୋରୋନା ନିଜ କାୟା ବିସ୍ତାର କରିଛି । ଗତ 24 ଘଣ୍ଟାରେ ଏଠାରେ 2392ଟି ନୂଆ କେସ ଓ 66 ମୃତ୍ୟୁ ରେକର୍ଡ ହୋଇଛି । ଏବେ ସୁଦ୍ଧା ଦେଶରେ 1 ଲକ୍ଷ 29 ହଜାର 341 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 7249 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ଥାଉ କି ଲଗାତାର 4 ମାସ ଧରି ଇରାନ କୋରୋନା ବିରୋଧୀ ସଂଗ୍ରାମ ଜାରି ରଖିଛି । ମଧ୍ୟପ୍ରାଚ୍ୟ ଦେଶ ମଧ୍ୟରେ ଇରାନ କୋରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.