ETV Bharat / international

ୟୁଏଇର ପ୍ରଥମ ମଙ୍ଗଳ ମିଶନ 'ହୋପ': ଜାପାନ ସ୍ପେସ ସେଣ୍ଟରରୁ ସଫଳ ଉତ୍‌କ୍ଷେପଣ - ମଙ୍ଗଳ ମିଶନ

ସ୍ଥାନୀୟ ସମୟ ସକାଳ 6.58 ରେ ମିତ୍ସୁବିଶି ହେଭି ଇଣ୍ଡଷ୍ଟ୍ରିଜ୍ H-IIA ରକେଟରୁ ୟୁଏଇର ପ୍ରଥମ ମଙ୍ଗଳ ମିଶନ 'ହୋପ' ଜାପାନ ସ୍ପେସ ସେଣ୍ଟରରୁ ସଫଳ ଭାବେ ଉତ୍‌କ୍ଷେପଣ ହୋଇଛି । ଫେବୃଆରୀ 2021 ସୁଦ୍ଧା ହୋପ୍ ଆର୍ବିଟର ମଙ୍ଗଳ ଗ୍ରହରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

hope mission
hope mission
author img

By

Published : Jul 20, 2020, 3:54 PM IST

ଆବୁଧାବି: ୟୁଏଇର ବହୁପ୍ରତୀକ୍ଷିତ ମଙ୍ଗଳ ମିଶନ 'ହୋପ' ରବିବାର ଜାପାନର ତାନେଗାସିମା ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହୋଇଛି । ଏହା ସ୍ଥାନୀୟ ସମୟ ସକାଳ 6.58 ରେ ମିତ୍ସୁବିଶି ହେଭି ଇଣ୍ଡଷ୍ଟ୍ରିଜ୍ H-IIA ରକେଟରୁ ଉତ୍‌କ୍ଷେପଣ କରାଯାଇଥିଲା । ଏହି ମହାକାଶଯାନ ରକେଟରୁ ଅଲଗା ହୋଇ ସଠିକ୍ ଭାବରେ କାର୍ଯ୍ୟ କରୁଛି। ଖରାପ ପାଗ ହେତୁ ଏହାର ଲଞ୍ଚିଂ ପାଞ୍ଚ ଦିନ ବିଳମ୍ବ ହୋଇଥିଲା। ଏହି ସଫଳତା ହାସଲ କରିବା ପାଇଁ ଋଷ, ଆମେରିକା, ୟୁରୋପୀୟ ୟୁନିଅନ, ଚୀନ, ଜାପାନ, ଭାରତ, ପରେ ୟୁଏଇ ବିଶ୍ବର ସପ୍ତମ ଦେଶ।

ୟୁଏଇର ପ୍ରଥମ ମଙ୍ଗଳ ମିଶନ 'ହୋପ'
ୟୁଏଇର ପ୍ରଥମ ମଙ୍ଗଳ ମିଶନ 'ହୋପ'

ଦୁବାଇର ମହମ୍ମଦ ବିନ୍ ରସିଦ ସ୍ପେସ୍ ସେଣ୍ଟରରେ ସମସ୍ତେ ଏକ ବଡ ପରଦାରେ ଏହାର ଲଞ୍ଚିଂ ଦେଖିଥିଲେ । ଯେତେବେଳେ ଆର୍ବିଟର ରକେଟ ଅଲଗା ହୋଇଥିଲା. ସେତେବେଳେ ସମସ୍ତ ବୈଜ୍ଞାନିକମାନେ ତାଳି ବଜାଇ ନିଜ ଖୁସି ବ୍ୟକ୍ତ କରିଥିଲେ । ମଙ୍ଗଳ ମିଶନ ଫର ଏମିରେଟ୍ସର ନିର୍ଦ୍ଦେଶକ ଓମାରନ୍ ଶରାଫ କହିଛନ୍ତି ଯେ ଲିଫ୍ଟ ଅଫ୍ ହେବାର ଦେଢ ଘଣ୍ଟା ପରେ ଏହା ସଠିକ ସିଗନାଲ ପ୍ରେରଣ କରୁଛି ।

ହୋପ୍ ମିଶନ ୟୁଏଇ ସ୍ପେସ ସେକ୍ଟରେ ପାଇଁ ଗୁରୁତ୍ବପୂର୍ଣ୍ଣ । ୟୁଏଇର 450 ରୁ ଅଧିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ପ୍ରାୟ 6 ବର୍ଷ ଧରି ଏହି ପ୍ରୋ଼ଜେକ୍ଟରେ କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ଦେଶ ମହାକାଶକୁ କେବଳ ତିନୋଟି ଉପଗ୍ରହ ପଠାଇଛି ।

ୟୁଏଇର ପ୍ରଥମ ମଙ୍ଗଳ ମିଶନ 'ହୋପ'
ୟୁଏଇର ପ୍ରଥମ ମଙ୍ଗଳ ମିଶନ 'ହୋପ'

ଫେବୃଆରୀ 2021 ସୁଦ୍ଧା ହୋପ୍ ଆର୍ବିଟର ମଙ୍ଗଳ ଗ୍ରହରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଆର୍ବିଟର ଅତିକମରେ ଦୁଇ ବର୍ଷ ମଙ୍ଗଳ ଗ୍ରହର କକ୍ଷପଥରେ ପରିକ୍ରମା କରିବେ । ଏହାର ତିନୋଟି ଯନ୍ତ୍ର ଅଛି ଯାହା ମଙ୍ଗଳ ଗ୍ରହର ଉପର ବାୟୁମଣ୍ଡଳକୁ ଅଧ୍ୟୟନ କରିବ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସୂଚନା ସଂଗ୍ରହ କରିବ । ୟୁଏଇ କହିଛି ଯେ ଏହା ପ୍ରଥମ ଥର ପାଇଁ ବିଭିନ୍ନ ଜଳବାୟୁରେ ମଙ୍ଗଳ ଗ୍ରହର ବାୟୁମଣ୍ଡଳର ସମ୍ପୂର୍ଣ୍ଣ ଚିତ୍ର ପ୍ରକାଶ କରିବ।

ପ୍ରଥମ ଥର ପାଇଁ ୟୁଏଇ ମହାକାଶ ମିଶନର କମାଣ୍ଡ ମହିଳା ବୈଜ୍ଞାନିକ ସାରା ଅଲ ଆମିରିଙ୍କୁ ହସ୍ତାନ୍ତର କରିଛି। ପ୍ରଥମ ଥର ପାଇଁ ୟୁଏଇ କୌଣସି ଅନ୍ତରୀକ୍ଷ ମିଶନର ଦାୟିତ୍ବ ମହିଳାଙ୍କ ହାତରେ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.