ETV Bharat / international

ବାଗଦାଦର ଗ୍ରୀନ ଜୋନରେ ପୁଣିଥରେ ରକେଟ ମାଡ

ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ଗୁରୁବାର 4ଟି ରକେଟ ମାଡ ହୋଇଛି। ଏହି ଆକ୍ରମଣ ଗୁରିବାର ମଧ୍ୟରାତ୍ରିରେ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ରହିନାହିଁ ।

author img

By

Published : Jun 18, 2020, 3:07 PM IST

 ରକେଟ ମାଡ
ରକେଟ ମାଡ

ବାଗଦାଦ: ଇରାକର ରାଜଧାନୀ ବାଗଦାଦର ଗ୍ରୀନ ଜୋନରେ ଗୁରୁବାର 4ଟି ରକେଟ ମାଡ ହୋଇଛି। ବାଗଦାଦରେ ଥିବା ଆମେରିକା ଦୂତାବାସ କେନ୍ଦ୍ରକୁ ଟାଗେର୍ଟ କରାଯାଇ ଏହି ରକେଟ ମାଡ କରାଯାଇଥିବା ଜଣାପଡିଛି। ଏହି ଆକ୍ରମଣ ଗୁରିବାର ମଧ୍ୟରାତ୍ରିରେ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ରହିନାହିଁ । ଏନେଇ ଇରାକ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ବାଗଦାଦର ସୁରକ୍ଷିତ ସ୍ଥାନ କୁହାଯାଉଥିବା ଗ୍ରୀନ ଜୋନରେ ଆମେରିକା ଦୂତାବାସ କେନ୍ଦ୍ର ଏବଂ ଇରାକ ସରକାରଙ୍କ କେତେକ ମୁଖ୍ୟ କାର୍ଯ୍ୟାଳୟ ରହିଛି। ତେବେ କୌଣସି ସଂଗଠନ ଏବେ ସୁଦ୍ଧା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ ।

ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଇରାକର ଦୂତାବାସରେ ଅଧିକାଂଶ ସମୟରେ ରକେଟ ଏବଂ ମୋର୍ଟାର ଆକ୍ରମଣ ହେଉଛି । ଜାନୁଆରୀ 3 ତାରିଖରେ ଇରାକର ରାଜଧାନୀ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆମେରିକାର ରାତିଅଧିଆ ଏୟାରଷ୍ଟ୍ରାଇକ ପରଠାରୁ ଏହି ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଆମେରିକାର ଏହି ଏୟାରଷ୍ଟ୍ରାଇକରେ ଇରାନ କୁର୍ଦୁଶ ଫୋର୍ସର ମୁଖ୍ୟ ଜେନେରାଲ କାସିମ ସୁଲେମାନ ଓ ଇରାକୀ ମିଲିସିଆ କମାଣ୍ଡର ଅବୁ ମହଦୀ ଅଲ୍-ମୁହାଣ୍ଡିସ୍ ନିହତ ହୋଇଥିଲେ ।

ସୌଜନ୍ୟ@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.