ETV Bharat / international

ଇସ୍ରାଏଲର ନୂଆ ମାସ୍କ: ଚାର୍ଜ ହେବ, କୋରୋନା ଭୁତାଣୁ ମାରିବ - ପୁନଃ ବ୍ୟବହାର ଯୋଗ୍ୟ ଫେସ୍ ମାସ୍କ

ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଥିବା ବେଳେ ମୋବାଇଲ୍ ଚାର୍ଜର ସାହାଯ୍ୟରେ କୋରୋନା ଭାଇରସକୁ ମାରିବା ପାଇଁ ଇସ୍ରାଏଲ ପୁନଃ ବ୍ୟବହାର ଯୋଗ୍ୟ ଫେସ୍ ମାସ୍କ ପ୍ରସ୍ତୁତ କରିଛି ।

mask
ଚାର୍ଜର ସାହାର୍ଯ୍ୟରେ ପୁନଃ ବ୍ୟବହୃତ ମାସ୍କ ତିଆରି କଲା ଇସ୍ରାଏଲ
author img

By

Published : Jun 18, 2020, 5:32 PM IST

ଜେରୁଜେଲମ: ମୋବାଇଲ ଚାର୍ଜର ସାହାଯ୍ୟରେ ପୁନଃ ବ୍ୟବହୃତ ମାସ୍କ ତିଆରି କଲା ଇସ୍ରାଏଲ । ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଥିବା ବେଳେ ମୋବାଇଲ୍ ଚାର୍ଜର ସାହାଯ୍ୟରେ କୋରୋନା ଭାଇରସକୁ ମାରିବା ପାଇଁ ଇସ୍ରାଏଲ ପୁନଃ ବ୍ୟବହାର ଯୋଗ୍ୟ ଫେସ୍ ମାସ୍କ ପ୍ରସ୍ତୁତ କରିଛି । ମାସ୍କର ପ୍ରୋଟୋଟାଇପ୍ ଏକ ସାଧାରଣ ଏନ-95 ମାସ୍କ ପରି ଦେଖାଯାଏ । ଏହି ମାସ୍କରେ ହିଁ ଫୋନର ଚାର୍ଜର କନେକ୍ଟ ହୁଏ । ଚାର୍ଜରରୁ ପାୱାର ନେଇ ଏହା କୋରୋନା ଭାଇରସକୁ ମାରିପାରେ ।

ହାଏଫା ୟୁନିଭରସିଟି ପ୍ରଫେସର ୟାଏର ଇନ ଏଲ୍ଲୀ କହିଛନ୍ତି, ନୂଆ ମାସ୍କ ସାମ୍ନାରେ ଏକ ବଲବ , ରବର ବ୍ୟାଣ୍ଡ ଏବଂ ଏକ ୟୁଏସବି ପୋର୍ଟ ଲଗାଯାଇଛି । ୟୁଏସବି ପୋର୍ଟକୁ ପାୱାର ସୋର୍ସ ସହ କନେକ୍ଟ କରାଯାଏ । ଏହାଦ୍ବାର ମାସ୍କ ଭିତରେ ଥିବା କାର୍ବନ ଫାଇବରର ଭିତର ପୃଷ୍ଠକୁ 70° ସେଲସିୟସ ପର୍ଯ୍ୟନ୍ତ ଗରମ ହୋଇଥାଏ । 70° ସେଲସିୟସ ଉତ୍ତାପ ଭାଇରସକୁ ନଷ୍ଟ କରିବାରେ ପର୍ଯ୍ୟାପ୍ତ ମଣାଯାଏ । ତେବେ ଏହି ମାସ୍କକୁ ସଫା କରିବା ପାଇଁ 30 ମିନିଟ୍ ସମୟ ଲାଗିଥାଏ ।

ଏଥିସହ ସେ ଚେତାବନୀ ଦେଇଛନ୍ତି ଯେ, ମାସ୍କକୁ ଚାର୍ଜ କରିବା ବେଳେ ବ୍ୟବହାର କରିବା ଅନୁଚିତ୍ । ଏଲ୍ଲୀ କହିଛନ୍ତି ଯେ କୋରୋନା ମହାମାରୀ ସମୟରେ ଡିସପୋଜେବଲ ମାସ୍କର ଚାହିଦା ଅଧିକ ।

ଏହାଛଡା ଏଲ୍ଲି କହିଛନ୍ତି, ଏହି ନୂଆ ମାସ୍କ ହିଁ ଏହାର ସମାଧାନ। ୟେରୁଶଲେମର ହଦାଶା ମେଡିକାଲ ସେଣ୍ଟରର ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ଏଲୋନ ମୋସେସ କହିଛନ୍ତି ଯେ, ଏଥିରେ କୌଣସି ପ୍ରଶ୍ନ ନାହିଁ ଯେ ଅଧ ଘଣ୍ଟାରେ 70 ଡିଗ୍ରୀ ସେଲସିୟସର ଉତ୍ତାପ କୋରୋନା ଜୀବାଣୁ ମାରିବା ପାଇଁ ଯଥେଷ୍ଟ ଅଟେ। ଅନୁସନ୍ଧାନକାରୀମାନେ ମାର୍ଚ୍ଚ ମାସରେ ଆମେରିକାରେ ମାସ୍କର ପେଟେଣ୍ଟ କରିବାକୁ ଆବେଦନ କରିଛନ୍ତି। ଘରୋଇ କ୍ଷେତ୍ର ସହିତ ଉତ୍ପାଦକୁ ବଜାରକୁ ଆଣିବାକୁ ପ୍ରସ୍ତୁତି ଉପରେ ମଧ୍ୟ ସେମାନେ ଆଲୋଚନା ଆରମ୍ଭ କରିଛନ୍ତି। ଡିସପୋଜେବଲ ମାସ୍କର ଦାମ ତୁଳନାରେ ଏହାର ଦାମ ଏକ ଡଲାର ରହିବାର ସମ୍ଭାବନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.