ସିଡନୀ: ପ୍ରକୃତି ଉପରେ ସିଧାସଳଖ ନିର୍ଭରଶୀଳ କୋରୋନା ଭୂତାଣୁ । ପୂର୍ବରୁ ମଧ୍ୟ ଏନେଇ ଗବେଷକମାନେ ସ୍ପଷ୍ଟ କରିସାରିଛନ୍ତି କି ଥଣ୍ଡା ପରିବେଶରେ ଏହି ଭୂତାଣୁ ଏଧିକ ସକ୍ରିୟ ହୋଇଥାଆନ୍ତି । ଏନେଇ ମଙ୍ଗଳବାରୁ ପୁଣି ପ୍ରକାଶ ପାଇଛି ନୂଆ ତଥ୍ୟ । ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି କି ଆଗକୁ କୋରୋନା ଏକ ଋତଗତ ସଂକ୍ରମଣରେ ପରିଣତ ହୋଇପାରେ । ଯାହାର ପ୍ରଭାବ ଶୀତ ଦିନେ ଅଧିକ ରହିବ ।
ବାୟୁମଣ୍ଡଳରେ ଆର୍ଦ୍ରତାର ମାତ୍ରା ଗୋଟିଏ ପ୍ରତିଶତ ହ୍ରାସ ହେଲେ କୋରୋନା ଭୂତାଣୁ 6 ପ୍ରତିଶତ ଅଧିକ ସକ୍ରିୟ ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏନେଇ ଟ୍ରାନ୍ସବାଉଣ୍ଡ୍ରି ଓ ଏମର୍ଜି ଡିଜିଜ୍ ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ ସ୍ଥାନୀୟ ବାୟୁମଣ୍ଡଳର ଆର୍ଦ୍ରତା ସହ ସଂକ୍ରମଣର ମାତ୍ରା ମଧ୍ୟରେ ତାଳମେଳ ରହିଥିବା ପ୍ରକାଶ ରହିଛି । ଏହି ରିପୋର୍ଟକୁ ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ ସିଡନୀର ପ୍ରଫେସର ମାଇକେଲ ୱାର୍ଡ ।
ପୂର୍ବରୁ ଅଧ୍ୟୟନ ଦ୍ବାରା ହଂକଂ ଓ ଚୀନରେ ବାୟୁମଣ୍ଡଳରେ ଆର୍ଦ୍ରତା ହ୍ରାସ ସହ ସହ SARS-CoV ଭୂତାଣୁର ପ୍ରଭାବ ବଢୁଥିବା ଦେଖାଯାଇଥିଲା । ସମାନ ଭାବେ ସାଉଦି ଆରବରେ MERS-CoVର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଭାବେ ବର୍ତ୍ତମାନ ଚୀନରେ କୋଭିଡ-19ର ବାୟୁମଣ୍ଡଳରେ ଆର୍ଦ୍ରତାର ମାତ୍ରା ସହ ସମ୍ପର୍କ ରହିଥିବା ଦେଖାଯାଇଛି । ଏସମସ୍ତ ମାମଲାକୁ ଦେଖି ଆଗକୁ ଆସୁଥିବା ଶୁଷ୍କ ଶୀତଦିନରେ କୋରୋନା ସଂକ୍ରମଣର ମାତ୍ରା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
@IANS