ETV Bharat / international

ଅଷ୍ଟ୍ରେଲିଆକୁ ସଂକ୍ରମଣ ଭୟ, ବିଳମ୍ବରେ ହେବ ସଂସଦ ଅଧିବେଶନ

author img

By

Published : Jul 19, 2020, 1:23 AM IST

ଅଷ୍ଟ୍ରେଲିଆରେ କୋରୋନା ସଂକ୍ରମଣ ଭୟ ପାଇଁ ବିଳମ୍ବରେ ସଂସଦ ଅଧିବେଶନ ଆୟୋଜିତ ହେବ । ଚଳିତ ସପ୍ତାହ ସଂସଦ ସ୍ବାଭାବିକ ହେବାର ଯୋଜନା ରହିଥିବା ବେଳେ ସଂକ୍ରମଣ ଭୟ ପାଇଁ ଏହି ତାରିଖ ପୁଣି କିଛି ସପ୍ତାହ ପାଇଁ ଘୁଞ୍ଚିଥିବା ଜଣା ପଡିଛି ।

corona situation in australia, corona update in australia, corona fight in australia, parliament reopening in australia, ଅଷ୍ଟ୍ରେଲିଆରେ କୋରୋନା ସ୍ଥିତି, ଅଷ୍ଟ୍ରେଲିଆରେ କୋରୋନା ଅପଡେଟ, ଅଷ୍ଟ୍ରେଲିଆରେ କୋରୋନା ମୁକାବିଲା, ଅଷ୍ଟ୍ରେଲିଆରେ ସଂସଦ ଅଧିବେଶନ
ଅଷ୍ଟ୍ରେଲିଆକୁ ସଂକ୍ରମଣ ଭୟ, ବିଳମ୍ବରେ ହେବ ସଂସଦ ଅଧିବେଶନ

କାନବେରା: ଅଷ୍ଟ୍ରେଲିଆରେ କୋରୋନା ସଂକ୍ରମଣ ଭୟ ପାଇଁ ବିଳମ୍ବରେ ସଂସଦ ଅଧିବେଶନ ଆୟୋଜିତ ହେବ । ଚଳିତ ସପ୍ତାହ ସଂସଦ ସ୍ବାଭାବିକ ହେବାର ଯୋଜନା ରହିଥିବା ବେଳେ ସଂକ୍ରମଣ ଭୟ ପାଇଁ ଏହି ତାରିଖ ପୁଣି କିଛି ସପ୍ତାହ ପାଇଁ ଘୁଞ୍ଚିଥିବା ଜଣା ପଡିଛି । ଦେଶରେ କୋରୋନା ସଂକ୍ରମଣ ପାଇଁ ପ୍ରଭାବିତ ହୋଇଥିବା ଦୁଇ ରାଜ୍ୟରେ ସଂସଦ ଭବନ ବିଳମ୍ବରେ ଖୋଲିବା ନେଇ ସ୍ପଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏନେଇ ସଂସଦ ମୁଖପାତ୍ରଙ୍କୁ ଅଧିବେଶନ ଘୁଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ଅଗଷ୍ଟ 4ରେ ଆୟୋଜିତ ହେବାକୁ ଥିବା ଦୁଇ ସପ୍ତାହ ଅବଧିର ଅଧିବେଶନକୁ କୋରୋନା ସଂକ୍ରମଣ ପାଇଁ ବାତିଲ କରିବାକୁ ସ୍କଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ 24 ଅଗଷ୍ଟରେ ପରବର୍ତ୍ତୀ ଅଧିବେଶନ ଆୟୋଜିତ ହେବାର ଯୋଜନା ରହିଛି ।

ହେଲେ ବର୍ତ୍ତମାନର ପରିସ୍ଥିତି ପାଇଁ ଅଧିବେଶନ ଘୁଞ୍ଚାଇବାର ନିଷ୍ପତ୍ତି ନେଇ ସ୍କଟ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି କି ବର୍ତ୍ତମାନ ସମୟରେ ଅଧିବେଶନ ହେବା ଦ୍ବାରା ସାଂସଦମାନେ କୋରୋନାରେ ସଂକ୍ରମିତ ହେବାର ଭୟ ରହିଛି । ଯାହା ଦେଶ ବର୍ତ୍ତମାନ ସହ୍ୟ କରିପାରିବ ନାହିଁ । କେବଳ ସାଂସଦ ନୁହେଁ, ସଂସଦରେ କାର୍ଯ୍ୟରତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଂକ୍ରମଣ ଯେପରି ନ ହୁଏ ତାହା ବର୍ତ୍ତମାନ ଦେଶର ପ୍ରାଥମିକତା ବୋଲି ସେ ପ୍ରକାଶ କରିଛନ୍ତି ।

ସେପଟେ ଭିକ୍ଟୋରିଆ ଓ ନ୍ୟୁ ସାଉଥ ୱେଲ୍ସରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ଦେଖାଯାଉଛି । କେବଳ ଶନିବାର ନ୍ୟୁ ସାଉଥ ୱେଲ୍ସରେ 15 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଭିକ୍ଟୋରିଆରେ ନୂଆ 217ଟି ମାମଲା ଚିହ୍ନଟ ହୋଇଥିବା ଜଣା ପଡିଛି । ଏହାର ମୁକାବିଲା ପାଇଁ ଗତ ଜୁଲାଇ 8ରେ ଭିକ୍ଟୋରିଆରେ ଷ୍ଟେ ଆଟ୍‌ ହୋମର ନିର୍ଦ୍ଦେଶ ଜାରି କରାଯାଇଥିଲା । ଏଥିସହ ଅଷ୍ଟ୍ରେଲିଆରେ ବର୍ତ୍ତମାନ ସୁଦ୍ଧା 11,235 ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ 116 ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.