ବାଗଦାଦ: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ 82 ଜଣଙ୍କ ଜୀବନ ଯାଇଥିବା ବେଳେ 110 ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ଇରାକର ରାଜଧାନୀ ବାଗଦାଦର ଆଇବିଏନ ଖାତିବ ହସ୍ପିଟାଲରେ ।
ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବାରୁ ନିଆଁ ଲାଗିଥିବା ଜଣାପଡିଛି। ଦୁର୍ଘଟଣା ଘଟିବା ମାତ୍ର ଅନେକ ଆମ୍ବୁଲାନ୍ସ ଡାକ୍ତରଖାନା ମୁହାଁ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲ ବାହାରକୁ ଆଣି ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିଲା । ସେପଟେ, ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ ଖାଦମି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
@ ANI