ETV Bharat / international

ସିରିୟାରେ ୟୁଏସର ଏୟାରଷ୍ଟ୍ରାଇକ : ୯ ଆଇଏସ୍‌ ଆତଙ୍କବାଦୀ ନିପାତ

author img

By

Published : Oct 27, 2019, 7:28 PM IST

ଉତ୍ତର-ପଶ୍ଚିମ ସିରିଆରେ ଆମେରିକା ସେନାର ବିମାନ ଆକ୍ରମଣରେ ଆଇଏସର 9 ଜଣ ଆତଙ୍କବାଦୀ ଟଳି ପଡିଛନ୍ତି। ଅଧିକ ପଢନ୍ତୁ...

ପ୍ରତୀକାତ୍ମକ ଫଟୋ

ବେରୁଟ: ରବିବାର ଆମେରିକାର ଏୟାର ଷ୍ଟ୍ରାଇକରେ ଅତିକମରେ 9 ଆଇଏସ୍‌ ଆତଙ୍କବାଦୀ ଟଳିପଡିଛନ୍ତି। ଉତ୍ତର-ପଶ୍ଚିମ ସିରିଆରେ ଆମେରିକା ସେନା ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ସେମାନଙ୍କର ମୃତ୍ୟୁ ଘଟିଛି। ସିରିୟାରେ ଚାଲିଥିବା ଗୃହଯୁଦ୍ଧ ସମ୍ପର୍କରେ ତଥ୍ୟ ରଖୁଥିବା ବ୍ରିଟେନର ଏକ ସଂସ୍ଥା ସୂତ୍ରରୁ ଏହି ସୂଚନା ମିଳିଛି ।

ରବିବାର ଲଢୁଆ ବିମାନ ଉତ୍ତର-ପଶ୍ଚିମରେ ଥିବା ଇଦଲିବର ନିକଟସ୍ଥ ବାରିସ ଗ୍ରାମରେ ଥିବା ଘର, କାର ଉପରକୁ ଟାର୍ଗେଟ କରି ବୋମା ନିକ୍ଷେପ କରିଥିଲା । ସିରିୟାନ ମାନବାଧିକାର ପର୍ଯ୍ୟବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହି ଆକ୍ରମଣରେ ଆଇଏସର ମୁଖିଆ ଅଲ୍ ବାଗଦାଦି ନିହତ ହୋଇଥିବା ବିଶେଷ ସୂତ୍ରରୁ ମିଳିଛି।

ସିରିୟାନ ମାନବାଧିକାର ପର୍ଯ୍ୟବେକ୍ଷଣ ପ୍ରମୁଖ ରାମି ଆବଦେଲ ରେହମାନ ଏହି ଆକ୍ରମଣ ଆମେରିକା କରିଥିବା ସୂଚନା ଦେଇଛନ୍ତି । ଏହି ଅଞ୍ଚଳରେ ବାଗଦାଦି ରହିଥିବା କଥାକୁ ସେ ସ୍ପଷ୍ଟ ନଥିବା କଥା କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ , ଶନିବାରରେ ସିରିୟାର ପଶ୍ଚିମରେ ଆମେରିକାର ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନ୍‌ରେ ଅବୁ ବକର ଅଲ-ବାଗଦାଦି ନିହତ ହୋଇଥିବା ସୂଚନା ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି କିଛି ବଡ ଘଟଣା ଘଟିଛି ବୋଲି ଟ୍ୱିଟ୍‌ କରିଥିଲେ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.