ETV Bharat / international

ଋଷରେ ବିମାନ ଦୁର୍ଘଟଣା; 16 ମୃତ, 7 ଆହତ

author img

By

Published : Oct 10, 2021, 3:41 PM IST

ଋଷର ତାତରସ୍ତାନରେ ବିମାନ ଦୁର୍ଘଟଣା ଯୋଗୁଁ 16 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 7 ଜଣ ଆହତ ନେଇ ସୂଚନା । ଅଧିକ ପଢନ୍ତୁ...

ଋଷରେ ବିମାନ ଦୁର୍ଘଟଣା, 16 ମୃତ
ଋଷରେ ବିମାନ ଦୁର୍ଘଟଣା, 16 ମୃତ

ମସ୍କୋ: ଋଷର ତାତରସ୍ତାନରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 16 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 7 ଜଣ ଆହତ ହୋଇଛନ୍ତି । ବିମାନରେ ମୋଟ 23 ଜଣ ଯାତ୍ରୀ ଥିରେ । ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଋଷର ଜରୁରୀକାଳୀନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବିମାନ L-410 Turbolet ତାତାରସ୍ତାନ ଉପରେ ଉଡାଣ ଭରୁଥିବାବେଳେ କ୍ରାସ୍‌ ହୋଇଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବିମାନଟି ଦୁଇ ଇଞ୍ଜିନ ବିଶିଷ୍ଟ ସର୍ଟ ରେଞ୍ଜ ଏୟାରକ୍ରାଫ୍ଟ ଥିଲା । ଦୁର୍ଘଟଣା ସମୟରେ କିଛି ଜଣ ପାରାଚୁଟ ସାହାଯ୍ୟରେ ତଳକୁ ଲମ୍ପମାରି ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ତେବେ 7 ଜଣଙ୍କୁ ଉଦ୍ଧାର କରାଯାଇଛି । ନିକଟରେ ଋଷର ବିମାନ ସୁରକ୍ଷା ମାନକର ସୁଧାର କରାଯାଇଥିଲା । ହେଲେ କିଛି ଅଞ୍ଚଳରେ ପୁରୁଣା ବିମାନ କାରଣରୁ ଦୁର୍ଘଟଣା ହୋଇଆସୁଛି ।

ଗତ ମାସରେ ପୂର୍ବ ଋଷରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ 6 ଜଣ ପ୍ରାଣ ହରାଇଥିଲେ । ସେହପରି ଜୁଲାଇରେ କାମଚଟକାରେ ହୋଇଥିବା ବିମାନ ଦୁର୍ଘଟଣାରେ ଏଣ୍ଟୋନୋଭ ଏଏନ-26ରେ ଯାତ୍ରା କରୁଥିବା 28 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.