ETV Bharat / international

ଇଟାଲୀରେ କେବୁଲ କାର ଦୁର୍ଘଟଣା, 14 ମୃତ

author img

By

Published : May 24, 2021, 12:40 PM IST

ଉତ୍ତର ଇଟାଲୀରେ କେବଲ୍ କାର୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 14 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଇଟାଲୀରେ କେବୁଲ କାର ଦୁର୍ଘଟଣା
ଇଟାଲୀରେ କେବୁଲ କାର ଦୁର୍ଘଟଣା

ରୋମ: ଉତ୍ତର ଇଟାଲୀରେ କେବଲ୍ କାର୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 14 ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ଇଟାଲୀର ମାଉଣ୍ଟ ଭିୟୁ ଦେଖିବା ପାଇଁ କେବଲ୍ କାର୍ ଯାତ୍ରା କରିଥିଲା । ମାତ୍ର ରବିବାର କେବଲ୍ କାର୍ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ବର୍ତ୍ତି ଯାଇଛି ଓ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

6ଜଣ ମୃତ ଇସ୍ରାଏଲ ବାସିନ୍ଦା ହୋଇଥିବା ବେଳେ 4 ଜଣ ପରିବାର ଇଟାଲୀର ବୋଲି ଜଣାପଡିଛି । କେବଲର ତାର ଛିଡିଯିବା କାରଣରୁ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି । ଦୁଇ-ତିନି ଥର ଗଛ ମାଡ ହେବା ସହ କାରଟି ବାରମ୍ବାର ଓଲଟି ତଳେ ପଡିଥିବା ସେ କହିଛନ୍ତି । ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଇଟାଲୀ ସରକାର ଏକ କମିଶନ ଘୋଷଣା କରିଛନ୍ତି, ଏହା ଇଟାଲୀର ପରିବହନ ଭିତ୍ତିଭୂମିର ଗୁଣବତ୍ତା ଏବଂ ନିରାପତ୍ତାକୁ ନେଇ ଯାଞ୍ଚ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.