ପ୍ୟାରିସ: ଲକ ଡାଉନ ପ୍ରଭାବରେ ଫ୍ରାନ୍ସରେ ଧୀରେ ଧୀରେ ଘଟୁଛି ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁରେ ବ୍ରେକ ଲାଗୁନି । ଗତ 24 ଘଣ୍ଟା ମଧ୍ୟରେ 643 ଜଣ କୋରୋନାରେ ମୃତ୍ୟୁବରଣ କରିଛନ୍ତି । ଏହା ସହ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 13 ହଜାର 832ରେ ପହଞ୍ଚିଛି । ହସ୍ପିଟାଲରେ 353 ଜଣଙ୍କ ପ୍ରାଣ ହାନୀ ହୋଇଥିବାବେଳେ ନର୍ସିଂ ହୋମରେ 290ଜଣଙ୍କ ଜୀବନ ଯାଇଛି ।
ସେପଟେ, ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚିବା ସହ ସେଠାରେ ମୋଟ 19 ହଜାର 468 ଜଣଙ୍କ ଜୀବନ ଗଲାଣି । ଏହା ସହ ସେଠାରେ ମୃତ୍ୟୁହାର, ସଂକ୍ରମିତଙ୍କ ସଂଖ୍ୟା ଓ ସୁସ୍ଥ ମଧ୍ୟରେ ମୋଟ 152,271ଜଣ ରହିଛନ୍ତି । ସୂଚନାଯୋଗ୍ୟ, ଏବେ କୋଭିଡ-19 ମାମଲାରେ ଇଟାଲୀକୁ ଅତିକ୍ରମ କରିଛି ଆମେରିକା ।