ETV Bharat / international

ଇରାନ ସହ ଆମେରିକା ଯୁଦ୍ଧ ଚାହୁଁନାହିଁ: ଆମେରିକା ବୈଦେଶିକ ମନ୍ତ୍ରୀ

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଇରାନ ସହ ଯୁଦ୍ଧ କରିବା ପାଇଁ ଚାହୁଁନାହିଁ ।

author img

By

Published : May 15, 2019, 11:34 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୋଚି: ଗତ କିଛି ବର୍ଷର ଇରାନ ଆମେରିକା ଶତ୍ରୁତା ଏବେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଆଡକୁ ଗତି କରୁଥିବା ଦେଖାଯାଉଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା ସହ ଆମେରିକାର କଠୋର ଆଭିମୁଖ୍ୟ ସହ ଯୁଦ୍ଧ ଖୋର ମନୋଭାବ ଏବେ ଯୁଦ୍ଧ ପରିସ୍ଥିତିକୁ ଘନୀଭୂତ କରିଛି । ଏଭଳି ସମୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓଙ୍କ ବୟାନରୁ ଯୁଦ୍ଧ ଆଶଙ୍କା ଉପରେ ବିରାମ ଲାଗିଲା ଭଳି ସଙ୍କେତ ମିଳିଛି । ପୋମ୍ପିଓ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଇରାନ ସହ ଯୁଦ୍ଧ କରିବା ପାଇଁ ଚାହୁଁନାହିଁ ।

ଋଷ ଗସ୍ତରେ ମାଇକ୍ ପୋମ୍ପିଓ ଇରାନ ସହ ଯୁଦ୍ଧ କରିବା ପାଇଁ ଆମେରିକା ଚାହୁଁ ନଥିବା କହିଛନ୍ତି । ମାତ୍ର ତେହେରାନ ଉପରେ ଆମେରିକାର ଦବଦବା ବଳବତ୍ତର ରଖିବା କଥା ସେ କହିଛନ୍ତି । ଋଷିଆ ବିଦେଶ ମନ୍ତ୍ରୀ ସରଜେଇ ଲୱରୋୱ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଇରାନ ସହ ଆମେରିକା ଯୁଦ୍ଧ ପରିସ୍ଥିତି ଉପରେ ସ୍ପଷ୍ଟ ବୟାନ ଦେଇଛନ୍ତି । ଆମେରିକା ଅନ୍ୟ ଦେଶ ଭଳି ଇରାନ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହେଁ ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.