ETV Bharat / international

ଟିକା ନେଇନଥିଲେ ସାବଧାନ, ଓମିକ୍ରନରେ ହେବେ ଗୁରୁତର ! - ଓମିକ୍ରନ ସଂକ୍ରମିତ ସାବଧାନ

ଟିକା ନେଇନଥିବା ବ୍ୟକ୍ତି ଯଦି ଓମିକ୍ରନ ସଂକ୍ରମିତ ହୁଅନ୍ତି ତେବେ ସେ ଅଧିକ ଗୁରୁତର ହୋଇପାରନ୍ତି । ଏନେଇ ଚେତାଇ ଦେଇଛନ୍ତି WHOର କୋରୋନା ଟେକ୍ନିକାଲ ମୁଖ୍ୟ । ଅଧିକ ପଢନ୍ତୁ

ଟିକା ନେଇନଥିଲେ ସାବଧାନ,  ଓମିକ୍ରନ ପରେ ହେବେ କୋରୋନାରେ ଆକ୍ରାନ୍ତ: WHO

author img

By

Published : Jan 24, 2022, 11:55 AM IST

ଜେନେଭା: ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟୀକାକରଣ କରିନାହାନ୍ତି, ସେମାନେ ଓମିକ୍ରନରେ ହୋଇପାରନ୍ତି ଗୁରୁତର । ଏନେଇ ଚେତାଇ ଦେଇଛନ୍ତି WHOର କୋରୋନା ଟେକ୍ନିକାଲ ମୁଖ୍ୟ ଡ. ମାରିଆ ୱାନ୍ କୋରଖୋଭ । ତେବେ ଏହି ସଂକ୍ରମଣ ଭୟଙ୍କର ରୂପ ମଧ୍ୟ ନେଇପାରେ ବୋଲି ସେ କହିଛନ୍ତି ।

ସାଧାରଣତଃ ବୟସ୍କ, ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଓ ଯେଉଁମାନେ କୋରୋନା ଟିକା ନେଇ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଏପରି ହୋଇପାରେ । ଓମିକ୍ରମ ଡେଲଟା ଠାରୁ କମ ଗୁରୁତର କିନ୍ତୁ ଏହାର ଅର୍ଥ ନୁହେଁ ଏହା ସମାନ୍ୟ ଅଟେ । ତେଣୁ ଏହାକୁ ରୋକିବାକୁ ହେଲେ ସମସ୍ତେ ଟୀକାକରଣ କରିବା ଉଚିତ ବୋଲି ସେ କହିଛନ୍ତି । ଏଥିସହ କୋଭିଡ ନିୟମକୁ ମଧ୍ୟ ମାନିବା ଆଶ୍ୟକତା ରହିଛି ।

କୋରୋନା ଟୀକାକରଣ ଗୁରୁତର ରୋଗ ଓ ମୃତ୍ୟୁରୁ ରକ୍ଷା କରିଥାଏ । କିନ୍ତୁ ଏହା ସଂକ୍ରମଣ ରୋକିବାକୁ ସମ୍ପୂର୍ଣ୍ଣ ସକ୍ଷମ ନୁହେଁ । ତେଣୁ ନିଜେ ନିଜକୁ କୋରୋନା ସଂକ୍ରମଣରୁ ଦୂରେଇ ରଖନ୍ତୁ । ଏଥିପାଇଁ ସମସ୍ତେ ସାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ କହିଛନ୍ତି WHOର କୋରୋନା ଟେକ୍ନିକାଲ ମୁଖ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.