ETV Bharat / international

ସ୍ମାର୍ଟ ହେଲମେଟ, କୋରୋନା ସଂକ୍ରମିତଙ୍କୁ କରିବ ଚିହ୍ନଟ - Unique smart helmet ready to detect corona virus in italy

କୋରୋନା ରୁ ରକ୍ଷା ପାଇଁ ପାଇବା ପାଇଁ ସମଗ୍ର ବିଶ୍ବରେ ବିଭିନ୍ନ ପ୍ରକାରର ଉପାୟ ଆପଣାଯାଉଛି । ଏପରିସ୍ଥଳେ ରୋମର ବିମାନବନ୍ଦରରେ ଯାତ୍ରୀଙ୍କ ପୁରା ଶରୀର ସ୍କାନ କରି ତାପମାତ୍ରା ମାପିବାକୁ ଡିଜାଇନ ହୋଇଛି ସ୍ମାର୍ଟ ହେଲମେଟ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ସ୍ମାର୍ଟ ହେଲମେଟ, ସମଗ୍ର ଶରୀର କରିବ ସ୍କାନ

author img

By

Published : May 21, 2020, 12:17 PM IST

ରୋମ: କୋରୋନା ଭାଇରସ ଚିହ୍ନଟ କରିବା ପାଇଁ ବିଶ୍ବବ୍ୟାପୀ ଆଧୁନିକ ଉପକରଣ ବ୍ୟବହାର କରାଯାଉଥିବାବେଳେ, ଇଟାଲୀରେ ସ୍ମାର୍ଟ ହେଲମେଟର ବ୍ୟବହାର ଆରମ୍ଭ ହୋଇଛି। ସ୍ମାର୍ଟ ହେଲମେଟ ଭିତରେ କ୍ୟାମେରା ଏବଂ ଥର୍ମାଲ ସ୍କାନର ଲଗାଯାଇଛି ।

କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ସ୍ମାର୍ଟ ହେଲମେଟ, ସମଗ୍ର ଶରୀର କରିବ ସ୍କାନ
କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ସ୍ମାର୍ଟ ହେଲମେଟ, ସମଗ୍ର ଶରୀର କରିବ ସ୍କାନ

ରୋମ ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ଏକ ସ୍ମାର୍ଟ ହେଲମେଟ ଦେଇ ଯିବାକୁ ପଡିବ । କୋରୋନା ସଂକ୍ରମଣ ଚିହ୍ନଟ କରିବା ପାଇଁ ଏପରି କରାଯାଇଥିବା ଜଣାପଡିଛି । ଏହି ଆଧୁନିକ ଉପକରଣ ମାଧ୍ୟମରେ ବିମାନବନ୍ଦରରେ ଯାତ୍ରୀ ଏବଂ କର୍ମଚାରୀଙ୍କ ତାପମାତ୍ରା ଯାଞ୍ଚ କରାଯିବ। ଏହା ଭିତରେ ଥିବା କ୍ୟାମେରା ଏବଂ ଥର୍ମାଲ ସ୍କାନର ଶରୀରର ତାପମାତ୍ରାର ପରିବର୍ତ୍ତନ ବିଷୟରେ ସୂଚନା ଦେବ । ସୁରକ୍ଷା ଅଧିକାରୀମାନେ ସ୍ମାର୍ଟ ହେଲମେଟ ପିନ୍ଧି ବିମାନ ବନ୍ଦରରେ ଲୋକଙ୍କୁ ସ୍କାନ କରିବାରେ ସକ୍ଷମ ହେବେ। ହେଲମେଟରେ ଲାଗିଥିବା କ୍ୟାମେରା ଏହାର ଚତୁର୍ଦ୍ଦିଗରେ ଉପସ୍ଥିତ ଲୋକଙ୍କ ଚେହେରା ଦେଖିବ । ଆହୁରି ମଧ୍ୟ, 7 ମିଟର ଦୂରତାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ତାପମାତ୍ରା ମାପିବାରେ ସକ୍ଷମ ହେବ । ହେଲମେଟ ଲଗାଇ ଯାତ୍ରୀଙ୍କ ଆଖି ସାମ୍ନାରେ ତାଙ୍କ ସମଗ୍ର ଶରୀରକୁ ସ୍କାନ କରି ନିଆଯିବ ।

ସ୍ମାର୍ଟ ହେଲମେଟ ଟେକ୍ନୋଲୋଜି ବ୍ୟବହାର କରୁଥିବା ରୋମ ୟୁରୋପର ପ୍ରଥମ ସହର ହୋଇପାରିଛି । ତେବେ ଏହାପୂର୍ବରୁ ୟୁଏଇ ଏବଂ ଚାଇନାରେ ଆଧୁନିକ ଉପକରଣ ବ୍ୟବହାର କରାଯାଇଛି। ଅଧିକାରୀମାନେ ଆଶା କରୁଛନ୍ତି ଯେ, ଟେକ୍ନୋଲୋଜି ସାହାଯ୍ୟରେ ଯାତ୍ରୀମାନେ ନିରାପଦରେ ଏବଂ ନିଶ୍ଚିନ୍ତ ହୋଇ ନିଜ ଘରକୁ ଯାଇପାରିବେ। ଯଦି ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଶରୀର ତାପମାତ୍ରା ରେ ବୃଦ୍ଧି କିମ୍ବା ଜ୍ୱର ହୁଏ, ତେବେ ପୀଡିତଙ୍କୁ ବିମାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଆସନ୍ତା ମାସରୁ ରୋମ ବିମାନବନ୍ଦରରୁ ଅନେକ ବିମାନ ଉଡ଼ାଣ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସ୍ମାର୍ଟ ହେଲମେଟ ଇଟାଲୀ ଏବଂ ଚାଇନାର ଇଞ୍ଜିନିୟରମାନଙ୍କ ଦ୍ୱାରା ଡିଜାଇନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.