ETV Bharat / international

ଏହି 5ଟି ଦେଶର ଯାତ୍ରୀଙ୍କ ଉପରୁ କ୍ବାରେଣ୍ଟାଇନ ପ୍ରତିବନ୍ଧକ ହଟାଇଲା ୟୁକେ - ୟୁକେରେ ବିମାନସେବା

କୋରୋନା ସ୍ଥିତିରେ ସୁଧାର ଆସିବା ପରେ ୟୁକେରେ ଆରମ୍ଭ ହୋଇଥିବା ବିମାନ ସେବା । ଏଥିରେ କଟକଣା ସ୍ବରୂପ 14 ଦିନିଆ କ୍ବାରେଣ୍ଟାଇନ ନିୟମ ଲାଗୁ କରିଥିଲା ୟୁକେ । ହେଲେ ଏହି ନିୟମରୁ କିଛି ଦେଶକୁ ଆରମ୍ଭରୁ ବାଦ ଦିଆଯାଇଥିଲା । ଯେଉଁଥିରେ ଏବେ ସାମିଲ ହୋଇଛି ଆଉ 5 ଦେଶ ।

flight service restriction of uk, transport restriction in uk, quarantine rule of uk, flight service in uk, corona situation in uk, ୟୁକେରେ ବିମାନସେବା ପ୍ରତିବନ୍ଧକ, ୟୁକେରେ ଯାତ୍ରା କଟକଣା, ୟୁକେରେ କ୍ବାରେଣ୍ଟାଇନ କଟକଣା, ୟୁକେରେ ବିମାନସେବା, ୟୁକେରେ କୋରୋନା ସ୍ଥିତି
ଏହି 5ଟି ଦେଶର ଯାତ୍ରୀଙ୍କ ଉପରୁ କ୍ବାରେଣ୍ଟାଇନ ପ୍ରତିବନ୍ଧକ ହଟାଇଲା ୟୁକେ
author img

By

Published : Jul 26, 2020, 6:27 AM IST

ଲଣ୍ଡନ: କୋରୋନା ସ୍ଥିତିରେ ସୁଧାର ଆସିବା ପରେ ୟୁକେରେ ଆରମ୍ଭ ହୋଇଥିବା ବିମାନ ସେବା । ହେଲେ ଏହି ସେବାର ଲାଭ ନେଉଥିବା ଯାତ୍ରୀମାନଙ୍କ ପାଇଁ କିଛି କଟକଣା ଜାରି କରିଥିଲା ୟୁକେ ସରକାର । ଏହି ନିୟମ ଅନୁଯାୟୀ ୟୁକେରେ ପହଞ୍ଚିବା ପରେ ଯାତ୍ରୀଙ୍କୁ ବାଧ୍ୟତାମୂଳକ 14 ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ହେଲେ ଏହି ନିୟମରୁ କିଛି ଦେଶକୁ ଆରମ୍ଭରୁ ବାଦ ଦିଆଯାଇଥିଲା । ଯେଉଁଥିରେ ଏବେ ସାମିଲ ହୋଇଛି ଆଉ 5 ଦେଶ ।

ଶୁକ୍ରବାର ଏନେଇ ଘୋଷଣା କରାଯାଇ ସ୍ପଷ୍ଟ କରାଯାଇଛି କି ନୂଆ ନିୟମ ଆସନ୍ତା ଜୁଲାଇ 28ରୁ କାର୍ଯ୍ୟକାରୀ ହେବ । ଏହି ନୂଆ ନିୟମ ଅନୁଯାୟୀ ଇଷ୍ଟୋନିଆ, ଲାଟଭିଆ, ସ୍ଲୋଭାକିଆ, ସ୍ଲୋଭେନିଆ ଓ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନାଡାଇନ ଆଦି ଦେଶର ଯାତ୍ରୀଙ୍କୁ କ୍ବାରେଣ୍ଟାଇନ କଟକଣାରୁ ବାଦ ଦିଆଯିବା ନେଇ ସ୍ପଷ୍ଟ ହୋଇଛି । ଏହାପୂର୍ବରୁ ମାସ ଆରମ୍ଭରେ ୟୁକେ ଦ୍ବାରା ସୁରକ୍ଷିତ 74 ସ୍ଥାନର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଠୁ ଆସୁଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ନିୟମ ମାନିବାକୁ ହେବ ନାହିଁ ବୋଲି କୁହାଯାଇଥିଲା । ଏବେ ଏଥିରେ ଉପରୋକ୍ତ 5ଟି ରାଷ୍ଟ୍ର ପୁଣି ସାମିଲ କରାଯାଇଛି ।

ଆଗକୁ ସାପ୍ତାହିକ ଭାବେ ଏହି ତାଲିକାରେ ଆବଶ୍ୟକ ମୁତାବକ ପରିବର୍ତ୍ତନ କରାଯିବ ବୋଲି ବୋରିସ ସରକାର ସ୍ପଷ୍ଟ କରିଛି । ଇତି ମଧ୍ୟରେ ପରିବହନ ସଚିବ ଗ୍ରାଣ୍ଟ ସାପ୍ସ ସୋମବାର ଦିନ ପର୍ତ୍ତୁଗାଲ ସହ ଆକାଶ ବ୍ରିଜ ବା ଆକାଶ ମାର୍ଗରେ ପରିବହନ ବ୍ରିଜ ନେଇ ଘୋଷଣା କରିବାର ଯୋଜନା ରହିଛି । ଏହି ଦେଶକୁ ସୁରକ୍ଷିତ ସ୍ଥାନ ତାଲିକାରୁ ବାଦ ଦେବା ପରେ ପର୍ତ୍ତୁଗିଜ ସରକାର ଏନେଇ କ୍ଷୋଭ ପ୍ରକାଶ କରିବାରୁ ଏହି ପଦକ୍ଷେପ ନିଆଯିବା ନେଇ ସ୍ପଷ୍ଟ ହୋଇଛି ।

ଗୋଟିଏ ପଟେ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଥିବା ବେଳେ ଅନ୍ୟପଟେ କୋରୋନା ସଂକ୍ରମଣରେ ମଧ୍ୟ ଅବନତି ହେବାରେ ଲାଗିଥିବା ଦେଖାଯାଉଛି । ଏନେଇ ଏହି ଦକ୍ଷିଣ-ପଶ୍ଚିମାଞ୍ଚଳ ୟୁରୋପିଆନ ଦେଶରେ ଦିନକୁ ମାତ୍ର 127 ଟି ମାମଲା ଚିହ୍ନଟ ହୋଇଥିବା ଦେଖାଯାଇଛି । ଯାହା ମାର୍ଚ୍ଚ ମାସରୁ ଏଯାବତ୍‌ ରେକର୍ଡ ହୋଇଥିବା ସର୍ବନିମ୍ନ ସଂଖ୍ୟା ବୋଲି ଆକଳନ କରାଯାଇଛି । ପ୍ରକାଶ ଥାଉ କି ଦେଶରେ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ କାନାଡା, ଆମେରିକା, ସ୍ବିଡେନ, ଋଷିଆ ଓ ମଧ୍ୟ ତଥା ଉତ୍ତର ଆମେରିକାର ଅନେକ ରାଷ୍ଟ୍ରରୁ ଯାତ୍ରା କରୁଥିବା ବିମାନଯାତ୍ରୀଙ୍କୁ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.