ETV Bharat / international

ବ୍ରିଟେନରେ ଗୋଟିଏ ଦିନରେ ସର୍ବାଧିକ 786 ମୃତ - ୟୁକେରେ କୋରୋନା ଅପଡେଟ

ଗତ 24 ଘଣ୍ଟାରେ ୟୁକେରେ 786 ଲୋକଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ । ଅଧିକ ପଢନ୍ତୁ...

ବ୍ରିଟେନରେ ଗୋଟିଏ ଦିନରେ ସର୍ବାଧିକ 786 ମୃତ
ବ୍ରିଟେନରେ ଗୋଟିଏ ଦିନରେ ସର୍ବାଧିକ 786 ମୃତ
author img

By

Published : Apr 7, 2020, 11:24 PM IST

ଲଣ୍ଡନ: ୟୁରୋପରେ କୋରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । କମିବା ଦୂର କଥା ଏହାକୁ ନିୟନ୍ତ୍ରଣ କରିବା ସେଠାକାର ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି । କାମ କରୁନି କୌଣସି ଲକଡାଉନ କଟକଣା । ଫେଲ ମାରୁଛି ସମସ୍ତ ଆଡଭାନ୍ସ ଚିକିତ୍ସା ପ୍ରଣାଳୀ । ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି ।

ମଙ୍ଗଳବାର ସୂଚନାନୁସାରେ ଗତ 24 ଘଣ୍ଟାରେ ୟୁକେରେ 786 ଲୋକଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ । ପୂର୍ବରୁ ଗତ ମାସ ଗୋଟିଏ ଦିନରେ 439 ଲୋକଙ୍କର କୋଭିଡ 19ରେ ମୃତ୍ୟୁ ହୋଇଥିଲା । ଏବେ ସୁଦ୍ଧା ୟୁକେରେ ମୋଟ 6159 ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଥିରେ 55 ହଜାର 242 ଆକ୍ରାନ୍ତ ଅଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଲକ୍ଷଣ ଅଧିକ ଦେଖାଯିବା ସହ ସ୍ବାସ୍ଥ୍ୟରେ ଉନ୍ନତି ନ ଦେଖାଦେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ଅନେକ ରାଷ୍ଟ୍ରନେତା ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.