ETV Bharat / international

ଗରିବ ପିଲାଙ୍କୁ ଖାଦ୍ୟ ଯୋଗାଇବେ ବ୍ରିଟିଶ ସରକାର, ଖର୍ଚ୍ଚ କରିବେ 400 ମିଲିଅନ ପାଉଣ୍ଡ - ଗରିବ ପିାଲାଙ୍କୁ ଖାଦ୍ୟ ଯୋଗାଇବେ ବ୍ରିଟିଶ ସରକାର

ଶୀତଦିନରେ ଗରିବ ଶ୍ରେଣୀର ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟିଶ ସରକାର । ଏନେଇ ଖର୍ଚ୍ଚ କରିବେ 400 ମିଲିଅନ ପାଉଣ୍ଡ । ଅଧିକ ପଢନ୍ତୁ..

ଗରିବ ପିାଲାଙ୍କୁ ଖାଦ୍ୟ ଯୋଗାଇବେ ବ୍ରିଟିଶ ସରକାର, ଖର୍ଚ୍ଚ କରିବେ 400 ମିଲିଅନ ପାଉଣ୍ଡ

author img

By

Published : Nov 9, 2020, 2:14 PM IST

ବ୍ରିଟେନ:ଶୀତଦିନରେ ଗରିବ ଶ୍ରେଣୀର ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟିଶ ସରକାର । ଫୁଟବଲର୍ ମାର୍କସ୍ ରଶଫୋର୍ଡଙ୍କ ଏକ ନିରନ୍ତର ଅଭିଯାନ ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ଲଣ୍ଡନରେ ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଶାସକ ଦଳ ପକ୍ଷରୁ ଛୁଟିଦିନ ମାନଙ୍କରେ ଗରିବ ପିଲାଙ୍କୁ ମାଗଣା ସ୍କୁଲ ଭୋଜନ ଦିଆଯାଇଥିଲା ।

ବ୍ରିଟିଶ ସରକାର ପ୍ରାୟ 400 ମିଲିଅନ ପାଉଣ୍ଡ (ପ୍ରାୟ 526.3 ମିଲିୟନ ଆମେରିକୀୟ ଡଲାର) ଖର୍ଚ୍ଚ କରିବେ, ଯେଉଁଥିରେ 170 ମିଲିୟନ ପାଉଣ୍ଡ (ପ୍ରାୟ 223.7 ମିଲିୟନ ଆମେରିକୀୟ ଡଲାର) ସ୍ଥାନୀୟ ପରିଷଦ ମାଧ୍ୟମରେ ବଣ୍ଟନ କରାଯିବ । ଯାହା ଖାଦ୍ୟ ଏବଂ ବିଲ ଥିବା ପରିବାରକୁ ସାହାଯ୍ୟ କରିବ ବୋଲି ଏକ ରିପୋର୍ଟରୁ ଜଣାପଡିଛି ।

ଗତ କିଛି ମାସ ମଧ୍ୟରେ, ଇଂଲଣ୍ଡରେ ଛୁଟିଦିନରେ ମାଗଣା ସ୍କୁଲ ଭୋଜନ ଯୋଗାଇବାରେ କିଛି ବ୍ୟତିକ୍ରମ ଦେଖାଦେଇଥିଲା । ହେଲେ ପରେ ଫୁଟବଲର୍ ମାର୍କସ୍ ରଶଫୋର୍ଡ ଗରିବଙ୍କୁ ଖାଦ୍ୟ ଯୋଗାଇବାକୁ ନେଇ ଅଭିଯାନ ଆରମ୍ଭ କରିଥିଲେ । ଶେଷରେ ପୁଣି ଥରେ ଏହି ସେବା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟିଶ ସରକାର । ନୂଆ କୋଭିଡ ଗାଇଡ ଲାଇନ ଅନୁଯାୟୀ ଇଂଲଣ୍ଡରେ ସ୍କୁଲ, କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.