ଲଣ୍ଡନ: ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ମୁକ୍ତ କଲା ବ୍ରିଟେନ । ଅନ୍ୟ ଦେଶରୁ ବ୍ରିଟେନ ଆସୁଥିଲେ ଆଉ 14 ଦିନିଆ କ୍ବାରେଣ୍ଟାଇନରେ ରହିବେ ନାହିଁ । କୋରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଏହି ନିୟମକୁ ବର୍ତ୍ତମାନ ବ୍ରିଟେନ ସରକାର ହଟାଇ ଦେଇଛନ୍ତି ।
ଗତ କିଛି ଦିନ ପୂର୍ବରୁ ଅନ୍ତର୍ଜାତୀୟ ଉଡାଣ ପାଇଁ ୟୁଏଇ 59 ଦେଶ ପାଇଁ ଆକାଶ ମାର୍ଗ ଅନୁମତି ଦେଇଥିଲା । ଏହି ଦେଶର ଯାତ୍ରୀମାନଙ୍କୁ ଏବେ କ୍ବାରେଣ୍ଟାଇନରୁ ମୁକ୍ତ କରାଯାଇଛି । ହେଲେ ଏବେ ବି ଆମେରିକା ଓ ଭାରତୀୟଙ୍କ ଏହି ନିୟମ ବଳବତ୍ତର ରହିବ । କାରଣ ଆମେରିକାରେ କୋରୋନା ସଂକ୍ରମଣ ମାମଲା ଏବେ ସର୍ବାଧିକ ରହିଛି । ଭାରତରେ ସଂକ୍ରମଣ ମାମଲା ଦିନକୁ ଦିନକୁ ବଢିବାରେ ଲାଗିଛି । ଏହି କ୍ବାରେଣ୍ଟାଇନମୁକ୍ତ ନିୟମ ଆସନ୍ତା ଜୁଲାଇ 10ରୁ କାର୍ଯ୍ୟକାରୀ କରାଯିବ ।
ସରକାର ସନ୍ତୁଷ୍ଟ ଯେ, ଯଦି ବର୍ତ୍ତମାନ ଇଂଲଣ୍ଡରେ ଏହି ପଦକ୍ଷେପକୁ ସହଜ କରିବା ନିରାପଦ ହୁଏ, ତେବେ କିଛି ଦେଶ ତଥା ଅଞ୍ଚଳ ପାଇଁ ଟ୍ରାଭେଲ କରିଡର ଆରମ୍ଭ କରିପାରେ ବୋଲି ବ୍ରିଟେନର ପରିବହନ ବିଭାଗ ଏକ ବିବୃତ୍ତିରେ କୁହାଯାଇଛି ।
ଏହି ବିବୃତ୍ତିରେ କୁହାଯାଇଛି, ଏହି ନିୟମ ଇଂଲଣ୍ଡକୁ ଆସୁଥିବା ଯାତ୍ରୀ ଟ୍ରେନ, ଫେରି , କୋଚ କିମ୍ବା ଟ୍ରେନ ଦ୍ବାରା ଲାଗୁ ହୋଇପାରିବ । ତେବେ ଯେହେତୁ ଟ୍ରାଭେଲ କରିଡରରେ ଆମେରିକାର ନାଁ ତାଲୁକାଭୁକ୍ତ କରାଯାଇନାହିଁ, ତେଣୁ ଆମେରିକାରୁ ବ୍ରିଟେନ ଆସୁଥିବା ପ୍ରତିଟି ବ୍ୟକ୍ତି 14 ଦିନିଆ କ୍ବାରେଣ୍ଟାଇନରେ ରହିବେ ।
ସୂଚନାଯୋଗ୍ୟ, ଆମେରିକାରେ କୋରୋନା ସଂକ୍ରମିତ ମାମଲା 2,783,95ରେ ପହଞ୍ଚିଛି । କୋରୋନାରେ 129,306ଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି ।