1993 ମସିହାରେ ୟୁରୋପରେ ଯିହୁଦୀ ସଂଖ୍ୟା 9 ମିଲିୟନ ରୁ ଅଧିକ ଅର୍ଥାତ 90 ଲକ୍ଷରୁ ରହିଥିଲା । ଅଧିକାଂଶ ୟୁରୋପୀୟ ଯିହୁଦୀ ନାଜି ଜର୍ମାନୀ ଅଧିକୃତ ତଥା ଦ୍ବିତୀୟ ବିଶ୍ବଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶଗୁଡିକରେ ରହୁଥିଲେ । 1945 ଅର୍ଥାତ ଯୁଦ୍ଧ ଶେଷ ବେଳକୁ ଜର୍ମାନୀ ଓ ସେମାନଙ୍କର ସହଯୋଗୀମାନେ ’ଚୁଡାନ୍ତ ସମାଧାନ’ କାର୍ଯ୍ୟକାରୀ କରାଯାଇ 3 ୟୁରୋପର ପ୍ରତି ଦୁଇ ଜଣକୁ ହତ୍ୟା କରାଯାଇଥିଲା ।
ହଲୋକୋଷ୍ଟ ଶବ୍ଦ ଗ୍ରୀସରୁ ଆସିଛି । ହୋଲୋସର ଅର୍ଥ (ପୁରା ବା ସମ୍ପୂର୍ଣ୍ଣ) ଓ କଷ୍ଟମ କହିଲେ ଆହୁତି କୁ ବୁଝାଏ । ଯାହାକୁ ଐତିହ୍ୟରେ ଯଜ୍ଞବେଦୀର ଅଗ୍ନିକୁଣ୍ଡରେ କୌଣସି ପଦାର୍ଥକୁ ଉତ୍ସର୍ଗ କରିବାକୁ ବୁଝାଯାଉଥିଲା ।
1945 ପରେ ଏହା ନୂତନ ତଥା ଭୟଙ୍କର ଅର୍ଥ ଗ୍ରହଣ କରିଛି :
1933 ରୁ 1945 ମଧ୍ୟରେ ଜର୍ମାନୀ ନାଜି ଶାସନ ଅଧିନରେ ଆଦର୍ଶ ତଥା ବ୍ୟବସ୍ଥିତ ରାଜ୍ୟ ପ୍ରାୟୋଜିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଲକ୍ଷ ଲକ୍ଷ ୟୁରୋପୀୟ ଯିହୁଦୀଙ୍କ ହତ୍ୟା (ଜିପ୍ସୀ, ବୌଦ୍ଧିକ ଭିନ୍ନକ୍ଷମ, ମତଭେଦ ଏବଂ ସମଲିଙ୍ଗୀ ସମେତ ଅନ୍ୟାନ୍ୟ ଲକ୍ଷ ଲକ୍ଷ)ଙ୍କୁ କରାଯାଇଥିଲା ।
ନାଜି ନେତା ଆଡଲଫ ହିଟଲର ଯିହୁଦୀମାନେ ଏକ ନିମ୍ନ ଜାତି, ଜର୍ମାନ ଜାତିଗତ ଶୁଦ୍ଧତା ଏବଂ ସମ୍ପ୍ରଦାୟ ପାଇଁ ଏକ ବିପଦ ବୋଲି ବିଚାର କରୁଥିଲେ ।
ଜର୍ମାନୀରେ ଦୀର୍ଘ ବର୍ଷ ଧରି ନାଜି ଶାସନ ପରେ, ଯେଉଁ ସମୟରେ ଯିହୁଦୀମାନେ କ୍ରମାଗତ ଭାବରେ ନିର୍ଯ୍ୟାତିତ ହେଉଥିଲେ, ହିଟଲରଙ୍କ “ଶେଷ ସମାଧାନ” - ହୋଲକୋଷ୍ଟ ଭାବରେ ଜଣାଶୁଣା। କାରଣ 1939ରେ ପୋଲାଣ୍ଡର ପଶ୍ଚିମ ଭାଗକୁ କବଜା କରିବା ପରେ ସେଠାରେ ରହୁଥିବା ଯିହୁଦୀଙ୍କୁ ବାସହୀନ କରି ସେମାନଙ୍କ ଘରକୁ ଅଧିକାରୀ କରିବା ସହ ଏକ ବିଶେଷ କ୍ୟାମ୍ପରେ ଭର୍ତ୍ତି ଅତ୍ୟାଚାର କରାଯାଉଥିଲା ।
ହଲୋକୋଷ୍ଟରେ ସମୁଦାୟ ମୃତାହତଙ୍କ ସଂଖ୍ୟା
ହିଟଲରଙ୍କ ’ଶେଷ ସମାଧାନ’ ବା ହଲୋକୋଷ୍ଟରେ ପ୍ରାୟ 11 ନିୟୁତ ଅର୍ଥାତ 11 ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା ଯେଉଁଥିରେ 6 ମିଲିୟନ ଅର୍ଥାତ 60 ଲକ୍ଷ କେବଳ ଯିହୁଦୀଙ୍କ ମାରିଥିଲେ ନାଜି ସରକାର । ଏବଂ ଅନ୍ୟ 5 ମିଲିୟନ ତଥା 50 ଲକ୍ଷ ଜାତି, ରାଜନୈତିକ, ଆଦର୍ଶଗତ ତଥା ଆଚରଣ ବିହୀନ ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଏଥିସହ ଏଥିରେ 1 ନିୟୁତ ଅର୍ଥାତ 10 ଲକ୍ଷ ଅଧିକ ଶିଶୁଙ୍କ ମଧ୍ୟ ଜୀବନ ଯାଇଥିଲା ।
କାହିଁକି ଯିହୁଦୀ ଙ୍କୁ ଘୃଣା କରୁଥିଲେ ହିଟଲର
1889 ମସିହାରେ ଅଷ୍ଟ୍ରେଲିଆରେ ଜନ୍ମ ଗ୍ରହଣ କରିଥିବା ହିଟଲର ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଜର୍ମାନୀର ସେନାରେ ଯୋଗ ଦେଇଥିଲେ । 1918 ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ହାର ପାଇଁ ଅନ୍ୟ ଜର୍ମାନୀ ବିରୋଧୀ ପରେ ହିଟଲର ମଧ୍ୟ ଯିହୁଦୀଙ୍କୁ ଦାୟୀ କରିଥିଲେ ।
ଯୁଦ୍ଧ ସମାପ୍ତ ହେବାର କିଛି ସମୟ ପରେ ହିଟଲର ନ୍ୟାସନାଲ ଜର୍ମାନୀ ୱାର୍କର୍ସ ପାର୍ଟିରେ ଯୋଗ ଦେଇଥିଲେ, ଯାହା ନ୍ୟାସନାଲ ସୋସିଆଲିଷ୍ଟ ଜର୍ମାନୀ ୱାର୍କର୍ସ ପାର୍ଟି (NSDAP) ରେ ପରିଣତ ହୋଇଥିଲା, ଏହା ନାଜି ଭାବରେ ଜଣାଶୁଣା ।
1923ରେ ବିୟର ହଲ୍ ପୁଚ୍ ରେ ତାଙ୍କର ଭୂମିକା ପାଇଁ ଦେଶଦ୍ରୋହ ଅଭିଯୋଗରେ କାରାଗାର କରାଯାଇଥିଲା । ଏହି ସମୟରେ ହିଟଲର “ମେନ୍ କ୍ୟାମ୍ପଫ୍” (ମୋର ସଂଗ୍ରାମ) ଲେଖିଥିଲେ ।ଯେଉଁଥିରେ ସେ ଏକ ସାଧାରଣ ୟୁରୋପୀୟ ଯୁଦ୍ଧର ଭବିଷ୍ୟବାଣୀ କରିଥିଲେ ଯାହା ଫଳସ୍ୱରୂପ “ଯିହୁଦୀମାନଙ୍କର ବିନାଶ ହେବ” ।
1940 ର ବସନ୍ତ ଏବଂ ଗ୍ରୀଷ୍ମ ସମୟରେ, ଜର୍ମାନୀ ସଶସ୍ତ୍ରବାହିନୀ ୟୁରୋପରେ ହିଟଲରଙ୍କ ସାମ୍ରାଜ୍ୟ ବିସ୍ତାର କରି ଡେନମାର୍କ, ନରୱେ, ନେଦରଲ୍ୟାଣ୍ଡ, ବେଲଜିୟମ, ଲକ୍ସେମବର୍ଗ ଏବଂ ଫ୍ରାନ୍ସକୁ ପରାସ୍ତ କଲେ ।
1941 ରୁ ଆରମ୍ଭରେ, ସମଗ୍ର ମାଳଦ୍ୱୀପର ଯିହୁଦୀମାନେ ଏବଂ ହଜାର ହଜାର ୟୁରୋପୀୟ ଜିପ୍ସୀଙ୍କୁ ପୋଲାଣ୍ଡ ଘାଟୋକୁ ସ୍ଥାନାନ୍ତର କରାଯାଇଥିଲା ।
ଜୁନ୍ 1941 ରେ ସୋଭିଏତ୍ ୟୁନିଅନର ଜର୍ମାନୀ ଆକ୍ରମଣ ଯୁଦ୍ଧରେ ଏକ ନୂତନ ବର୍ବରତାକୁ ସୃଷ୍ଟି କଲା ।
ଆଇନ୍ସାଟଜଗ୍ରୁପେନ୍ ନାମକ ମୋବାଇଲ ହତ୍ୟା ୟୁନିଟ୍ 500,000 ରୁ ଅଧିକ ସୋଭିଏତ୍ ଯିହୁଦୀ ଏବଂ ଅନ୍ୟମାନଙ୍କୁ (ସାଧାରଣତଃ ଗୁଳି ଦ୍ୱାରା) ଜର୍ମାନୀ ଦଖଲ ସମୟରେ ହତ୍ୟା କରାଯାଇଥିଲା ।
ଦେଶରୁ ତଡିବା ଠୁ ନର ସଂହାର କରାଯାଇଥିଲା(1992-94)
ଜର୍ମାନୀ ଏବଂ ଜର୍ମାନୀ ଅଧିକୃତ ୟୁରୋପରୁ ଯିହୁଦୀଙ୍କୁ ରେଳ ମାଧ୍ୟମରେ ପୋଲାଣ୍ଡରେ କିଲିଙ୍ଗ ସେଣ୍ଟରରକୁ ଆଣାଯାଇ ବନ୍ଦୀ କରାଯାଇଥିଲା । ସେଠାରେ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାର ପ୍ରକୃତ ଉଦ୍ଦେଶ୍ୟରୁ ଲୁଚାଇବାକୁ ଯାଇ ଜର୍ମାନୀ ପୀଡିତଙ୍କୁ ପୂର୍ବ ଭାଗରେ କାମ ଅର୍ଥାତ ପୁନଃ ଥଇଥାନ ପାଇଁ ତଥା ଶ୍ରମିକ କ୍ୟାମ୍ପକୁ ନିଆଯାଉଥିବା କୁହାଯାଇଥିଲା । କିନ୍ତୁ 1942 ପରେ ଯିହୁଦୀଙ୍କୁ ସେହି କିଲିଙ୍ଗ ସେଣ୍ଟର ବା ମୃତ୍ୟୁ କେନ୍ଦ୍ରରେ ମାରି ଦିଆଯାଇଥିଲା ।
ହଲୋକଷ୍ଟ ମୃତ୍ୟୁ ଶିବିର, 1941-1945
1941 ର ଶେଷଭାଗରୁ, ଜର୍ମାନୀମାନେ ପୋଲାଣ୍ଡର ଘେଟୋରୁ ସେହି ଶିବିରକୁ ରୋଗୀ, ବୃଦ୍ଧ , ଦୁର୍ବଳ ଓ ଅତି ଛୋଟ ଯେଉଁମାନେ କୌଣସି କାର୍ଯ୍ୟ ବେଶ ସକ୍ଷମ ନଥିଲେ ସେମାନଙ୍କୁ ନେଇ ବନ୍ଦୀ କରିଦେଇଦେଉଥିଲେ।
ମାର୍ଚ୍ଚ 17, 1942 ରେ ଲବଲିନ୍ ନିକଟ ବେଲଜେକ୍ କ୍ୟାମ୍ପରେ ପ୍ରଥମ ସାମୁହିକ ଗ୍ୟାସିଂ ହୋଇଥିଲା ।
ଅଧିକୃତ ପୋଲାଣ୍ଡର କ୍ୟାମ୍ପରେ ଚେଲମୋ, ସୋବିବୋର, ଟ୍ରେବଲିଙ୍କା, ମଜଦାନେକ ଏବଂ ସର୍ବ ବୃହତ ଅସ୍ବିଜ-ବିର୍କେନାଉ ସମେତ ଅଧିକ ପାଞ୍ଚଟି ହତ୍ୟା କେନ୍ଦ୍ର ନିର୍ମାଣ କରାଯାଇଥିଲା।
1942 ରୁ 1945 ପର୍ଯ୍ୟନ୍ତ, ଯିହୁଦୀମାନେ ଜର୍ମାନୀର ନିୟନ୍ତ୍ରିତ ଅଞ୍ଚଳ ତଥା ଜର୍ମାନୀ ସହିତ ମିଳିତ ଦେଶ ସମେତ ୟୁରୋପର ବିଭିନ୍ନ ସ୍ଥାନରୁ ଶିବିରକୁ ଅଣାଗଲା।
1942ରେ ଗ୍ରୀଷ୍ମ ଏବଂ ହେମନ୍ତ ସମୟରେ ସବୁଠାରୁ ଅଧିକ ଯିହୀଦୁଙ୍କ ବନ୍ଦୀ କରିଥିଲେ , କେବଳ ପୋଲାଣ୍ଡର ରାଜଧାନୀ ୱାର୍ସ ଘୋଟରୁ 300,000 ରୁ ଅଧିକ ଲୋକଙ୍କୁ ଦେଶରୁ ସ୍ଥାନାନ୍ତର କରାଯାଇଥିଲା।
ସ୍ଥାନାନ୍ତରଣ, ରୋଗ ଏବଂ କ୍ରମାଗତ ଭୋକରେ ଶିକାର ହୋଇ ଶେଷରେ ୱାର୍ସ ଘାଟୋ ବାସିନ୍ଦା ସଶସ୍ତ୍ର ବିଦ୍ରୋହରେ କରିଥିଲେ ।
ଏପ୍ରିଲ୍ 19 ରୁ ମେ 16, 1943 ପର୍ଯ୍ୟନ୍ତ ୱାର୍ସ ଘାଟୋରେ 7,000 ଯିହୁଦୀଙ୍କ ମୃତ୍ୟୁ ହୋଇଥିଲା । 50,000 ବଞ୍ଚିଥିବା ଲୋକଙ୍କୁ ହତ୍ୟା କେନ୍ଦ୍ର ପଠାଯାଇଥିଲା। କିନ୍ତୁ ପ୍ରତିରୋଧ ସଂଗ୍ରାମୀମାନେ ନାଜିମାନଙ୍କୁ ପ୍ରାୟ ଏକମାସ ଧରି ବନ୍ଦ କରି ରଖିଥିଲେ ଏବଂ ସେମାନଙ୍କର ବିଦ୍ରୋହ ଜର୍ମାନୀ-ଅଧିକୃତ ୟୁରୋପ କ୍ୟାମ୍ପ ଏବଂ ଘାଟୋରେ ବିଦ୍ରୋହକୁ ପ୍ରେରଣା ଦେଇଥିଲା।
ନାଜିମାନେ ଅପରେସନ କ୍ୟାମ୍ପକୁ ଗୁପ୍ତ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯେଉଁଭଳି ଭାବରେ ହତ୍ୟା କରାଗଲା ତାହା ଲୁଚେଇ ରଖିବା ସମ୍ଭବ ହେଲା ନାହିଁ ।
ବହୁ ସଂଖ୍ୟକ ଯିହୁଦୀ ଏବଂ ଅଣ-ଯିହୁଦୀ ବନ୍ଦୀମାନେ ଶ୍ରମ ଶିବିରରେ କାର୍ଯ୍ୟ କରୁଥିଲେ; ଯଦିଓ କେବଳ ଯିହୁଦୀମାନଙ୍କୁ ହତ୍ୟା କରାଯାଇଥିଲା, ଅନ୍ୟ ହଜାର ହଜାର ଲୋକ ଅନାହାର କିମ୍ବା ରୋଗରେ ମୃତ୍ୟୁ ବରଣ କରିଥିଲେ। ଏବଂ 1943 ମସିହାରେ ଇଉଜେନିଷ୍ଟ ଜୋସେଫ୍ ମେଙ୍ଗେଲେ ଆସ୍ବିଜ ରେ ପହଞ୍ଚି ଯିହୁଦୀ ବନ୍ଦୀଙ୍କ ଉପରେ ତାଙ୍କର କୁଖ୍ୟାତ ପରୀକ୍ଷଣ ଆରମ୍ଭ କରିଥିଲେ ।
ତାଙ୍କର ବିଶେଷ ଧ୍ୟାନ ଯାଆଁଳା ଶିଶୁଙ୍କ ଉପରେ ଡାକ୍ତରୀ ପରୀକ୍ଷଣ କରିବା । ପେଟ୍ରୋଲ ଠାରୁ ଆରମ୍ଭ କରି କ୍ଲୋରୋ ଫର୍ମ ପର୍ଯ୍ୟନ୍ତ ସେମାନଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା । ତାଙ୍କର ଏହି କାର୍ଯ୍ୟ ତାଙ୍କୁ “ମୃତ୍ୟୁ ଦୂତ” ନାମରେ ନାମିତ କରିଥିଲା ।
ଯିହୁଦୀମାନଙ୍କର କିଛି ଭୟଙ୍କର ହତ୍ୟା
ସବୁଠାରୁ କୁଖ୍ୟାତ, ଅସ୍ବିଜ II- ବିର୍କେନାଉ, ଯେଉଁଠାରେ ଯିହୀଦଙ୍କୁ ତୁରନ୍ତ ହତ୍ୟା କରାଯାଉଥିବା କିମ୍ବା ମୃତ୍ୟୁ ହେବା ପର୍ଯ୍ୟନ୍ତ କାମ କରାଯାଉଥିଲା । ଆସ୍ବିଜ ର ଗ୍ୟାସ୍ ଚାମ୍ବରରେ ମୋଟ 1.1 ନିୟୁତ ଲୋକଙ୍କୁ ହତ୍ୟା କରାଯାଇଥିଲା।
କୈଭ ନିକଟ ବାବିୟରର ଉପତ୍ୟକାରେ ସୋଭିଏତ୍ ୟୁନିଅନ୍ ଆଇନ୍ସାଟଜ୍ରୁପ୍ ସି ('ସ୍ପେଶାଲ୍ ଅପରେସନ୍ ଗୋଷ୍ଠୀ') ଯୁଦ୍ଧର କୁଖ୍ୟାତ ହତ୍ୟାକାଣ୍ଡର ଆୟୋଜନ କରି 29 ଏବଂ 30 ସେପ୍ଟେମ୍ବର 1941 ରେ 33,771 ଯିହୁଦୀଙ୍କୁ ହତ୍ୟା କରିଥିଲା।
ଡିସେମ୍ବର 1941 ରେ ସର୍ବିଆର ସେମଲିନ୍ ଏବଂ ପୋଲାଣ୍ଡର ଚେଲମୋନୋ ଠାରେ 'ଡେଥ୍ କ୍ୟାମ୍ପ ଅପରେସନ୍’ କାର୍ଯ୍ୟକାରୀ ଆରମ୍ଭ ହୋଇଥିଲା, ଯେଉଁଠାରେ ସମୁଦାୟ 400,000 ରୁ ଅଧିକ ଯିହୁଦୀଙ୍କୁ ଭ୍ୟାନର ନିର୍ଗତ ଧୂଆଁରେ ଅତ୍ୟନ୍ତ କ୍ରୁରତା ଭାବେ ହତ୍ୟା କରାଯାଇଥିଲା ।