ETV Bharat / international

ସୁଧୁରିଛି ସ୍ଥିତି, ଫ୍ରାନ୍ସରେ କୋହଳ ହେଲା ଏକାଧିକ କଟକଣା

ପର୍ଯ୍ୟାୟକ୍ରମେ ଫ୍ରାନ୍ସରେ କୋହଳ ହେଉଛି ଲକଡାଉନ କଟକଣା । ଏନେଇ ସୋମବାର ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏହି ଘୋଷଣା ଅନୁଯାୟୀ ପର୍ଯ୍ୟାୟକ୍ରମେ କଟକଣା କୋହଳ ସହ ଦେଶରେ ସମସ୍ତ କାଫେ ଓ ରେସ୍ତୋରାଁ ଖୋଲାଯିବା ପାଇଁ ଅନୁମତି ମିଳିଛି ।

author img

By

Published : Jun 15, 2020, 8:19 PM IST

corona restrictions in france, corona situation in france, lockdown restrictions ease in france, france president emanuel macron, ଫ୍ରାନ୍ସରେ କୋରୋନା କଟକଣା, ଫ୍ରାନ୍ସରେ କୋରୋନା ସ୍ଥିତି, ଫ୍ରାନ୍ସରେ ଲକଡାଉନ କଟକଣା କୋହଳ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ
ଫ୍ରାନ୍ସରେ କୋହଳ ହେବ ଏକାଧିକ କଟକଣା: ରାଷ୍ଟ୍ରପତି

ପ୍ୟାରିସ: ପର୍ଯ୍ୟାୟକ୍ରମେ ଫ୍ରାନ୍ସରେ କୋହଳ ହେଉଛି ଲକଡାଉନ କଟକଣା । ଏନେଇ ସୋମବାର ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଏହି ଘୋଷଣା ଅନୁଯାୟୀ ପର୍ଯ୍ୟାୟକ୍ରମେ କଟକଣା କୋହଳ ସହ ଦେଶରେ ସମସ୍ତ କାଫେ ଓ ରେସ୍ତୋରାଁ ଖୋଲାଯିବା ପାଇଁ ଅନୁମତି ମିଳିଛି । ଏଥିସହ ଅନ୍ୟ ୟୁରୋପୀଆନ ରାଷ୍ଟ୍ରକୁ ଯାତାୟତ ପାଇଁ ମଧ୍ୟ ଗ୍ରୀନ ସିଗନାଲ ଦେଇଛନ୍ତି ରାଷ୍ଟ୍ରପତି ।

ମାର୍ଚ୍ଚ 17ରେ ଦେଶରେ ପ୍ରଥମେ ଲକଡାଉନ ଲାଗୁ ହୋଇଥିବା ବେଳେ ଏହାକୁ ମେ’ 11 ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଥିଲା । ଏହାପରେ ଧିରେ ଧିରେ କଟକଣା କୋହଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶେଷ ସୂଚନା ମୁତାବକ କେବଳ ମାୟୋଟେ ଓ ଫ୍ରେଞ୍ଚ ଗୁଇଆନା ବ୍ୟତୀତ ଦେଶର ସମସ୍ତ ଅଞ୍ଚଳକୁ ସ୍ବାଭାବିକ ହେବା ପାଇଁ ଗ୍ରୀନ ସିଗନାଲ ଦିଆଯାଇଛି । କଟକଣା କୋହଳ ପ୍ରକ୍ରିୟାରେ ବାଦ ଦିଆଯାଇଥିବା ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ବି ସଂକ୍ରମଣ ସଂଖ୍ୟା ବଢିଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ପ୍ୟାରିସର ଇଲେ-ଡେ-ଫ୍ରାନ୍ସକୁ ମଧ୍ୟ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ଜଣାପଡିଛି ।

ରାଷ୍ଟ୍ରପତି ମାକ୍ରନ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସମୟରେ ଖୁସି ପ୍ରକାଶ କରି ଦେଶର ଅର୍ଥନୀତିକୁ ପୁଣି ଟ୍ରାକକୁ ଫେରାଇ ଆଣିବା ପାଇଁ ଜନତାଙ୍କ ସହଯୋଗ ଦରକାର ଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଦେଶରେ ବାର ଓ ରେସ୍ତୋରାଁ ଖୋଲିବାର ଅର୍ଥ ହେଉଛି ଅନେକ ଲୋକ ନିଜ ରୋଜଗାର ଫେରି ପାଇବା ଓ ଦେଶର ଅର୍ଥନୀତି ପୁଣି ସଶକ୍ତ ହେବା । ତେବେ ଦେଶରେ ସର୍ବାଧିକ ମାମଲା ଚିହ୍ନଟ ହୋଇଥିବା ପ୍ୟାରିସରେ ମଧ୍ୟ ସ୍ଥିତି ପୁଣି ସ୍ବାଭାବିକ ହେବ ବୋଲି ମାକ୍ରନ ପ୍ରତିଶୃତି ଦେଇଛନ୍ତି ।

କିନ୍ତୁ ଏସବୁ ଭିତରେ ଲୋକେ ସାମାଜିକ ଦୂରତା ଓ ମାସ୍କର ବ୍ୟବହାର ଆଦି ଜରୁରୀ ପଦକ୍ଷେପ ଯେପରି ନଭୁଲନ୍ତି ସେଥିପାଇଁ ମାକ୍ରନ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଦେଶର ଉନ୍ନତି ପାଇଁ ସତର୍କତାମୂଳକ ପଦକ୍ଷେପ ସହ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ । ତେଣୁ ଲୋକେ ଖୁସିରେ ଆତ୍ମହରା ହେବା ଅପେକ୍ଷା ଦେଶର ସୁରକ୍ଷା ପ୍ରତି ନିଜର ଦାୟିତ୍ବବୋଧତା ଅନୁଭବ କରିବା ଦରକାର ବୋଲି ମାକ୍ରନ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.