ଲଣ୍ଡନ: ବିଦେଶ ବଜାରରେ ନିବେଶ କରିବାକୁ ଯାଉଛି ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ । କମ୍ପାନୀ ନିଜର ଟିକା ବଜାରକୁ ବିସ୍ତାର କରିବାକୁ ବ୍ରିଟେନରେ 24 କୋଟି ପାଉଣ୍ଡ ନିବେଶ କରିବ । ଏହା ସହ ସେଠାରେ ଏକ ଟିକା ବିକ୍ରୟ କାର୍ଯ୍ୟାଳୟ ମଧ୍ୟ ଖୋଲିବ । ଯାହାଦ୍ବାରା ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି ।
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିଲିୟନ ପାଉଣ୍ଡ ଇଣ୍ଡୋ-ୟୁକେ ବାଣିଜ୍ୟ ପ୍ରୋତ୍ସାହନ ଭାଗିଦାରୀର ଏକ ଅଂଶ ଭାବରେ ଏହା ଘୋଷଣା କରିଛି । ଯାହା ବ୍ରିଟେନରେ ପ୍ରାୟ 6,500 ନୂତନ ନିଯୁକ୍ତି ସୃଷ୍ଟି କରିବ। ମାହମାରୀ ସମୟରେ ଏତେ ବଡ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ବ୍ରିଟେନ । ପୁଣେ ସ୍ଥିତ ଟିକା ଉତ୍ପାଦନ କେନ୍ଦ୍ର ସହିତ ପ୍ରାୟ 20ଟି ଭାରତୀୟ କମ୍ପାନୀ ସ୍ବାସ୍ଥ୍ୟସେବା, ବାୟୋଟେକ ଏବଂ ସଫ୍ଟୱେୟାର ଭଳି କ୍ଷେତ୍ରରେ ବ୍ରିଟେନ ବଡ ଆକାରରେ ନିବେଶ କରିବାକୁ ଯାଉଛି ।
ସେପଟେ, ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୋରୋନା ଟିକା ପାଇଁ ବ୍ରିଟେନରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଦେଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋମବାର ଦିନ ସେରମର ଯୋଜନା ସମ୍ପର୍କରେ କହିଛି ଯେ, ବିକ୍ରୟ କାର୍ଯ୍ୟାଳୟରୁ ଏକ ବିଲିୟନରୁ ଅଧିକ ଆମେରିକୀୟ ନୂତନ ବ୍ୟବସାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ସେଥିମଧ୍ୟରୁ 20 କୋଟି ପାଉଣ୍ଡ ବ୍ରିଟେନରେ ବିନିଯୋଗ ହେବ। ସେରମ୍ (SII) ରେ ବିନିଯୋଗ କ୍ଲିନିକାଲ୍ ପରୀକ୍ଷା, ଅନୁସନ୍ଧାନ ଏବଂ ବିକାଶ ଏବଂ ଟିକା ଉତ୍ପାଦନ ପାଇଁ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ବ୍ରିଟେନ ଏବଂ ବିଶ୍ବକୁ କୋରୋନା ମହାମାରୀ ଏବଂ ଅନ୍ୟାନ୍ୟ ମାରାତ୍ମକ ରୋଗକୁ ପରାସ୍ତ କରିବାରେ ସାହାଯ୍ୟ କରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଅନ୍ୟ ଏକ ଭାରତୀୟ କମ୍ପାନୀ ଗ୍ଲୋବାଲ୍ ଜିନ୍ କର୍ପୋରେଟ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5.9 କୋଟି ବିନିଯୋଗ କରିବ।