ବେଜିଂ: ଭାରତରେ ମେ 3 ତାରିଖ ଯାଏଁ ଲକଡାଉନ ଶେଷ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ହେଲେ ଲକଡାଉନ ଅବଧି ଶେଷ ହେବ ନା ନାହିଁ ତାହା ସନ୍ଦେହ । ଏହା ଉପରେ ଏବେ ସସପେନ୍ସ ଜାରି ରହିଛି । ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଇତିମଧ୍ୟରେ ଚୀନର ଦୁଇଟି ସହରରେ ସୋମବାର ବିଦ୍ୟାଳୟଗୁଡିକ ଖୋଲାଯାଇଛି । ପାଖାପାଖି 3 ମାସ ପର୍ଯ୍ୟନ୍ତ ଘରେ ରହିବା ପରେ ସଂଘାଇ ଏବଂ ବେଜିଂରେ ଛାତ୍ରଛାତ୍ରୀ ସ୍କୁଲ ଯାଇଛନ୍ତି ।
ସେପଟେ ୟୁରୋପର ବହୁ ଦେଶରେ ଲକଡାଉନକୁ ନେଇ ଢିଲା ଛଡାଯାଇଛି । ସ୍ପେନରେ 6 ସପ୍ତାହ ଲକଡାଉନ ପରେ ପ୍ରଥମ ଥର ପାଇଁ ପିଲାଙ୍କୁ ବାହାରେ ଖେଳିବାକୁ ଛଡାଯାଇଛି । ସେହିପରି ଚୀନର ଶିକ୍ଷାମନ୍ତ୍ରାଳୟ କହିଛନ୍ତି, ବେଜିଂରେ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବା ପୂର୍ବରୁ ସ୍କୁଲ ଗେଟରେ ନିଜର ତାପମାତ୍ରା ପରୀକ୍ଷା କରାଇ ପ୍ରବେଶ କରୁଛନ୍ତି । ଏହାସହ ସମସ୍ତ ଛାତ୍ରଛାତ୍ରୀ ଗ୍ରୀନ ହେଲ୍ଥ କୋଡ ଦେଖାଉଛନ୍ତି । ସମସ୍ତ ଛୁଆ ମାସ୍କ ଲଗାଇ ବାହାରକୁ ବାହାରୁଛନ୍ତି । କୋରୋନା ଭାଇରସ ସଂକ୍ରମଣର କେନ୍ଦ୍ର ଉହାନ ଡାକ୍ତରଖାନାରେ କୋଭିଡ-19 ଆକ୍ରାନ୍ତଙ୍କ ସଂଖ୍ୟା ଆଉ ନାହାଁନ୍ତି । ଉହାନରେ ଏହି ସଂକ୍ରମଣ ଯୋଗୁଁ ପ୍ରାୟ 3,900 ଲୋକଙ୍କ ମୃତ୍ୟୁ ଘଟିସାରିଛି ।
ସେପଟେ ଆମେରିକାରେ କୋରୋନା ପ୍ରଭାବ ଅଧିକ ପଡିଛି । ନ୍ୟୁୟର୍କ ଏବଂ ମିଶିହନରେ ମେ’ ଯାଏ ଲକଡାଉନ ରହିବ । ସେହିପରି ଜର୍ଜିୟା, ଓକଲାହୋମା ଏବଂ ଅଲାସ୍କା ପୁଣିଥରେ ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି । ଇଟାଲୀ, ବ୍ରିଟେନ, ସ୍ପେନ ଏବଂ ଫ୍ରାନ୍ସରେ 20-20 ହଜାର ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ଏବେ 55,000 କୁ ମୃତ୍ୟୁ ସଂଖ୍ୟା ଟପିଛି । ସେପଟେ ଇଟାଲୀ କୋରୋନା ଯୋଗୁଁ କ୍ଷତି ସହିବା ପରେ ଏବେ ଧିରେ ଧିରେ ନିଜର କାରବାର ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେଇଛି । ଦକ୍ଷୀଣ କୋରିଆରେ 26 ଦିନ ମଧ୍ୟରେ କେବଳ 100ଟି ମାମଲା ସାମ୍ନାକୁ ଆସିଛି । ଏଠାରେ ସ୍ଥିତି ନିୟନ୍ତ୍ର ରହିଛି । କୋରୋନା ଭାଇରସ ଯୋଗୁଁ ଏହି ଦେଶରେ 10,738 ଲୋକେ ସଂକ୍ରମିତ ହୋଇଥିବା ବେଳଯେ 243 ଲୋକଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସ୍ଥିତିରେ ନିୟନ୍ତ୍ରଣ ଥିବାରୁ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛି ଦକ୍ଷୀଣ କୋରିଆ ।