ETV Bharat / international

ଯୁଦ୍ଧ ବନ୍ଦ ପାଇଁ ଋଷର ସର୍ତ୍ତ, ଜାଣନ୍ତୁ କ'ଣ ?

author img

By

Published : Mar 8, 2022, 9:30 AM IST

Updated : Mar 8, 2022, 12:47 PM IST

ଋଷ ଆକ୍ରମଣରେ ମାଟିରେ ମିଶିବାକୁ ବସିଲାଣି ୟୁକ୍ରେନ । ହେଲେ ବାରମ୍ବାର ଆଲୋଚନା ସତ୍ତ୍ବେ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ବାଟ ଫିଟୁନି । ଏପରିସ୍ଥଳେ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ଆଗରେ କିଛି ସର୍ତ୍ତ ରଖିଛି ଋଷ । ଜାଣନ୍ତୁ କଣ

ଯୁଦ୍ଧ ବନ୍ଦ ପାଇଁ ଋଷିଆର ସର୍ତ୍ତ, ଜାଣନ୍ତୁ କ'ଣ

ମସ୍କୋ: ଋଷ୍ ଆକ୍ରମଣରେ ଛିନ୍‌ଛତ୍ର ହୋଇଯାଇଛି ୟୁକ୍ରେନ । ଭଗ୍ନସ୍ତୁପରେ ପରିଣତ ହୋଇଛି ଅନେକ ବୃହତ୍‌ ସହର । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ ଯୁଦ୍ଧ କୁହାଯାଉଥିବା ୟୁକ୍ରେନ-ଋଷିଆ ମହାସମର ଏବେ ୧୩ ଦିନରେ ପହଞ୍ଚିଛି । ମାତ୍ର ଯୁଦ୍ଧ ବନ୍ଦ ପାଇଁ କୌଣସି ସମାଧାନର ବାଟ ଫିଟୁନି । ହେଲେ ଏହି ଯୁଦ୍ଧରେ ବିରାମ ଲାଗିପାରିବ ଯଦି ୟୁକ୍ରେନ ଋଷର ୪ଟି ସର୍ତ୍ତ ମାନିବ(Russia conditions for stop war) । କାରଣ ଚାରୋଟି ସର୍ତ୍ତ ପାଳନ ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ଋଷ ମୂହୁର୍ତ୍ତକ ମଧ୍ୟରେ ହିଁ ଆକ୍ରମଣ ସମ୍ପୂର୍ଣ୍ଣ ବନ୍ଦ କରିବ ବୋଲି କହିଛନ୍ତି ପୁଟିନ ସରକାର । ସୋମବାର କ୍ରେମଲିନ(Kremlin) ମୁଖପାତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜାଣନ୍ତୁ କ'ଣ ଏହି ସର୍ତ୍ତ

ପାଶ୍ଚତ୍ୟ ରାଷ୍ଟ୍ରଗୁଡିକର କଟକଣା ସତ୍ତ୍ବେ ବି ଯୁଦ୍ଧ ବନ୍ଦ କରୁନଥିବା ଋଷ ଏବେ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି । ପ୍ରଥମତଃ ଋଷ କହିଛି, ଆମେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବୁ । କିନ୍ତୁ ୟୁକ୍ରେନ ନିଜର ସାମରିକ ଅପରେସନ ଚାଲୁ ରଖିଛି । ତେଣୁ ପ୍ରଥମେ ୟୁକ୍ରେନ ନିଜ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ । ଏହାପରେ କେହି ଜଣେ ବି ଗୁଳି ଫୁଟାଇବେ ନାହିଁ । ଦ୍ବିତୀୟରେ, ୟୁକ୍ରେନ ସରକାର ସମ୍ବିଧାନରେ ସଂଶୋଧନ କରି ନାଟୋ ପରି କୌଣସି ଅନ୍ତର୍ଜାତୀୟ ସଙ୍ଗଠନରେ ସାମିଲ ହେବ ନାହିଁ ତାହାର ବ୍ୟବସ୍ଥା କରନ୍ତୁ । ଅର୍ଥାତ୍ ୟୁକ୍ରେନ ସବୁବେଳେ ସ୍ବତନ୍ତ୍ର ରହୁ ।

ତୃତୀୟରେ, କ୍ରିମେଆ(Crimea)କୁ ଋଷର ଅଞ୍ଚଳ ଭାବେ ୟୁକ୍ରେନ ମାନ୍ୟତା ଦେଉ । ଶେଷରେ ଲୁଗାନସ୍କ(Lugansk) ଏବଂ ଡୋନେସ୍କ(Donetsk)କୁ ୟୁକ୍ରେନ ସ୍ବତନ୍ତ୍ର ରାଜ୍ୟ ଭାବେ ଗ୍ରହଣ କରୁ । ଏସବୁ ସର୍ତ୍ତଗୁଡିକ ୟୁକ୍ରେନ ମାନିଲେ ଋଷିଆ ମୂହୁର୍ତ୍ତକ ମଧ୍ୟରେ ଆକ୍ରମଣ ବନ୍ଦ କରିବ ବୋଲି ଋଷ ପକ୍ଷରୁ କୁହାଯାଇଛି । ତେବେ ଏହି ସର୍ତ୍ତଗୁଡିକୁ ନେଇ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

Last Updated : Mar 8, 2022, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.