ETV Bharat / international

Ukraine-Russia Crisis: ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ଘୋଷଣା

author img

By

Published : Feb 24, 2022, 9:07 AM IST

Updated : Feb 24, 2022, 11:45 AM IST

ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲା ଋଷିଆ । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ କହିଲେ ପୁଟିନ। ଅଧିକ ପଢନ୍ତୁ

ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଋଷିଆ
ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଋଷିଆ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆଟାକ ଆରମ୍ଭ କଲା ଋଷିଆ । ଆଜି ୟୁକ୍ରେନ ବିରୋଧରେ ଋଷିଆ ଯୁଦ୍ଧ ଘୋଷଣା କରିଛି । ସେନା ଅପରେସନ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ଟଳିବ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ ପୁଟିନ କହିଛନ୍ତି । ଏଥିସହ ପୁଟିନ ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ଘୋଷଣା କରି ଏକ ବଡ ଧମକ ଦେଇଛନ୍ତି । ଯଦି କୌଣସି ବାହ୍ୟଶକ୍ତି ଏଥିରେ ହସ୍ତକ୍ଷେପ କରିବେ ତେବେ ପରିଣାମ ଭୟଙ୍କର ହେବ । ଯାହା ପୂର୍ବରୁ ଇତିହାସରେ କେବେ କେହି ଦେଖିନଥିବେ । ସମସ୍ତ ଜରୁରୀ ନିର୍ଣ୍ଣୟ ନିଆସରିଛି ବୋଲି ପୁଟିନ କହିଛନ୍ତି ।

ସେପଟେ ଋଷିଆର ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି, ମୁଁ ସନ୍ଧ୍ୟାରେ ହ୍ବାଇଟ ହାଉସରୁ ସ୍ଥିତି ଉପରେ ନଜର ରଖିବି ଏବଂ ଜାତୀୟ ସୁରକ୍ଷା ଦଳ ପକ୍ଷରୁ ନିୟମିତ ଅପଡେଟରେ ରହିବି । ଆସନ୍ତାକାଲି ସକାଳେ ମୁଁ ଜି-୭ ପ୍ରତିପକ୍ଷଙ୍କ ସହ ବୈଠକ କରିବି ଏବଂ ଆମେ ନାଟୋ ସହଯୋଗୀଙ୍କ ସହିତ ସମନ୍ବୟ ରକ୍ଷା କରିବୁ । ଆକ୍ରମଣରେ ହେବାକୁ ଥିବା କ୍ଷୟକ୍ଷତି ଏବଂ ମୃତ୍ୟୁ ପାଇଁ ଋଷିଆ ଏକା ହିଁ ଦାୟୀ ରହିବ ବୋଲି ବାଇଡେନ କହିଛନ୍ତି ।

ୟୁକ୍ରେନ-ଋଷିଆ ବିବାଦ ନେଇ ଭାରତ ମଧ୍ୟ ଚିନ୍ତା ପ୍ରକଟ କରିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ତୁରନ୍ତ ପଦକ୍ଷେପ ନିଆନଗଲେ ନାଗରିକଙ୍କ ସୁରକ୍ଷା ବିପନ୍ନ ହୋଇପାରେ ବୋଲି ୟୁଏନଏସସିରେ ଭାରତୀୟ ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି କହିଛନ୍ତି ।

ଏବେ ୟୁକ୍ରେନକୁ ତିନି ପଟୁ ଋଷିଆର ପ୍ରାୟ ଦେଢ ଲକ୍ଷରୁ ଅଧିକ ସେନା ଘେରି ରହିଛନ୍ତି । ବେଲାରୁଷ ବିମାନ ବନ୍ଦରରେ ମଧ୍ୟ ଋଷୀୟ ସେନା ଡ୍ରିଲ ଆରମ୍ଭ କରିଛି । ସେପଟେ ଋଷିଆର ମୁକାବିଲା ପାଇଁ ୟୁକ୍ରେନ ମଧ୍ୟ ପ୍ରସ୍ତୁତ ହୋଇଛି । ୟୁକ୍ରେନ ନାଗରିକଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଆଲୋଚନା କରାଯାଇଛି ।

ଅନ୍ୟପକ୍ଷେ ୟୁକ୍ରେନ-ଋଷିଆ ସଙ୍କଟ ଟାଳିବା ପାଇଁ ଆମେରିକା ଯଥାସମ୍ଭବ ପ୍ରଚେଷ୍ଟା କରିଛି । ୟୁକ୍ରେନର ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳକୁ ସ୍ବାଧୀନ ଦେଶ ଭାବେ ସ୍ବୀକୃତି ପରେ ଆମେରିକା ସମତେ ଅନେକ ୟୁରୋପୀୟ ରାଷ୍ଟ୍ର ଋଷିଆ ଉପରେ ଆର୍ଥିକ କଟକଣା ଜାରି କରିଛନ୍ତି । ବିଶ୍ବ ଶାନ୍ତି ଡାକରା ଦେଉଥିବାବେଳେ କିନ୍ତୁ ଋଷିଆ ଏହାପ୍ରତି କର୍ଣ୍ଣପାତ କରୁନଥିବା ଆମେରିକା କହିଛି ।

କହିରଖୁଛୁ କି, ଋଷିଆ-ୟୁକ୍ରେନ ଯୁଦ୍ଧ ଟାଣିବା ପାଇଁ ବୁଧବାର ଜାତିସଙ୍ଘ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୋ କୁଲେବା କହିଥିଲେ, ଋଷିଆର ଯୁଦ୍ଧ ଆଭିମୁଖ୍ୟକୁ ଟାଳିବା ଜରୁରୀ । ଏହି ଯୁଦ୍ଧ ହେଲେ ବିଶ୍ବର ସ୍ଥିତି କଣ ହେବ ତାହା ବିଚାର କରିବାକୁ ପଡିବ । ଯଦି ୟୁକ୍ରେନ-ଋଷିଆ ସଙ୍କଟ ଲାଗି ରୁହେ ତେବେ ବିଶ୍ବ ପାଇଁ ଦୀର୍ଘକାଳୀନ ସମସ୍ୟା ଉପୁଜିବ ବୋଲି ଜାତିସଙ୍ଘ ମହାସଚିବ ଚିନ୍ତାବ୍ୟକ୍ତ କରିଥିଲେ ।

Last Updated : Feb 24, 2022, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.