ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରୁ ଋଷକୁ ବାହାର କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଏଭଳି ଏକ ଅଧ୍ୟାଦେଶ ଆଣିବାକୁ ଚାହୁଁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସର ସଦସ୍ୟ । ଋଷ ବର୍ତ୍ତମାନ ଉଗ୍ର ରୂପ ଧାରଣ କରି ୟୁକ୍ରେନ ଭିତରେ ପଶି ଚାଲିଛି ।
ଏହାର ଜବାବ ଦେବାକୁ ଏକା ହୋଇ ପଡ଼ିଛି ୟୁକ୍ରେନ୍ । ୟୁକ୍ରେନର ସହଯୋଗୀ ଦେଶ ଗୁଡ଼ିକ ମଧ୍ୟରେ ଏଥିରେ କୌଣସି ସହାୟତା କରି ପାରୁନାହାନ୍ତି । ଏଥିପାଇଁ ପରୋକ୍ଷ ଭାବରେ ଋଷ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି ଆମେରିକା । ତେବେ ନାନା ପ୍ରତିବନ୍ଧକ ଲଗାଇବା ପରେ ମଧ୍ୟ ଋଷ ଉପରେ କୌଣସି ପ୍ରଭାବ ପଡ଼ିଥିବା ଜଣା ପଡ଼ୁନାହିଁ ।
ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ରାଜଧାନୀ କିଭ୍ କବ୍ଜା କରିବା ଉପରେ ଋଷ । ଏହାକୁ ନେଇ ଖୋଦ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି । ଏହାପରେ ଆଲୋଚନା ପାଇଁ ସେ ଏକ ପ୍ରତିନିଧି ଦଳ ୟୁକ୍ରେନ ପଠାଇବେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ