ETV Bharat / international

Ukraine War: କିଭ ସମେତ ୩ ସହରରେ ଋଷିଆର ଅସ୍ତ୍ରବିରତି ଘୋଷଣା - ଋଷିଆର ଅସ୍ତ୍ରବିରତି ଘୋଷଣା

ସାମୂହିକ ଅସ୍ତ୍ରବିରତି ଘୋଷଣା କଲା ଋଷ । କିଭ ସମେତ ଆଉ ୩ ସହରରେ ନାଗରିକଙ୍କ ଉଦ୍ଧାର ପାଇଁ ଋଷ ନେଇଛି ଏହି ନିଷ୍ପତ୍ତି । ଅଧିକ ପଢନ୍ତୁ

Ukraine War: କିଭ ସମେତ ୩ ସହରରେ ଋଷିଆର ଅସ୍ତ୍ରବିରତି ଘୋଷଣା

author img

By

Published : Mar 7, 2022, 1:14 PM IST

କିଭ: ଦ୍ବାଦଶ ଦିନରେ ପହଞ୍ଚିଛି ୟୁକ୍ରେନ ଋଷିଆ ଯୁଦ୍ଧ । ଏହାରି ମଧ୍ୟରେ ୟୁକ୍ରେନର ୪ଟି ମୁଖ୍ୟ ସହରରେ ସୋମବାର ଋଷିଆ ସାମୂହିକ ଅସ୍ତ୍ରବିରତି ଘୋଷଣା କରିଛି । ପୂର୍ବରୁ ୨ଟି ସହରରେ ଅସ୍ତ୍ରବିରତି ଘୋଷଣା କରିଥିବା ବେଳେ ଆଉ ୨ଟି ସହର ଏଥିରେ ଯୋଡ଼ି ରହିଛି । ଲୋକଙ୍କ ସ୍ଥାନାନ୍ତର ପାଇଁ ଯୁଦ୍ଧକୁ ସ୍ଥଗିତ ରଖିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋ ସମୟର ସକାଳ ୧୦ଟାରୁ ଏହା କାର୍ଯ୍ୟକାରୀ ହେବ ।

କିଭ ସମେତ ମାରିଉପୁଲ, ଖାରକିଭ, ସୁମିରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଏହି ୪ଟି ସହରରୁ ନାଗରିକ ସ୍ଥାନାନ୍ତର ହେବା ପର୍ଯ୍ୟନ୍ତ ଯୁଦ୍ଧକୁ ସ୍ଥଗିତ ରଖିଛି ଋଷ । ଏହାସହିତ ୟୁକ୍ରେନରୁ ବିଦେଶୀ ନାଗରିକଙ୍କ ସ୍ଥାନାନ୍ତରଣ ପାଇଁ ଋଷ ସେନା ଗ୍ରୀନ କରିଡ଼ରର ବ୍ୟବସ୍ଥା କରିଥିବା ମଧ୍ୟ କହିଛି । ରବିବାର ମାରିଉପୁଲ ଓ ଭୋଲନୋଭାଖାରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଋଷ ମାନବିକ କରିଡର ଘୋଷଣା କରିଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ବି ପଢନ୍ତୁ: Russia-Ukraine crisis: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ସହରରେ ଜାରି ରହିଥିବା ଋଷିଆ ଆକ୍ରମଣ ଯୋଗୁଁ ଦ୍ବିତୀୟ ଥର ପାଇଁ ମାରିଉପୁଲରୁ ସ୍ଥାନାନ୍ତର ବାଧାପ୍ରାପ୍ତ ହୋଇଛି ବୋଲି ରବିବାର ରାଜ୍ୟପାଳ ପାଭଲୋ କିରିଲେନକୋ କହିଛନ୍ତି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମୋଦି କଥା ହୋଇ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ନେଇ ରାଷ୍ଟ୍ରର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସୁମିରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ସେ ସହଯୋଗ ମାଗିଛନ୍ତି ।

ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଦ୍ବିତୀୟ ଥର ପାଇଁ ମୋଦି ଜେଲେନସ୍କିଙ୍କ ସହିତ କଥା ହୋଇଛନ୍ତି । ସୂଚନା ଥାଉ କି ଗତ ଫେବୃଆରୀ ୨୪ ତାରିଖରୁ ଏହି ୨ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଋଷ ସେନା ୟୁକ୍ରେନ ଉପରେ ଏଯାବତ ୧୦୦ରୁ ଅଧିକ ମିଜାଇଲ ମାଡ଼ କରିଛନ୍ତି । ଏହି ଆକ୍ରମଣ ମଧ୍ୟରେ ୩୩୧ ନାଗରିକଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ପ୍ରକାଶ । ସେପଟେ ୧.୪ ମିଲିୟନ ବା ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ୟୁକ୍ରେନ ଛାଡ଼ି ଚାଲିଯାଇଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.