ETV Bharat / international

4 ମାସର ପରେ ଛୁଟି ମନାଇବାକୁ ବାଲମୋରାଲ ଅଭିମୁଖେ ବ୍ରିଟେନ ରାଣୀ - ବ୍ରିଟେନ ରାଣୀଙ୍କ ଗ୍ରୀଷ୍ମକାଳୀନ ଛୁଟି

କୋରୋନା ମହାମାରୀ ପାଇଁ ଦୀର୍ଘ 4 ମାସର ଆଇସୋଲେସନରୁ ବାହାରିଛନ୍ତି ବ୍ରିଟେନ ରାଣୀ । ବ୍ରିଟେନରେ କୋରୋନା ସଂକ୍ରମଣ ଉତ୍କଟ ସ୍ଥିତି ଧାରଣ କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଆଇସୋଲେଟ କରି ରଖିଥିଲେ । ହେଲେ ଏବେ ସ୍ଥିତିରେ ସୁଧାର ଆସିବାରୁ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ସହ ସେ ଛୁଟି ମନାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

britain queen elizabeth ii, summer holiday of britain queen, britain queen in isolation, ବ୍ରିଟେନ ରାଣୀ ଏଲିଜାବେଥ 2, ବ୍ରିଟେନ ରାଣୀଙ୍କ ଗ୍ରୀଷ୍ମକାଳୀନ ଛୁଟି, ଆଇସୋଲେସନରେ ବ୍ରିଟେନ ରାଣୀ
4 ମାସର ପରେ ଛୁଟି ମନାଇବାକୁ ବାଲମୋରାଲ ଅଭିମୁଖେ ବ୍ରିଟେନ ରାଣୀ
author img

By

Published : Jul 20, 2020, 10:54 PM IST

ଲଣ୍ଡନ: କୋରୋନା ମହାମାରୀ ପାଇଁ ଦୀର୍ଘ 4 ମାସର ଆଇସୋଲେସନରୁ ବାହାରିଛନ୍ତି ବ୍ରିଟେନ ରାଣୀ । ବ୍ରିଟେନରେ କୋରୋନା ସଂକ୍ରମଣ ଉତ୍କଟ ସ୍ଥିତି ଧାରଣ କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଆଇସୋଲେଟ କରି ରଖିଥିଲେ । ହେଲେ ଏବେ ସ୍ଥିତିରେ ସୁଧାର ଆସିବାରୁ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ସହ ସେ ଛୁଟି ମନାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ ସେ ସମ୍ପୂର୍ଣ୍ଣ ପରିବାରଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ବାଲମୋରାଲ ପ୍ୟାଲେସରେ ଛୁଟି ବିତାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

94 ବର୍ଷୀୟ ରାଣୀ ଏଲିଜାବେଥ 2 କୋରୋନା ସ୍ଥିତି ଆରମ୍ଭ ହେବା ଦିନଠାରୁ ୱିଣ୍ଡସୋର ପ୍ୟାଲେସରେ ରହି ଆସୁଥିଲେ । ଏହି ସମୟରେ କେବଳ ଅତି ନିକଟତର ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ହିଁ ତାଙ୍କୁ ଭେଟିବା ପାଇଁ ଅନୁମତି ରହିଥିଲା । ତେବେ ବାଲମୋରାଲରେ ଛୁଟି ବିତାଇବା ସମୟରେ ସେ କୌଣସି ଅତିଥିଙ୍କୁ ପ୍ୟାଲେସରେ ପ୍ରବେଶ ଅନୁମତି ଦେବେ ନାହିଁ ସ୍ପଷ୍ଟ କରିଛନ୍ତି । ସେପଟେ ପର୍ଯ୍ୟଟକଙ୍କ ପାଇଁ କିନ୍ତୁ ପ୍ୟାଲେସ ଖୋଲା ରହିବ ବୋଲି ଜଣା ପଡିଛି ।

ତେବେ ବାଲମୋରାଲ ପ୍ୟାଲେସରେ ରାଣୀଙ୍କ ଯତ୍ନ ଓ ସେବା ପାଇଁ ନୂଆ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ୱିଣ୍ଡରସନ ପ୍ୟାଲେସରେ ରାଣୀଙ୍କ ସେବା ପାଇଁ 22 ଯୋଡା ଷ୍ଟାଫ ମହଜୁଦ ରହିଥିଲେ । ସେମାନେ ମଧ୍ୟ ବାଲମୋରାଲ ପ୍ୟାଲେସରେ ନିଜ କାର୍ଯ୍ୟ ଜାରି ରଖିବେ । ତେବେ ଗତ 68 ବର୍ଷ ହେବ ଗ୍ରୀଷ୍ମ ଋତୁ ସମୟରେ ଛୁଟି କାଟିବା ପାଇଁ ରାଣୀ ଏହି ପ୍ୟାଲେସକୁ ଆସୁଥିବା ଜଣା ପଡିଛି । ସେପଟେ ତାଙ୍କ ପାଇଁ ହୋଇଥିବା ଅନ୍ୟ ବ୍ୟବସ୍ଥା ସମ୍ପର୍କରେ କୋଲି କହିବା ପାଇଁ ପରିବାର ସ୍ପଷ୍ଟ ମନା କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.