ETV Bharat / international

ହିନ୍ଦୁ ପ୍ରତୀକ ସହିତ ଆମାଜନର ଆପତ୍ତିଜନକ ସାମଗ୍ରୀ ବିକ୍ରି, ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ

author img

By

Published : Dec 6, 2020, 6:53 PM IST

ଇଂଲଣ୍ଡରେ ଆମାଜନ ବିଦେଶୀ ଓ୍ବେବସାଇଟରେ ପବିତ୍ର ହିନ୍ଦୁ ପ୍ରତୀକ ସହିତ ଅନ୍ତଃବସ୍ତ୍ର ଓ ଡୋରମେଟ ବିକ୍ରି ନେଇ ଭାରତୀୟ ବଂଶୋଦ୍ଭବକୁ ନେଇ ଗଠିତ 'ରିଚ ଇଣ୍ଡିଆ' ସଙ୍ଗଠନର ବିକ୍ଷୋଭ । ଅଧିକ ପଢନ୍ତୁ...

Protest outside Amazon office for selling products with Hindu symbols
ହିନ୍ଦୁ ପ୍ରତୀକ ସହିତ ଆମାଜନର ସାମାଗ୍ରୀ ବିକ୍ରି, ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ

ଲଣ୍ଡନ: ପବିତ୍ର ହିନ୍ଦୁ ପ୍ରତୀକ ସହ ଆମାଜନର ସାମଗ୍ରୀ ବିକ୍ରୟକୁ ପ୍ରବାସୀ ଭାରତୀୟଙ୍କ ପ୍ରତିବାଦ । ଆମାଜନ ବିଦେଶୀ ଓ୍ବେବସାଇଟରେ ପବିତ୍ର ହିନ୍ଦୁ ପ୍ରତୀକ ସହିତ ଅନ୍ତଃବସ୍ତ୍ର ଓ ଡୋରମେଟ ବିକ୍ରି ନେଇ କେନ୍ଦ୍ରୀୟ ଲଣ୍ଡନର ଆମାଜନ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ବଂଶୋଦ୍ଭବକୁ ନେଇ ଗଠିତ 'ରିଚ ଇଣ୍ଡିଆ' ନାମକ ଏକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହାଦ୍ବାରା ହିନ୍ଦୁ ଧାର୍ମିକ ପ୍ରତୀକର ଅପମାନ ହେବା ସହିତ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଥିବା ବିକ୍ଷୋଭକାରୀମାନେ ପ୍ରକାଶ କରିଛନ୍ତି ।

ସେମାନେ ବିଭିନ୍ନ ପ୍ଲାକାର୍ଡ ଏବଂ ଭାରତୀୟ ପତାକା ଧରି ଏହି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି । କେତେକ ପ୍ଲାକାର୍ଡରେ ଲେଖାଯାଇଛି " ଆମାଜନ ଘୃଣା ବିସ୍ତାର କରିବା ବନ୍ଦ କର, ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା ବନ୍ଦ କର" । ଏହାସହ ବିକ୍ଷୋଭକାରୀ 'ଆମାଜନ ବୟକଟ', 'ଡାଉନ ଆମାଜନ', 'ଆମାଜନ! ହିନ୍ଦୁ ଭାବନାକୁ କ୍ଷତି ପହଞ୍ଚାଇବା ବନ୍ଦ କର' ବୋଲି ସ୍ଲୋଗାନ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.