ETV Bharat / international

କୋରୋନା ଆତଙ୍କ: ବିଳାସମୟ ଘର ଛାଡିଲେ ବ୍ରିଟେନ ଯୁବରାଜ

author img

By

Published : Mar 27, 2020, 9:08 PM IST

ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରୀ ନିଜ ପରିବାର ସହ କାନାଡାରୁ କାର୍ଲିଫର୍ଣ୍ଣିଆକୁ ପଳାଇଆସିଛନ୍ତି । କୋରୋନା ଡର ଯୋଗୁଁ ସେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋରୋନା ଆତଙ୍କ: ବିଳାସମୟ ଘର ଛାଡିଲେ ବ୍ରିଟେନ ଯୁବରାଜ
କୋରୋନା ଆତଙ୍କ: ବିଳାସମୟ ଘର ଛାଡିଲେ ବ୍ରିଟେନ ଯୁବରାଜ

ଲଣ୍ଡନ: ସାରା ବିଶ୍ବରେ ଘାରିଛି କୋରୋନା ଭୟ । ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏହାର କବଳରେ ପଡିଛନ୍ତି । ଏହା ଏପରି ଭୟଙ୍କର ମହାମାରୀ ପାଲଟିଛି ଯେ ସମସ୍ତ ଦେଶରେ ଲକଡାଉନ ଘୋଷଣା ହୋଇଛି । ବିଶ୍ବର ଧନଶାଳୀ ଲଣ୍ଡନ ରାଜପରିବାର ମଧ୍ୟ ଏହାର ଜାଲରେ ଛନ୍ଦି ହୋଇଛନ୍ତି । ନିକଟରେ ପ୍ରିନ୍ସ ଚାର୍ଲସ କୋରୋନା ପଜିଟିଭ ଖବର ଆସିବା ପରେ ଏବେ ରାଜପରିବାରର ଆଉ ଏକ ସଦସ୍ୟ କୋରୋନା ଡରର ଶିକାର ହୋଇଛନ୍ତି ।

ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରୀ ନିଜ ପରିବାର ସହ କାନାଡାରୁ କାର୍ଲିଫର୍ଣ୍ଣିଆକୁ ପଳାଇଆସିଛନ୍ତି । କୋରୋନା ଡର ଯୋଗୁଁ ସେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କୋରୋନାର ଭୟାବହତା ଯୋଗୁଁ କାନାଡାରେ ରହିବା ସେ ଉଚିତ ମଣିନଥିଲେ । ଫଳରେ ପତ୍ନୀ ମେଘାନ ମର୍କଲେ ଓ ପୁତ୍ର ସହ ସେ ଆମେରିକାର କାର୍ଲିଫର୍ଣ୍ଣିଆକୁ ସ୍ଥାୟୀ ବସବାସ ପାଇଁ ପଳାଇଆସିଛନ୍ତି । ତେବେ ଏଥିପାଇଁ ତାଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।

କାରଣ କାନାଡାର ଭ୍ୟାଙ୍କଓଭରରେ ଗତ ମାସରେ ସେ ଏକ ବିଳାସମୟ କୋଠା କିଣିଥିଲେ । ରାଜପରିବାର ଛାଡିବା ପରେ ଉଭୟ ଦମ୍ପତ୍ତି ନିଜର ବ୍ୟକ୍ତିଗତ ବିଜନେସ କରିବା ପାଇଁ ଏଠାରେ ଆସି ରହିଥିଲେ । ମାତ୍ର କୋରୋନା ଯୋଗୁଁ ସେ କାନାଡା ସ୍ଥାୟୀ ଭାବେ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ତାଙ୍କର 10.7 ମିଲିୟନ ପାଉଣ୍ଡର ବିଳାସମୟ ବିରାଟ କୋଠା ଏବେ ଖାଲି ପଡିଛି । ଆମେରିକା ଓ କାନାଡା ନିଜ ସୀମା ବନ୍ଦ କରିବାର ନିଷ୍ପତ୍ତି ନେବାର କିଛି କ୍ଷଣ ମଧ୍ୟରେ ସେ କାନାଡା ସୀମା ପାର କରି କାର୍ଲିଫର୍ଣ୍ଣିଆରେ ପହଞ୍ଚିଥିଲେ ।

ଏବେ ଏହି ରାଜଦମ୍ପତ୍ତି ହଲିଉଡ ନିକଟରେ ଏକ ନୂଆ ଘର ତିଆରି କରିବେ । ବର୍ତ୍ତମାନ ପାଇଁ ସେମାନେ ସେଠାରେ ଅସ୍ଥାୟୀ ଭାବେ ଲକଡାଉନ ହୋଇ ରହିଛନ୍ତି । ତେବେ ମେଘାନଙ୍କ ହଲିଉଡ କ୍ୟାରିୟର ପାଇଁ ସେ ଆମେରିକା ଫେରିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.