ETV Bharat / international

ଭ୍ଲାଦିମିର ପୁଟିନଙ୍କୁ ହୋଇପାରେ ମସ୍ତିଷ୍କ ବିକୃତି ରୋଗ !

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୋଇପାରେ ମସ୍ତିଷ୍କ ବିକୃତି ରୋଗ । ଡିମେନ୍ସିଆ, ପାର୍କିନ୍ସନ୍‌ ରୋଗ କିମ୍ବା କର୍କଟ ରୋଗ ଚିକିତ୍ସା ପାଇଁ ଷ୍ଟେରଏଡ ନେଉଥିବା କାରଣରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍ତିଷ୍କ ବିକୃତ ରୋଗରେ ପୀଡିତ ହୋଇପାରନ୍ତି ବୋଲି କୁହାଯାଇଛି । ଅଧିକ ପଢନ୍ତୁ

author img

By

Published : Mar 13, 2022, 9:18 PM IST

ଭ୍ଲାଦିମିର ପୁଟିନଙ୍କୁ ହୋଇପାରେ ମସ୍ତିସ୍କ ବିକୃତି ରୋଗ

ନୂଆଦିଲ୍ଲୀ: ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୋଇପାରେ ମସ୍ତିଷ୍କ ବିକୃତି ରୋଗ । ଡିମେନ୍ସିଆ, ପାର୍କିନ୍ସନ୍‌ ରୋଗ କିମ୍ବା କର୍କଟ ରୋଗ ଚିକିତ୍ସା ପାଇଁ ଷ୍ଟେରଏଡ ନେଉଥିବା କାରଣରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମସ୍ତିଷ୍କ ବିକୃତ ରୋଗରେ ପୀଡିତ ହୋଇପାରନ୍ତି ବୋଲି କୁହାଯାଇଛି । ତେବେ ଏକ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଥିବା ଜଣାପଡିଛି ।

ସେହିପରି କ୍ରେମିଲିନର ନିକଟତର ଶତ୍ରୁ ଅଷ୍ଟ୍ରେଲିଆ, କାନଡା, ନିୟୁଜଲ୍ୟାଣ୍ଡ, ବ୍ରିଟେନ ଓ ଆମେରିକା ଏହି ପାଞ୍ଚ ରାଷ୍ଟ୍ର ୟୁକ୍ରେନ ଆକ୍ରମଣକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିଥିଲେ । ତେବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପୁଟିନଙ୍କ ମସ୍ତିଷ୍କ ବିକୃତି ଥାଇପାରେ ବୋଲି ଏହି ପାଞ୍ଚ ରାଷ୍ଟ୍ର ବିଶ୍ବାସ କରିଥିବା ଏଥିରେ ପ୍ରକାଶ ପାଇଛି । ଏଥିସହ 69 ବର୍ଷୀୟ ପୁଟିନଙ୍କ ତ୍ରୁଟିପୂର୍ଣ୍ଣ ଆଚରଣ ବିଷୟରେ ଗୁପ୍ତଚର ସମ୍ପ୍ରଦାୟ ବହୁ ସଂଖ୍ୟାରେ ରିପୋର୍ଟ ବାଣ୍ଟୁଛନ୍ତି ବୋଲି ପ୍ରକାଶ ପାଇଛି ।

ଅନ୍ୟପଟେ ଦୁଇ ଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ ଆକ୍ରମଣକାରୀ ବୋଲି କହିଥିଲେ । ତେବେ ପୁଟିନ ଏହାର ପରିଣାମ ଦେବାକୁ ପଡିବ ବୋଲି ବାଇଡେନ କହିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.