ETV Bharat / international

ୟୁକେରେ କୋହଳ ଲକଡାଉନ ନିୟମ, ସାଧାରଣ ଜନତା ନିରାଶ - କୋରୋନା ଅପଡେଟ

କୋରୋନାର ତାଣ୍ଡବ ପରେ ଏବେ ଅଣ୍ଟା ସଳଖିବାକୁ ଯାଇ ଲକଡାଉନ କଟକଣା କୋହଳ କରିଛି ଇଂଲଣ୍ଡ । ଏଥିସହ କୋହଳ ହୋଇଛି ସାମାଜିକ ଦୂରତା ପରି ଅନେକ ନିୟମ । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି ।

lockdown in uk, corona pandemic in uk, coronavirus news, corona update, boris johnson, ଯୁକେରେ ଲକଡାଉନ, ୟୁକେରେ କୋରୋନା ସଂକ୍ରମଣ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ବୋରିଶ ଜନଶନ
ୟୁକେରେ କୋହଳ ଲକଡାଉନ ନିୟମ, ସାଧାରଣ ଜନତା ନିରାଶ
author img

By

Published : May 18, 2020, 12:09 AM IST

ଲଣ୍ଡନ: କୋରୋନାର ତାଣ୍ଡବ ପରେ ଏବେ ଅଣ୍ଟା ସଳଖିବାକୁ ଯାଇ ଲକଡାଉନ କଟକଣା କୋହଳ କରିଛି ଇଂଲଣ୍ଡ । ଏଥିସହ କୋହଳ ହୋଇଛି ସାମାଜିକ ଦୂରତା ପରି ଅନେକ ନିୟମ । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି । ଲୋକେ ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଥିବା ବେଳେ କୋରୋନାର ପ୍ରଭାବ ଶେଷ ନହେବା ପୂର୍ବରୁ ହଠାତ୍‌ ସମସ୍ତ କଟକଣା କୋହଳକୁ ହଜମ କରିପାରୁନାହାନ୍ତି ଲୋକେ । ଯାହାକୁ ହୃଦବୋଧ କରିପାରିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ।

ରବିବାର ଗଣମାଧ୍ୟମକୁ ସୂଚନା ଦେଇ ବୋରିଶ କହିଛନ୍ତି କି ଦେଶରେ ଲକଡାଉନ କୋହଳକୁ ନେଇ ଲୋକଙ୍କ ମଧ୍ୟରେ ପ୍ରକାଶ ପାଇଥିବା ନିରାଶାକୁ ସେ ବୁଝିପାରିଛନ୍ତି । ଆଗରୁ କେବେ ହୋଇନଥିବା କହି କିଛି ଭିନ୍ନ କରିବାକୁ ଚାହିଁଥିଲେ ବୋରିଶ । ହେଲେ ଏହି ନୂଆ ନିୟମ ଲୋକଙ୍କୁ ପସନ୍ଦ ଆସିନଥିବା ସ୍ପଷ୍ଟ ଦେଖାଯାଇଥିଲା । ତେଣେ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିଛି କି ଲକଡାଉନ କଟକଣା କୋହଳ କରିବା ଆଗରୁ ସମସ୍ତଙ୍କ ସୁରକ୍ଷା କଥା ଚିନ୍ତା କରିବାର ଥିଲା ।

ଅନେକ ସ୍ଥାନରେ ସ୍ବାସ୍ଥ୍ୟ ସେବା ସେତେ ମଜଭୁତ ନଥିବାରୁ କଟକଣା କୋହଳ ହେବା ଦ୍ବାରା ସେହି ସ୍ଥାନ ଗୁଡିକରେ ଦ୍ବିତୀୟ ଥର ପାଇଁ କୋରୋନା ରାଜ କରିବ ସେଥିରେ ଦ୍ବିମତ ନାହିଁ । ସେପଟେ ଲୋକଙ୍କ ନିରାଶା ସତ୍ତ୍ବେ ରବିବାର ବୋରିଶ ଦେଶର ଶିକ୍ଷା ବ୍ୟବସ୍ଥା ପୁଣି ସ୍ବାଭାବିକ କରିବା ପାଇଁ ଘୋଷଣା କରିଛନ୍ତି । ହେଲେ ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନଥିବାରୁ ୱେଲ୍ସ, ସ୍କଟଲାଣ୍ଡ ଓ ଉତ୍ତର ଆୟରଲାଣ୍ଡରେ ସ୍କୁଲ ନ ଖୋଲିବା ପାଇଁ ସମ୍ପୃକ୍ତ ପ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.