ଲଣ୍ଡନ: ୟୁକେରେ ପ୍ରଥମ ଥର ପାଇଁ ଗୋଟିଏ ପଶୁକୁ କୋରୋନା ହୋଇଛି । ତାହା ପୁଣି ଏକ ପୋଷା ବିଲେଇ ବୋଲି ଜଣାପଡିଛି । ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଜୁଲାଇ 22 ତାରିଖରେ ବିଲେଇଟିର ଟେଷ୍ଟ ହୋଇଥିବାବେଳେ ସେ କୋରୋନା ପଜେଟିଭ୍ ଥିବା ଜଣାପଡିଛି । ତେବେ ପୋଷା ବିଲେଇଟିକୁ କୋରୋନା ହୋଇଥିବାବେଳେ ତା ଦେହକୁ କିପରି ଏହା ସଂକ୍ରମଣ ହେଲା ତାହା ଜଣାପଡିନାହିଁ ।
ବିଲେଇଟିକୁ କୌଣସି ପଶୁ ଠାରୁ କିମ୍ବା ବିଲେଇର ମାଲିକଠାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସବୁଠୁ ବଡ କଥା ହେଲା ବିଲେଇଟି ସୁସ୍ଥ ହୋଇଯାଇଛି । ତା ଦେହରେ ଏବେ କୋରୋନା ଲକ୍ଷଣ ନାହିଁ ।
ଫଳରେ ଏହା ଅନ୍ୟ ଜୀବଜନ୍ତୁଙ୍କୁ ବ୍ୟାପିବାର ଆଶଙ୍କା ନଥିବା କୁହାଯାଉଛି ।