ETV Bharat / international

ବେଳାଭୂମିରେ ବଢୁଛି ସଂଖ୍ୟା, ପୁଣିଥରେ କୋରୋନା ଫେରିବା ଆଶଙ୍କା - corona in UK

ପୂର୍ବରୁ ବିଶେଷଜ୍ଞମାନେ ଲକଡାଉନ କୋହଳ କରିବା ନେଇ ଚେତାବନୀ ଦେଇଥିଲେ । ଆଉ ଏବେ ଲୋକଙ୍କ ଏପରି ଅସାବଧାନତା ୟୁକେରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ବେଳାଭୂମିରେ ବଢୁଛି ସଂଖ୍ୟା, ପୁଣିଥରେ କୋରୋନା ଫେରିବାର ଆଶଙ୍କା

author img

By

Published : Jun 27, 2020, 8:32 PM IST

ଲଣ୍ଡନ: କୋରୋନା ପରିସ୍ଥିତି ସୁଧୁରିବା ପରେ ଏବେ ୟୁରୋପ ରାଷ୍ଟ୍ରମାନେ ନିଜ କଟକଣାରେ କୋହଳ କରିଛନ୍ତି । ବିଭିନ୍ନ ସ୍କୁଲ, କଲେଜ, ଅଫିସ, ସପିଂ ମଲ, ଥିଏଟର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଏହି ପରିସ୍ଥିତି ପୁଣିଥରେ ୟୁରୋପ ପାଇଁ ବୁମେରାଂ ପାଲଟିବ ବୋଲି ଆଶା କରାଯାଉଛି । କାରଣ ଅନେକ ୟୁରୋପ ରାଷ୍ଟ୍ରରେ ଏହାର ଖୁଲମଖୁଲା ଉଲ୍ଲଙ୍ଘନ ଦେଖିବାକୁ ମିଳିଛି ।

ୟୁକେରେ ବର୍ତ୍ତମାନ ସମର ସିଜିନ ଚାଲିଛି । ଏହି ସମୟରେ ଲୋକମାନେ ହଲିଡେ ମନାଇବାକୁ ବିଦେଶ ଗସ୍ତ କରନ୍ତି ଅଥବା ଦେଶର ବିଭିନ୍ନ ଥଣ୍ଡା ଜାଗାକୁ ବୁଲିଯାଆନ୍ତି । କୋରୋନା ଯୋଗୁଁ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲାଗିଥିବାବେଳେ ଲୋକମାନେ ଏବେ ଦେଶ ଭିତର ହଲିଡେ ସ୍ପଟ୍ ବୁଲିବାକୁ ଯାଉଛନ୍ତି । ସମସ୍ତ ରିସୋର୍ଟ, ହୋଟେଲ ଖୋଲିବା ପରେ ସମୁଦ୍ର କୂଳ ରିସୋର୍ଟଗୁଡିକରେ ବୁକିଂ ଫୁଲ ହୋଇଛି । ବ୍ରିଟେନବାସୀ ଖରାଛୁଟି କଟାଇବାକୁ ଦେଶର ସମସ୍ତ ସମୁଦ୍ର କୂଳରେ ଭିଡ ଲଗାଇଛନ୍ତି । ଏହାସହ ସେଠାରେ ପୁଣି ପାର୍ଟି, ଉତ୍ସବ ଆୟୋଜନ ହୋଇଛି । ଏଥିରେ ଶହ ଶହ ଲୋକ ସାମିଲ ହୋଇଛନ୍ତି ।

ତେବେ ଏହାକୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି । ଲୋକଙ୍କ ଭିଡ କୋରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ଆସିବା ନେଇ ଭୟ ସୃଷ୍ଟି କରିଛି । ଖରାରୁ ମୁକ୍ତି ପାଇଁ ଲୋକମାନେ ଏହିସବୁ ଜାଗାରେ ଭିଡ ଲଗାଇଥିବାବେଳେ ପ୍ରତିଷେଧକ ବ୍ୟବସ୍ଥା ପ୍ରତି ଆଖିବୁଜି ଦେଇଛନ୍ତି । କମ ଲୋକ ସାମାଜିକ ଦୂରତ୍ବକୁ ମାନୁଛନ୍ତି । ଆଉ ଅଧାରୁ ଅଧିକ ଲୋକ ମୁହଁରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳିଛି । ଏମାନଙ୍କ ଭିତରେ ପୁରୁଷ, ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ରାସ୍ତାରେ ବୁଲୁଥିବାର, ଫଟୋ ଉଠାଉଥିବାର, ଏକାଠି ମଜାମସ୍ତି କରୁଥିବାର ଭିଡିଓ ଭାଇରାଲ ହୋଇଛି । ଅନେକ ଲୋକଙ୍କୁ ଏକାସାଙ୍ଗରେ ନାଚ, ଗୀତରେ ମସଗୁଲ ଥିବାର ଫଟୋ ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଛି । ଯାହାକୁ ନେଇ ୟୁକେ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ଟ ହାନକକ୍ ଚିନ୍ତା ପ୍ରକଟ କରିଛନ୍ତି ।

ପୂର୍ବରୁ ବିଶେଷଜ୍ଞମାନେ ଲକଡାଉନ କୋହଳ କରିବାକୁ ନେଇ ଚେତାବନୀ ଦେଇଥିଲେ । ଆଉ ଏବେ ଲୋକଙ୍କ ଏପରି ଅସାବଧାନତା କୋରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ସୃଷ୍ଟି କରିଛି । ତେବେ ସରକାରଙ୍କ ପାଖରେ ସମସ୍ତ ବିଚ୍ ବନ୍ଦ କରିବାର ଅଧିକାର ଏବଂ କ୍ଷମତା ରହିଛି । ଯଦି କୋରୋନା ସଂକ୍ରମଣ ସଂଖ୍ୟା ବଢିବାର ଦେଖାଯାଏ କିମ୍ବା ପୁଣି ସଂକ୍ରମଣ ଦେଶକୁ ଫେରେ ତାହେଲେ ସଙ୍ଗେ ସଙ୍ଗେ ସମସ୍ତ ସମୁଦ୍ର ବେଳାଭୂମି ବନ୍ଦ କରାଯିବ ବୋଲି ମ୍ୟାଟ୍ଟ ସୂଚନା ଦେଇଛନ୍ତି । ଲୋକଙ୍କ କୋରୋନା ସ୍ଥିତିକୁ ବେଖାତିର ଦେଶ ପାଇଁ ସମସ୍ୟା ଆଣିପାରେ । ଭୂତାଣୁକୁ ଜଣାନାହିଁ ଏହା ଏକ ହଟ୍ ସମରର ସମୟ । ଏହା ସୋସିଆଲ କଣ୍ଟାକ୍ଟରୁ ବ୍ୟାପିଥାଏ ବୋଲି ମ୍ୟାଟ୍ଟ ତାତ୍ସଲ୍ୟ କରି କହିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଜୁଲାଇ 4 ପରେ ଲକଡାଉନରେ କୋହଳ ନେଇ ଘୋଷଣା କରିଛନ୍ତି । ଏହାସହ ସେ ନୂଆ ନିୟମ ମଧ୍ୟ କହିବା ସହ ଲୋକଙ୍କୁ ନିଜ ଅଞ୍ଚଳର 4 ସ୍କୋୟାର ମିଟର ଭିତରେ ଏକାଠି ହେବାକୁ ଅନୁମତି ଦେଇଛନ୍ତି । ହେଲେ ସେବେ ଯାଏଁ ସାମାଜିକ ଦୂରତ୍ବ 2 ମିଟର ବ୍ୟବଧାନରେ ମାନିବାକୁ କୁହାଯାଇଛି ଯାହାକୁ ସମୁଦ୍ର କୂଳରେ ଉଲ୍ଲଙ୍ଘନ କରିଥିବା ଦେଖାଯାଇଛି । ଲୋକମାନେ ଫେସ ମାସ୍କ ମଧ୍ୟ ପିନ୍ଧିନାହାନ୍ତି ଯାହା ଅଧିକ ସମସ୍ୟା ସୃଷ୍ଟି କରିପାରେ ବୋଲି ମ୍ୟାଟ୍ଟ କହିଛନ୍ତି । ଲୋକଙ୍କୁ ନିଜ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏପରି ଦ୍ବାରା ସେମାନେ ନିଜ ସମେତ ଅନେକ ଲୋକଙ୍କ ଜୀବନ ବିପଦରେ ପକାଇପାରନ୍ତି ବୋଲି ମ୍ୟାଟ୍ଟ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ତବ୍ୟ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.