ବ୍ରିଟେନ: ସାରା ବିଶ୍ବରେ କୋରୋନା ସଂକ୍ରମଣ ତୀବ୍ର ଭାବେ ବଢିଚାଲିଥିବାବେଳେ, ଏହାକୁ ପ୍ରତିହିତ କରିବା ଜରୁରୀ ହୋଇପଡିଛି । ଭ୍ୟାକ୍ସିନ ପ୍ରସ୍ତୁତ ଦିଗରେ ଆଉ ଏକ ପାଦେ ଆଗେଇଛି ଅକ୍ସଫୋର୍ଡ । ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ । ଶୁକ୍ରବାର ୟୁନିଭର୍ସିଟି ପକ୍ଷରୁ ସୂଚନା ଦିଆଯାଇଛି, ପ୍ରାରମ୍ଭିକ ପର୍ଯ୍ୟାୟ ସଫଳ ହୋଇଛି । ଏବେ ମାନବ ଶରୀରରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଯାଉଛି ବ୍ରିଟେନ ।
ପ୍ରାଥମିକ ପର୍ଯ୍ୟାୟର ଏହି ପରୀକ୍ଷଣ ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା। ଭ୍ୟାକ୍ସିନର ପ୍ରଥମ ପରୀକ୍ଷଣରେ 55 ବୟସରୁ କମ 1000 ଜଣଙ୍କ ଏହି ପରୀକ୍ଷା କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ବ୍ରିଟେନର 10,260 ଜଣଙ୍କ ଠାରେ ଏହାର ପରୀକ୍ଷା କରାଯିବ । ଏନେଇ 70 ବର୍ଷରୁ ଅଧିକ ବୟସ୍କ ଓ 5 ରୁ 12 ବର୍ଷ ବୟସ ଶିଶୁଙ୍କ ଠାରେ ଏହି ପରୀକ୍ଷା କରାଯିବ ।
ଚିକିତ୍ସାମୂଳକ ଏହି ପରୀକ୍ଷା ଆଗକୁ ବଢିବାର ଲାଗିଛି । ବୟସ୍କ ଓ ପିଲାଙ୍କ ଠାରେ ଏହି ଟୀକା କିଭଳି କାମ କରୁଛି, ସେନେଇ ପରୀକ୍ଷା କରାଯିବ । ଏହା ଦ୍ବାରା ଜଣାପଡିବ, ଏହି ଟୀକା ସମଗ୍ର ଲୋକଙ୍କ ଉପରେ କିପରି ଚିକିତ୍ସା ସେବା ଯୋଗାଇପାରିବ ।
ନିକଟରେ ମାଙ୍କଡ ଠାରେ ChAdOx1 nCoV-19 ନାମକ ଟିକା ଦେବା ପରେ ଏଥିରେ ଆଶାତୀତ ଫଳାଫଳ ଦେଖାଇଛି । ଜେନେର୍ ଇନଷ୍ଟିଚ୍ୟୁଷ୍ଟ ଭ୍ୟାକ୍ସନଲୋଜି ପ୍ରଫେସର ସାରା ଗିଲବର୍ଟଙ୍କ ଅନୁସାରେ, “COVID-19 ଟୀକା ପରୀକ୍ଷା ଦଳ ChAdOx1 nCoV-19 ର ନିରାପତ୍ତା ଓ ପ୍ରତିରୋଧକ ସହ ଟୀକା ପ୍ରଭାବକୁ ଆକଳନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଏଥିପାଇଁ ସେମାନେ ପ୍ରାଥମିକ ପର୍ଯ୍ୟାୟରେ 55 ବର୍ଷୀୟ ବ୍ୟକ୍ତିଙ୍କ ଠାରେ ନୁହେଁ, ବରଂ ଏହି ପରୀକ୍ଷଣରେ 70 ବର୍ଷୀୟ ବୃଦ୍ଧଙ୍କୁ ସାମିଲ କରିବେ । ଏହା ସହ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅଧିକ ଅଧ୍ୟୟନ ସ୍ଥଳୀକୁ ସାମିଲ କରାଯିବ ।