ETV Bharat / international

ୟୁକେରେ ପ୍ରଥମ ପର୍ଯ୍ୟାୟରେ 6 ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ୟୁକେରେ ପ୍ରଥମ ପର୍ଯ୍ୟାୟରେ ଛଅ ଲକ୍ଷ ଲୋକଙ୍କ ହେବ କୋରୋନା ଟିକାକରଣ । ଅଧିକ ପଢନ୍ତୁ...

ୟୁକେରେ 6ଲକ୍ଷ ଲୋକଙ୍କୁ ହେବ କୋରୋନା ଟିକାକରଣ
ୟୁକେରେ 6ଲକ୍ଷ ଲୋକଙ୍କୁ ହେବ କୋରୋନା ଟିକାକରଣ
author img

By

Published : Dec 25, 2020, 11:37 AM IST

ଲଣ୍ଡନ: ଦୀର୍ଘ 10ମାସ ହେବ ବିଶ୍ବରେ କୋରୋନା ଆତଙ୍କ ଖେଳାଇ ଚାଲିଛି । ବର୍ତ୍ତମାନ କୋରୋନା ଆତଙ୍କ ସାମାନ୍ୟ କମିବାରେ ଲାଗିଛି । କୋରୋନାକୁ ମୂଳପୋଛ କରିବାରୁ ବିଭିନ୍ନ ଦେଶ ପ୍ରୟାସ ଆରମ୍ଭ କରିଛି । ନୂତନ ବର୍ଷ ଆରମ୍ଭରେ ବ୍ରିଟେନରେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯିବ ବୋଲି ବ୍ରିଟିଶ ସରକାରଙ୍କ ଏକ ବିବୃତ୍ତିରେ ପ୍ରକାଶିତ ହୋଇଛି ।

ବ୍ରିଟେନରେ କୋରୋନା ଟିକାର ପ୍ରଥମ ଡୋଜକୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଛଅ ଲକ୍ଷ ଲୋକଙ୍କୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । କୋରୋନା ଟିକାକରଣର ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ଗ୍ରହଣ କରାଯାଇଛି । ବ୍ରିଟେନରେ କୋରୋନା ପାଇଁ ଫାଇଜର ବାୟୋଟେକରେ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି ।

ଅନ୍ୟପଟେ, କୋରୋନାର ନୂଆ ଷ୍ଟେନ ପାଇଁ ଚିନ୍ତାରେ ବ୍ରିଟିଶ ସରକାର । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରେ ମଧ୍ୟ କୋରୋନା ଟିକାକରଣ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.