ETV Bharat / international

ଘରେ ବସି କୋଟିପତି ହେଲେ ବୃଦ୍ଧା - GRANDSON

ଘରେ ବସି କୋଟିପତି ହେଲେ ବୃଦ୍ଧା। ନାତିକୁ ପଢାଉଥିବା ବେଳେ ବହିରୁ ମିଳିଲା ବର୍ଷେ ତଳୁ ହଜିଥିବା ଟିକଟ। ଟିକଟ ଦେଖି ଖୁସିର ସାମା ରହିନଥିଲା ତାଙ୍କର। ସବୁ ଶ୍ରେୟ ନାତିକୁ ଦେଇଛନ୍ତି କାନାଡାର ଏହି ବୃଦ୍ଧା।

ପ୍ରତିକାତ୍ମକ ଫଟୋ
author img

By

Published : Apr 6, 2019, 3:36 AM IST

ଓଟାୱା: କୁହାଯାଏ ଭାଗ୍ୟରେ ଯାହା ଥିବା ତାହା ନିଶ୍ଚୟ ହେବ । କେହି ତାକୁ ଏଡାଇ ପାରିବେ ନାହିଁ। ଏହି କଥା ସତ ପ୍ରମାଣିତ ହୋଇଛି। କିଛି ମାସ ତଳର ହଜିଯାଇଥିବା ଲଟେରୀ ଟିକଟ ମିଳିଛି। ଆଉ ଏହି ଲଟେରୀରୁ ମିଳିଛି 5 କୋଟି ଟଙ୍କା। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କାନାଡାରେ। ନିକୋଲ ପେଡନାଲଟ ଏବଂ ରୋଜର ଲାରୋକ କିଣିଥିଲେ ଲଟେରୀ ଟିକଟ । ହେଲେ ସେ ବିଜୟୀ ଘୋଷଣା ହେବା ପରେ ଟିକେଟଟି କେଉଁ ଆଡେ ହଜିଯାଇଥିଲା । ଯେତେ ଖୋଜିଲେ ବି ମିଳିନଥିଲା ।

ତେବେ କିଛି ଦିନ ତଳେ ନିକୋଲ ତାଙ୍କ ନାତିକୁ ହୋମୱାର୍କରେ ସାହାଯ୍ୟ କରୁଥିବା ବେଳେ ବହିରେ କାଗଜ ଖଣ୍ଡିଏ ଦେଖିଥିଲେ। ହେଲେ ତାକୁ ଓଲଟାଇ ଦେଖିବା ପରେ ତାଙ୍କର ଖୁସିର ସୀମା ରହିନଥିଲା। ଦୀର୍ଘ ଦିନରୁ ଖୋଜୁଥିବା ଲଟେରୀ ଟିକେଟଟି ତାଙ୍କୁ ମିଳିଯାଇଥିଲା । ଆଉ ସେ ଘରେ ବସି ହୋଇଯାଇଥିଲେ କୋଟିପତି ।

2018 ମସିହା ଭାଲେଣ୍ଟାଇନ ଡେ' ଅବସରରେ ଏହି ବୃଦ୍ଧ ଦମ୍ପତ୍ତି କିଣିଥିଲେ ଲଟେରୀ ଟିକଟ। ନାତି ଯୋଗୁଁ ଆମେ କୋଟିପତି ହୋଇଥିବା କୁହନ୍ତି ନିକୋଲ । କାରଣ ସେ ହୋମୱାର୍କ କରିବା ପାଇଁ ଡାକିନଥିଲେ ହୁଏତ ଏହି ଟିକଟି ମିଳିନଥାନ୍ତା । ତେଣୁ ନାତି ପାଇଁ ଘରେ ବସି ଆମେ କୋଟି ପତି ହୋଇଛୁ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.