ETV Bharat / international

Ukraine War: ୟୁକ୍ରେନକୁ NATO ପଠାଇଲା ଏୟାର ଡିଫେନ୍ସ ସିଷ୍ଟମ, ଆଣ୍ଟି-ଟ୍ୟାଙ୍କ ମିସାଇଲ୍ - ୟୁକ୍ରେନକୁ ପୁଣି ନାଟୋରୁ ସହାୟତା

ୟୁକ୍ରେନକୁ ନାଟୋ (NATO) ଦେଶ ମାନଙ୍କରୁ ସହାୟତା । ଆସୁଛି ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଆଣ୍ଟି-ଟ୍ୟାଙ୍କ ମିସାଇଲ୍, ମାନବୀୟ ସହାୟତା ସହ ଆର୍ଥିକ ସହାୟତ ।

Russia Ukraine War: ୟୁକ୍ରେନକୁ ଆସୁଛି ନାଟୋରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର

author img

By

Published : Feb 28, 2022, 4:46 PM IST

ନୂଆଦିଲ୍ଲୀ: ୟୁକ୍ରେନକୁ ନାଟୋ(NATO) ଦେଶ ମାନଙ୍କରୁ ସହାୟତା । ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ, ଆଣ୍ଟି ଟ୍ୟାଙ୍କ ମିସାଇଲ୍, ମାନବୀୟ ସହାୟତା ସହ ଆର୍ଥିକ ସହାୟତ ଦିଆଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ନାଟୋର ସେକ୍ରଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ।

  • I just spoke with President @ZelenskyyUa & commended him for the bravery of the people & armed forces of #Ukraine. #NATO Allies are stepping up support with air-defence missiles, anti-tank weapons, as well as humanitarian & financial aid.

    — Jens Stoltenberg (@jensstoltenberg) February 28, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଋଷ ଓ ୟୁକ୍ରେନ ମହାଯୁଦ୍ଧକୁ ଆଜି ପାଞ୍ଚ ଦିନ ପୂରିଛି । ସେହିପରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲୁ ରହିଥିବା ବେଳେ ଆଜି ବସୁଛି ଉଭୟ ଦେଶ ମଧ୍ୟରେ ଶାନ୍ତି ବୈଠକ । ତେବେ ୟୁକ୍ରେନକୁ ବିଭିନ୍ନ ଦେଶରୁ ଆର୍ଥିକ ସହୟାତା ଠାରୁ ଆରମ୍ଭ କରି ସାମରିକ ସହାୟତା ପ୍ରଦନା କରାଯାଉଛି ।

ଏପେଟ ନାଟୋ ଦେଶରୁ ମିଳୁଥିବା ସହାୟତା ଲାଗି ୟୁ୍କ୍ରେନ ଋଷ ସହ ଳଢିବା ଲାଗି ଅଧିକ ଶକ୍ତି ପାଉଥିବା ଜଣାପଡିଛି । ସେହିଭଳି ଋଷର ଏହି ପଦକ୍ଷେପକୁ ଅନେକ ଦେଶ ବିରୋଧ ମଧ୍ୟ କରିଛନ୍ତି । ଯଦି ଏହି ଯୁଦ୍ଧ ଏଭଳି ଲାଗି ରହିବ ଆଗମୀ ଦିନରେ ତୃତୀୟ ବିଶ୍ବ ଯୁଦ୍ଧର ଆଶାଙ୍କା ସୃଷ୍ଟି ହୋଇଛି ।

ଅପରପକ୍ଷେ ଆଜି ପୁଣି ଭାରତରେ ଅବସ୍ଥିତ ୟୁକ୍ରେନ ରାଷ୍ଟ୍ରଦୂତ ଡଃ ଇଗୋର ପୋଲିଖା କହିଛନ୍ତି, ଆମର ବହୁତ ନାଗରିକଙ୍କ ଋଷ ମିସାଇଲ ଏବଂ ସେନା ଆକ୍ରମଣରେ ମୃତ୍ୟୁ ହୋଇଛି । ସେହିପରି ୧୬ ଜଣ ଛୁଆଙ୍କର ବୋମା ମାଡରେ ମଧ୍ୟ ମୃତ୍ୟୁ ହୋଇଥିବା ସେ କହିଛନ୍ତି । ତେବେ ନାଗରିକଙ୍କ ଉପରକୁ ଆକ୍ରମଣ ହେଉନଥିବା ଋଷିଆ ବାରମ୍ବାର କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଇଗୋର ପୋଲିଖା । ଏଥିସହ ଯୁଦ୍ଧରେ ଋଷର ପ୍ରାୟ ୫ ହଜାର ୩ ଶହ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.