ETV Bharat / international

Russia Ukraine War: ଋଷିଆରେ ବନ୍ଦ ହେବ McDonald ରେସ୍ତୋରାଁ - McDonald says closing all restaurants in russia

ଋଷିଆରେ ନିଜର ସବୁ ରେସ୍ତୋରାଁ ବନ୍ଦ କରିବ McDonald । ଚିଠି ମାଧ୍ୟମରେ ଜଣାଇଲା କମ୍ପାନୀ । ଅଧିକ ପଢନ୍ତୁ

ଋଷିଆରେ ବନ୍ଦ ହେବ ସବୁ McDonald ରେସ୍ତୋରାଁ
ଋଷିଆରେ ବନ୍ଦ ହେବ ସବୁ McDonald ରେସ୍ତୋରାଁ
author img

By

Published : Mar 9, 2022, 7:20 AM IST

ମସ୍କୋ: ଋଷିଆରେ ବନ୍ଦ ହେବ ସମସ୍ତ ମ୍ୟାକଡୋନାଲ୍ଡ(McDonald) ରେସ୍ତୋରାଁ । ୟୁକ୍ରେନକୁ ସମର୍ଥନ କରି ଆମେରିକାର ବହୁରାଷ୍ଟ୍ରୀୟ ଫାଷ୍ଟ ଫୁଡ୍ ନିଗମ McDonald ଋଷରେ ସମସ୍ତ ରେସ୍ତୋରାଁ ବନ୍ଦ କରିବ(McDonald's says closing all restaurants in russia) ବୋଲି କହିଛି । କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିସ୍ କେମ୍ପଜିନସ୍କି(CEO Chris Kempczinski) ଏକ ଚିଠି ମାଧ୍ୟମରେ ସମସ୍ତ କର୍ମଚାରୀ ଏବଂ ଫ୍ରାଞ୍ଚାଇଜଙ୍କୁ ଏନେଇ ଅବଗତ କରିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି, ଋଷିଆରେ ସମସ୍ତ ରେସ୍ତୋରାଁକୁ ସମାୟିକ ଭାବେ ବନ୍ଦ ରଖିବାକୁ ଏବଂ ସମସ୍ତ ବଜାର କାର୍ଯ୍ୟରେ ବ୍ରେକ୍ ଲଗାଇବାକୁ ମ୍ୟାକଡୋନାଲ୍ଡ ନିଷ୍ପତ୍ତି ନେଇଛି । ଏହାଦ୍ବାରା ଆମର ଋଷୀୟ ସହଯୋଗୀ ଏବଂ ଭାଗିଦାରୀଙ୍କ ଉପରେ କଣ ପ୍ରଭାବ ପଡିବ ତାହା ଆମେ ବୁଝିପାରୁଛୁ । ତେଣୁ ସାମୟିକ ଭାବେ ରେସ୍ତୋରାଁ ବନ୍ଦ ହେଲେ ମଧ୍ୟ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଜାରି ରଖିବ । ଋଷିଆରେ ମ୍ୟାକଡୋନାଲ୍ଡର ୮୫୦ରୁ ଅଧିକ ରେସ୍ତୋରାଁ ଏବଂ ୬୨ ହଜାର କର୍ମଚାରୀ ରହିଛନ୍ତି ।

ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣକୁ ବିରୋଧ କରି ଦୁଇ ସପ୍ତାହ ମଧ୍ୟରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ, ଗଣମାଧ୍ୟମ, ଏବଂ କିଛି ବୃହତ୍‌ ଉଦ୍ୟୋଗ ଋଷିଆରେ ସେବା ବନ୍ଦ ପାଇଁ ଘୋଷଣା କରିଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ କଠୋର ଆଭିମୁଖ୍ୟ ଆପଣାଉଛନ୍ତି । ଆର୍ଥିକ, ବ୍ୟବସାୟିକ ଏବଂ ସାମରିକ ପ୍ରତିବନ୍ଧକ ମାଧ୍ୟମରେ ଋଷ୍ ଉପରେ ଚାପ ପକାଇ ଯୁଦ୍ଧ ବନ୍ଦ କରିବାକୁ ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକା ମଙ୍ଗଳବାର ଋଷଠୁ ତେଲ, ଗ୍ୟାସ ଓ ଏନର୍ଜି ଆମଦାନୀ ବନ୍ଦ କରିବ ବୋଲି ଘୋଷଣା କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.