ନୂଆଦିଲ୍ଳୀ: ଶ୍ବାସକ୍ରିୟା ବନ୍ଦ କରି ୬୬୨ ଫୁଟ ଗଭୀର ପାଣିରେ ପହଁରି ଗିନିଜ ବୁକ ଅଫ ଓ୍ବାର୍ଲଡ ରେକର୍ଡ କଲେ ଯୁବକ । ଯୁବକ ଜଣକ ହେଉଛନ୍ତି ଡେନମାର୍କର ଜଣେ ସ୍ବିମର ଷ୍ଟିଗ ସେଭେରିସେନ । ୨ ମିନିଟ ୪୨ ସେକଣ୍ଡରେ 662 ଫୁଟ, 8.7 ଇଞ୍ଚ କିମ୍ବା 202 ମିଟର ପାଣିରେ ଗୋଟିଏ ନିଶ୍ବାସରେ ପହଁରିଥିଲେ ଷ୍ଟିଗ । ଷ୍ଟିଗ୍ ଏଭଳି ପ୍ରୟାସ କରୁଥିବା ୩ ମିନିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଡିସେମ୍ବର 23 ରେ ଗିନିଜ ୱାର୍ଲ୍ଡ ରେକର୍ଡର ଅଫିସିଆଲ୍ ଫେସବୁକ୍ ପୃଷ୍ଠାରେ ଏହି ପୋଷ୍ଟ କରାଯାଇଛି ।
ଷ୍ଟିଗ୍ ଏକ ଟେକନିକର ଉପଯୋଗ କରିଥିଲେ, ଯାହାକୁ ଶ୍ବସନ ବିଜ୍ଞାନ ବୋଲି କୁହାଯାଉଛି । ସ୍ବିମିଂ ପୁଲରେ ଷ୍ଟିଗ୍ ଏଭଳି ଅଭ୍ୟାସ ଜାରି ରଖିଥିଲେ । ତେବେ ତାଙ୍କର ଏହି ଭିଡିଓ ସେୟାର କରିବା ଓ ସହଯୋଗ କରିବା ପାଇଁ ଲୋକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ପିଲାମାନଙ୍କୁ ପ୍ରେରଣା ଦେବା ପାଇଁ ମହାସାଗରୀୟ ତଥା ବନ୍ୟଜନ୍ତୁଙ୍କ ପାଇଁ ଜନ ଜାଗରଣ ସୃଷ୍ଟି କରିବାକୁ ଏଭଳି ପ୍ରୟାସ କରିଥିଲେ ଷ୍ଟିଗ୍ ।