ETV Bharat / international

ଲଣ୍ଡନ ବିକ୍ଷୋଭରେ ସମ୍ପୃକ୍ତ 12 ଜଣଙ୍କୁ ଖୋଜିବା ପାଇଁ ଅପିଲ

author img

By

Published : Jun 23, 2020, 4:06 AM IST

ଆମେରିକାରେ ଆରମ୍ଭ ହୋଇ ଇଂଲଣ୍ଡରେ ପହଞ୍ଚିଥିଲା ଜାତିଆଣ ବିରୋଧୀ ବିକ୍ଷୋଭ । ହେଲେ ଇଂଲଣ୍ଡରେ କେତେକ ଅସାମାଜିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁଁ ବିକ୍ଷୋଭର ପରିଭାଷା ବଦଳିବା ସହ ଅନେକ ହିଂସାକାଣ୍ଡ ଘଟିଥିଲା । ତେବେ ଏହି ହିଂସାକାଣ୍ଡର ସିସିଟିଭି ଫୁଟେଜ ସୋମବାର ଜାରି କରିଛି ଦେଶର ମେଟ୍ରୋପୋଲିଟାନ ପୋଲିସ । ଅଧିକ ପଢ଼ନ୍ତୁ...

london protest update, london protestors photo released, london protest cctv footage, police investigation in london protest, ଲଣ୍ଡନ ବିକ୍ଷୋଭ ଅପଡେଟ, ଲଣ୍ଡନ ବିକ୍ଷୋଭକାରୀଙ୍କ ଫଟୋ ଜାରି, ଲଣ୍ଡନ ବିକ୍ଷୋଭର ସିସିଟିଭି ଫୁଟେଜ, ଲଣ୍ଡନ ବିକ୍ଷୋଭରେ ପୋଲିସ ତଦନ୍ତ
ଲଣ୍ଡନ ବିକ୍ଷୋଭରେ ସମ୍ପୃକ୍ତ 12 ଜଣଙ୍କୁ ଖୋଜିବା ପାଇଁ ଅପିଲ

ଲଣ୍ଡନ: ଆମେରିକାରେ ଆରମ୍ଭ ହୋଇ ଇଂଲଣ୍ଡରେ ପହଞ୍ଚିଥିବା ଜାତିଆଣ ବିରୋଧୀ ବିକ୍ଷୋଭ । ହେଲେ ଇଂଲଣ୍ଡରେ କେତେକ ଅସାମାଜିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁଁ ବିକ୍ଷୋଭର ପରିଭାଷା ବଦଳିବା ସହ ଅନେକ ହିଂସାକାଣ୍ଡ ଘଟିଥିଲା । ତେବେ ଏହି ହିଂସାକାଣ୍ଡର ସିସିଟିଭି ଫୁଟେଜ ସୋମବାର ଜାରି କରିଛି ଦେଶର ମେଟ୍ରୋପୋଲିଟାନ ପୋଲିସ । ଏହି ଫୁଟେଜରେ 12 ଜଣଙ୍କୁ ଚିହ୍ନଟ କରି ସେମାନଙ୍କୁ ଠିକଣା ଦେବା ପାଇଁ ଲୋକଙ୍କ ସାହାଯ୍ୟ ଲୋଡିଛି ପୋଲିସ ।

ଦେଶରେ ଏହି ଆନ୍ଦୋଳନ ଆଳରେ ହୋଇଥିବା ହିଂସାକାଣ୍ଡରେ ଏଯାବତ୍‌ 100ରୁ ଉର୍ଦ୍ଧ୍ବ ପୋଲିସକର୍ମୀ ଆହତ ହୋଇଥିବା ଦେଖାଯାଇଛି । କେବଳ ସେତିକି ନୁହେଁ ପୋଲିସ ଘୋଡା ଓ କୁକୁର ମଧ୍ୟ ଏଥିରେ ଆହତ ହୋଇଥିବା ଜଣା ପଡିଛି । ସେପଟେ ପ୍ରାୟ 300 ଲୋକେ ଏହି ଘଟଣାରେ ଗିରଫ ହୋଇଥିବା ଜଣା ପଡିଛି । ଦେଶରେ ହିଂସା ନାମରେ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ସହ ଅନେକ ଜନନାୟକଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଙ୍ଗା ଯାଇଥିଲା । ତେବେ ଏଥିରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ସମସ୍ତ ଚେଷ୍ଟା ଆରମ୍ଭ କରିଥିଲା ।

ପୂର୍ବରୁ ସ୍କଟଲାଣ୍ଡ ୟାର୍ଡ 35 ଜଣ ସମ୍ପୃକ୍ତଙ୍କ ଫଟୋ ଜାରି କରିବା ସହ ଏଯାବତ୍‌ ମୋଟ 48ଜଣଙ୍କ ଫଟୋ ପୋଲିସକୁ ହସ୍ତାନ୍ତର ହୋଇଛି । ତେବେ ସୋମବାର ପୋଲିସ ହାତରେ ସମ୍ପୃକ୍ତ ସ୍ଥାନର ସିସିଟିଭି ଫୁଟେଜ ଲାଗିଥିବା ବେଳେ ଏଥିରୁ 12 ଜଣ ସମ୍ପୃକ୍ତଙ୍କୁ ଚିହନ୍ଟ କରି ଏମାନଙ୍କୁ ଖୋଜିବାରେ ସାଧାରଣ ଲୋକଙ୍କ ସହାୟତା ଲୋଡିଛି ପୋଲିସ । ଦେଶରେ ସାଧାରଣ ନାଗରିକ ମଧ୍ୟ ପୋଲିସକୁ ସହଯୋଗ କରୁଥିବା ରବିବାର କମାଣ୍ଡର ଆଲେକ୍ସ ମୁରେ କହିଥିଲେ ।

ପୋଲିସ ସୂଚନା ଦେଇ ଏହା ମଧ୍ୟ କହିଛି କି ଏହି ବିକ୍ଷୋଭରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ ସତ, ହେଲେ ସମସ୍ତଙ୍କ ଉଦ୍ଦେଶ୍ୟ ସମାନ ନଥିଲା । କିଛି ବିକ୍ଷୋଭ ଦ୍ବାରା ସରକାରଙ୍କୁ ନିଜ ମତ ଦେବାକୁ ଚାହୁଁଥିବା ବେଳେ କିଛିଙ୍କ ଉଦ୍ଦେଶ୍ୟ ରହିଥିଲା ହିଂସାକାଣ୍ଡ ଘଟାଇବା ଓ ଅନ୍ୟ ସାଧାରଣ ନାଗରିକଙ୍କୁ ଏଥିରେ ସାମିଲ ହେବା ପାଉଁ ପ୍ରରୋଚିତ କରିବା । ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି ହିଂସା ତୀବ୍ରତର ହୋଇଥିବା ଦେଖାଯାଇଥିବା ବେଳେ ସେମାନଙ୍କ ଅପଦସ୍ତ କରିବା ପାଇଁ ଅନେକ ଖରାପ ଶବ୍ଦ ଓ ଖରାପ ବ୍ୟବହାର ହୋଇଥିଲା ।

ଏସମ୍ପର୍କରେ କମାଣ୍ଡର ମୁରେ କହିଛନ୍ତି କି ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ସମସ୍ତ ଦୋଷୀ ପୋଲିସ ହେପାଜତରେ ରହିବା ନେଇ ଆଶା ରହିଛି । ଏଥିପାଇଁ ସାଧାରଣ ନାଗରିକଙ୍କୁ ସହାୟତା ନିତାନ୍ତ ଆବଶ୍ୟକ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.