ETV Bharat / international

ଜାଣନ୍ତୁ, ୟୁକେ ଟ୍ରାଭେଲ କ୍ବାରେଣ୍ଟାଇନ ନିୟମରୁ କିଏ ପଡିବେ ବାଦ୍‌ - ୟୁକେରେ କ୍ବାରେଣ୍ଟାଇନ ନିୟମ

ବର୍ତ୍ତମାନ ପାଇଁ କେତେକ ନିର୍ଦ୍ଦିଷ୍ଟ ବିଭାଗ ପାଇଁ 14 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ନିୟମ ନିୟମ ଲାଗୁ ନକରିବା ପାଇଁ କୁହାଯାଇଛି । ଏଥିରେ ଲରି ଡ୍ରାଇଭର, ପୋଲିସ ଅଧିକାରୀ, ସାମୟିକ ବା ଋତୁ ଚାଷୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ବାଦ ଦେବା ପାଇଁ ନିଷ୍ପତ୍ତି ହୋଇଛି ।

uk travel rule, travel quarantine, quarantine rule in uk, corona in uk, ୟୁକେ ଟ୍ରାଭେଲ ନିୟମ, ଟ୍ରାଭେଲ କ୍ବାରେଣ୍ଟାଇନ, ୟୁକେରେ କ୍ବାରେଣ୍ଟାଇନ ନିୟମ, ୟୁକେରେ କୋରୋନା
ଜାଣନ୍ତୁ ୟୁକେ ଟ୍ରାଭେଲ କ୍ବାରେଣ୍ଟାଇନ ନିୟମରୁ କିଏ ପଡିବେ ବାଦ୍‌
author img

By

Published : Jun 3, 2020, 12:27 AM IST

ଲଣ୍ଡନ: ଲକଡାଉନ ନିୟମ କୋହଳ ସହ ୟୁକେକୁ ଆସୁଥିବା ଅନ୍ୟ ପ୍ରାନ୍ତର ଆଗନ୍ତୁକଙ୍କ ପାଇଁ ସରକାର ଲାଗୁ କରିଥିଲେ 14 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ନିୟମ । ଏହା ଜୁନ 8ରୁ ଦେଶରେ ଲାଗୁ ହେବାର ଯୋଜନା ରହିଛି । ପ୍ରାଥମିକ ସ୍ତରରେ ଏଥିରୁ କେବଳ ବ୍ୟବସାୟ ଉଦ୍ଦେଶ୍ୟରେ ଆସୁଥିବା ବ୍ୟକ୍ତିଙ୍କୁ ବାଦ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଏହି ନିୟମ କୋହଳ ହେବାକୁ ଯାଉଛି । ମଙ୍ଗଳବାର ୟୁକେ ସରକାର ଦେଇଥିବା ଦୈନିକ ବିବରଣୀରେ ସ୍ପଷ୍ଟ ହୋଇଛି ଧିରେ ଧିରେ ଏହି 14 ଦିନିଆ କ୍ବାରେଣ୍ଟାଇନ ନିୟମ ମଧ୍ୟ କୋହଳ ହେବ ।

ବର୍ତ୍ତମାନ ପାଇଁ କେତେକ ନିର୍ଦ୍ଦିଷ୍ଟ ବିଭାଗ ପାଇଁ ଏହି ନିୟମ ଲାଗୁ ନକରିବା ପାଇଁ କୁହାଯାଇଛି । ଏଥିରେ ଲରି ଡ୍ରାଇଭର, ପୋଲିସ ଅଧିକାରୀ, ସାମୟିକ ବା ଋତୁ ଚାଷୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ବାଦ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏଥିସହ ଆଇରିସ ରିପବ୍ଲିକରୁ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଥିରୁ ବାଦ ଦେବା ପାଇଁ କୁହାଯାଇଛି । କିନ୍ତୁ ଏହି ନିଷ୍ପତ୍ତିରେ ସାମାନ୍ୟ ଚିନ୍ତା ପ୍ରକାଶ କରିଛନ୍ତି କେତେକ ସାଂସଦ ଓ ବ୍ୟାବସାୟିକ ପ୍ରତିଷ୍ଠାନ । ଏହାଦ୍ବାରା ଦେଶରେ ଟ୍ରାଭେଲ ବା ପରିବହନ ଉଦ୍ୟୋଗ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି ।

ଆଗକୁ ଏହି ନିୟମରେ ଅଧିକ ଲୋକଙ୍କୁ ବାଦ ଦେବା ନେଇ ନିଷ୍ପତ୍ତି ନିଆଯାଇପାରେ । ତେବେ ଏହି ନିୟମ ଆଧାରରେ ଦେଶକୁ ବିମାନ ଯୋଗେ ଆସୁଥିବା ବ୍ୟକ୍ତିଙ୍କୁ 14 ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବାକୁ ହେବ । ଯଦି କେହି ଏହି ନିୟମରେ ବ୍ୟତିକ୍ରମ କରନ୍ତି ତେବେ ସେମାନଙ୍କୁ 1000ପାଉଣ୍ଡକ ତଣ୍ଡ ଗଣିବାକୁ ହେବ ବୋଲି ସୂଚନା ରହିଛି । ସେପଟେ ଏନେଇ ଆବାସ ମନ୍ତ୍ରୀ ସିମୋନ କ୍ଲର୍କଙ୍କ କହିବା ଅନୁଯାୟୀ ଏହି ଏକ ଅସ୍ଥାୟୀ ସାମୟିକ ପଦକ୍ଷେପ । ଯାହା ଦେଶରେ ନୂଆ ସଂକ୍ରମଣର ପ୍ରବେଶକୁ ରୋକିବ । କିନ୍ତୁ ଏହା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ । ଏନେଇ ଏକ ବସ୍ତୁତ ବିବରଣୀ ଚଳିତ ସପ୍ତାହ ସଂସଦରେ ଉପସ୍ଥାପନ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.