ETV Bharat / international

ୟୁକେରେ ଭାରତୀୟ ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ଡର - covid 19 in UK

କେତେକ କର୍ମୀଙ୍କୁ ପିପିଇ କିଟ୍ସ ମାଗିବାରୁ ଅପମାନ କରାଯାଇଥିବା ସର୍ଭେରୁ ଜଣାପଡିଥିଲା । ହସ୍ପିଟାଲରେ ସ୍ଥାନୀୟ ଲୋକଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ବାହାର ଦେଶର କର୍ମୀଙ୍କୁ ପ୍ରାଥମିକତା ଦିଆଯାଉନାହିଁ । ଅଧିକ ପଢନ୍ତୁ...

ୟୁକେରେ ଭାରତୀୟ ସ୍ବାସ୍ଥ୍ୟ କର୍ମୀଙ୍କୁ ଅଧିକ କୋରୋନା ଡର

author img

By

Published : Apr 25, 2020, 7:51 PM IST

ଲଣ୍ଡନ: ୟୁକେରେ କୋରୋନା ସଂକ୍ରମଣ ଗମ୍ଭୀର ରୂପ ନେଇଛି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 43 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା 20 ହଜାର ପାଖାପାଖି ଛୁଇଁଲାଣି । ଏପରି ସମୟରେ ଦେଶରେ ସମସ୍ତ ସ୍ବାସ୍ଥ୍ୟ କର୍ମୀ ଦିନରାତି ଏକ କରି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ତେବେ ଏମାନଙ୍କ ଭିତରେ ଥିବା ଭାରତୀୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ଅଧିକ କୋରୋନା ଡର ରହିଛି ବୋଲି ଏକ ସର୍ଭେରୁ ଜଣାପଡିଛି ।

ଭାରତୀୟ ବଂଶୋଦ୍ଭବ ପଦାର୍ଥ ବିଜ୍ଞାନୀଙ୍କ ବ୍ରିଟିଶ ଆସୋସିଏସନ ଗବେଷଣା ଓ ଆବିଷ୍କାର ଫୋରମ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଏପ୍ରିଲ 14ରୁ 21 ଯାଏଁ 2003 ଲୋକଙ୍କୁ ନେଇ ଏହା ହୋଇଥିଲା । ଏଥିରେ ଏସିଆ ମହାଦେଶରୁ ଏଠାରେ ଥିବା ସବୁପ୍ରକାର ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ବାସ୍ଥ୍ୟ କର୍ମୀ ଭାଗ ନେଇଥିଲେ । ଏହାର ଫଳାଫଳ ଦର୍ଶାଇଥିଲା ଯେ ଅନେକ ଭାରତୀୟ ବଂଶୋଦ୍ଭବ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ପାଇନାହାନ୍ତି । ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଏପର୍ଯ୍ୟନ୍ତ ପିପିଇ କିଟ୍ସ ମିଳିନାହିଁ ।

ଏପରିକି କେତେକ କର୍ମୀଙ୍କୁ ପିପିଇ କିଟ୍ସ ମାଗିବାରୁ ଅପମାନ କରାଯାଇଥିବା ସର୍ଭେରୁ ଜଣାପଡିଥିଲା । ହସ୍ପିଟାଲରେ ସ୍ଥାନୀୟ ଲୋକଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବାବେଳେ ବାହାର ଦେଶର କର୍ମୀଙ୍କୁ ପ୍ରାଥମିକତା ଦିଆଯାଉନାହିଁ । 24 ଘଣ୍ଟା ଆକ୍ରାନ୍ତଙ୍କ ସହ ରହୁଥିବାରୁ ଏମାନଙ୍କୁ ସଂକ୍ରମଣର ଅଧିକ ଡର ରହୁଛି । ତେବେ ଏନେଇ ଫୋରମ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ସ୍ବାସ୍ଥ୍ୟ କର୍ମୀ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ସେମାନଙ୍କୁ ଯଥେଷ୍ଟ ପରିମାଣର ପିପିଇ କିଟ୍ସ ଯୋଗାଇବାକୁ ଫୋରମ ସରକାରଙ୍କୁ ନିବେଦନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.