ETV Bharat / international

ହୋଣ୍ଡୁରାସରେ ଡଙ୍ଗା ଓଲଟି 26 ମୃତ

ହୋଣ୍ଡୁରାସର ପୂର୍ବ ମୋସ୍କିଟିୟା କ୍ଷେତ୍ରରେ କାରବିଆନ ତଟରେ ମାଛଧରା ଡଙ୍ଗା ବୁଡି 26 ମୃତ ।

author img

By

Published : Jul 4, 2019, 5:06 PM IST

ପ୍ରତିକାତ୍ମକ ଫଟୋ

ତେଗୁସିଗଲପା: ଆମେରିକୀୟ ଦେଶ ହଣ୍ଡୁରାସରେ ଏକ ମାଛଧରା ଡଙ୍ଗା ଓଲଟିବା ଫଳରେ 26 ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଡଙ୍ଗା ପୂର୍ବ ମୋସ୍କିଟିୟା କ୍ଷେତ୍ରରେ କୈରିବିୟନ ତଟ ନିକଟରେ ବୁଡିଯାଇଥିଲା । ଯେଉଁଥିରେ 73 ଜଣ ମତ୍ସଜୀବୀ ଥିବାବେଳେ ଏଥିରୁ 26 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ 47 ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବିକ, ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ମତ୍ସଜୀବୀ ମାନେ ଯାଇଥିବାବେଳେ ନୌକାଟି ଭାରସ୍ୟାମ ହରାଇ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । କ୍ୟାପ୍ଟେନ ଏସଓଏସ ସଙ୍କେତ ଦେଇଥିଲେ ମଧ୍ୟ ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯେଉଁଥିପାଇଁ ଡଙ୍ଗାଟି ଆଉ ନିୟନ୍ତ୍ରଣକୁ ଆସିପାରିନଥିଲା ।

ତେବେ ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ସମୁଦ୍ରରେ ଝଡ ତୋଫାନ ଯୋଗୁଁ ଏପରି ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

Intro:Body:

saf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.