ETV Bharat / international

ବିକ୍ରି ହେଉଛି ପୁଅର ଫଟୋ, ହ୍ୟାରୀ ଓ ମେଘାନଙ୍କ ମାମଲା ରୁଜୁ - ପତ୍ନୀ ମେଘାନ ମର୍କଲେ

ଯୁବରାଜ ହ୍ୟାରୀ ଦର୍ଶାଇଛନ୍ତି ଯେ ସେମାନଙ୍କ 14 ମାସର ପୁଅର ବ୍ୟକ୍ତିଗତ ସୁରକ୍ଷା ପ୍ରତି ଏହା ଏକ ଆକ୍ରମଣ । ସେମାନଙ୍କ ଅନୁମତି ବିନା ଫଟୋଟିକୁ ଲାଭଜନକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଅଧିକ ପଢନ୍ତୁ....

ବିକ୍ରି ହେଉଛି ପୁଅର ଫଟୋ, ହ୍ୟାରୀ ଓ ମେଘାନଙ୍କ ମାମଲା ରୁଜୁ

author img

By

Published : Jul 24, 2020, 9:32 PM IST

ଲସ ଏଞ୍ଜେଲେସ: ନିଜ ପୁଅର ଫଟୋ ବିକ୍ରି ବନ୍ଦ କରିବାକୁ ମାମଲା ରୁଜୁ କରିଛନ୍ତି ପ୍ରିନ୍ସ ହ୍ୟାରୀ ଓ ପତ୍ନୀ ମେଘାନ ମର୍କଲେ । ଲସ ଏଞ୍ଜେଲେସରେ ଥିବା ବାସଭବନରେ ପୁଅ ଆର୍କିର ଉଠାଯାଇଥିବା ଏକ ଫଟୋ ବର୍ତ୍ତମାନ ଏକ ମିଡିଆ ସଂସ୍ଥା ପକ୍ଷରୁ ପବ୍ଲିସ ହେଉଛି । ଯାହା ବିରୋଧରେ ପୂର୍ବତନ ରାଜପରିବାରର ସଦସ୍ୟ ମାମଲା ରୁଜୁ କରିଛନ୍ତି । ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଭାଙ୍ଗି ଏପରି ଫଟୋ ଉଠାଯାଇଥିବା ଉଭୟ ପତି-ପତ୍ନୀ ଅଭିଯୋଗ କରିଛନ୍ତି ।

ମାମଲାରେ ଯୁବରାଜ ହ୍ୟାରୀ ଦର୍ଶାଇଛନ୍ତି ଯେ ସେମାନଙ୍କ 14 ମାସର ପୁଅର ବ୍ୟକ୍ତିଗତ ସୁରକ୍ଷା ପ୍ରତି ଏହା ଏକ ଆକ୍ରମଣ । ସେମାନଙ୍କ ଅନୁମତି ବିନା ଫଟୋଟିକୁ ଲାଭଜନକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଯେଉଁ ମିଡିଆ ସଂସ୍ଥା ଏହାର ପବ୍ଲିସ କରିଛି ତାହା ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି ଲଣ୍ଡନ ରାଜପରିବାରର ଦମ୍ପତି । ନିଜ ପିଲା ପାଇଁ ପ୍ରତି ବାପା ମାଆଙ୍କର ଦାୟିତ୍ବ ରହିଛି । ଯାହାକୁ ସେମାନେ ମଧ୍ୟ ପାଳୁଛନ୍ତି ବୋଲି ମେଘାନ କହିଛନ୍ତି । ଫଟୋ ବିକ୍ରି ଓ ଏହାର ପବ୍ଲିସ ବନ୍ଦ କରିବା ପାଇଁ ଉଭୟ ମାମଲାରେ ଦାବି କରିଛନ୍ତି ।

କାଲିଫର୍ଣ୍ଣିଆର ମାଲିବୁକୁ ଏକ ଫ୍ୟାମିଲି ଟ୍ରିପରେ ଯାଇଥିବାବେଳେ ସେମାନେ ଏହି ଫଟୋ ଦେଖିଥିଲେ । ସମ୍ପୃକ୍ତ ମିଡିଆ ସଂସ୍ଥାକୁ ଏହି ଫଟୋ ବିକ୍ରି କରାଯାଇଥିଲା । ଲୋଭନୀୟ ଅର୍ଥରେ ଫଟୋଟିକୁ କିଣି ଏହାର ପବ୍ଲିସ କରିବାରେ ଲାଗିଛି ସଂସ୍ଥା । ଯାଞ୍ଚ ପରେ ଏହା ସେମାନଙ୍କ ଲସ ଏଞ୍ଜେଲେସ ବାସଭବନର ଫଟୋ ଏବଂ ବିନା ଅନୁମତିରେ ଉଠାଯାଇଥିବା ଜଣାପଡିଥିଲା । ଯାହା ପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାମଲା ରୁଜୁ କରିଥିଲେ ପୂର୍ବତନ ରାଜ ଦମ୍ପତି ।

ମେଘାନ ଓ ହ୍ୟାରୀଙ୍କ ପକ୍ଷରୁ ଆର୍କିଙ୍କୁ ସର୍ବସାଧାରଣରେ ଅଧିକ ଦେଖାଯାଇନାହିଁ । ମାଲିବୁରେ ବହୁତ କମ ଥର ଆର୍କିଙ୍କର ଫଟୋ ବାହାରେ ପ୍ରକାଶିତ ହୋଇଛି । ଫଟୋଟି ଲସ ଏଞ୍ଜେଲେସରେ ବିକ୍ରି ହୋଇନାହିଁ କି ପବ୍ଲିସ ହୋଇନାହିଁ । କାରଣ ସେଠାରେ ଏପରି କରିବା ନିୟମ ବିରୋଧୀ । ସେଥିପାଇଁ ଅତି ଚାଲାକିରେ ଏହାକୁ ବାହାରେ ଆଣି ମାଲିବୁରେ ବିକ୍ରି କରାଯାଇଛି ବୋଲି ଅଭିଯୋଗ ଦାଖଲ ହୋଇଛି । ବାସଭବନରେ ଫଟୋ ଉଠାଯିବା ଉପରେ କହିଛନ୍ତି ଯେ ଡ୍ରୋନ ଦ୍ବାରା ଏହା ନିଆଯାଇଛି ।

କାରଣ ଯେଉଁ ଉତ୍ସବରେ ସମସ୍ତ ଅତିଥି ଆର୍କିକୁ ଦେଖିବାକୁ ଆସିଥିଲେ ସେଠାରେ ସବୁ ପ୍ରକାର ଫଟୋ ଉଠାକୁ ସେମାନେ ନିଷେଧ କରିଥିଲେ । ଏପରିକି ବାସଭବନ ଉପରେ ହେଲିକେପ୍ଟର ଉଡାଣ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ହୋଇଥିଲା । କେବଳ ଡ୍ରୋନ ଉଡାଣକୁ ଅନୁମତି ରହିଥିଲା ଯାହା ଦ୍ବାରା ଏହି ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି ।

ତେବେ କିଏ ଫଟୋ ଉଠାଇଛି ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମାମଲାରେ ଫଟୋଗ୍ରାଫରକୁ ଖୋଜିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହ୍ୟାରୀ ଓ ମେଘାନ ଦାବି କରିଛନ୍ତି । ପ୍ରକାଶ ଥାଉ କି ହ୍ୟାରୀ ଓ ମେଘାନ ରାଜପରିବାର ସଦସ୍ୟତା ତ୍ୟାଗ କରି ଏବେ ସାଧାରଣ ଭାବେ ଜିଇଁବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ପ୍ରଥମେ ବ୍ରିଟେନରୁ କାନାଡା ଏବଂ କୋରୋନା ଆତଙ୍କ ପୂର୍ବରୁ ଆମେରିକା ଫେରି ଆସିଥିଲେ । ଏଠାରେ ଲସ ଏଞ୍ଜେଲେସରେ ବିଳାସମୟ କୋଠା ନେଇ ସେମାନେ ରହୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.