ସିଡନୀ: ଦୁଇ ଦୁଇ ଥର ଏକ ବୃହତ ସାର୍କ ଆକ୍ରମଣ କରିବା ସତ୍ତ୍ବେ ବି ଜଣେ ବ୍ୟକ୍ତି ସମାନ୍ୟ ଆହତ ହୋଇଛନ୍ତି । ଅଷ୍ଟ୍ରେଲିଆରେ 23 ବର୍ଷୀୟ ଡାଇଲନ୍ ନାକାସ୍ ମେଲବୋର୍ଣ୍ଣ ଠାରୁ ପ୍ରାୟ 1.5 ଘଣ୍ଟା ବେଲ୍ସ ବିଚରେ ସର୍ଫିଂ କରୁଥିଲେ । ଏହି ସମୟରେ ଏକ ବଡ ସାର୍କ ତାଙ୍କୁ ଆକ୍ରମଣ କରିଥିଲା । ହେଲେ ଗୋଡରେ ଆଘାତ ଲାଗିଥିବାବେଳେ ଅନ୍ୟ କୌଣସି ସ୍ଥାନରେ କିଛି କ୍ଷତ ହୋଇନାହିଁ ବୋଲି ଯୁବକ ଜଣଙ୍କ କହିଛନ୍ତି ।
ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣଙ୍କ ସର୍ଫିଂ କରୁଥିବା ବେଳେ ସାର୍କଟି ତାଙ୍କ ନିକଟକୁ ଆସି ତାଙ୍କ ଗୋଡକୁ ପାଟିରେ କାମୁଡି ଧରିଥିଲା । ଏହାପରେ ଗୋଡକୁ ଛାଟିବା ଦ୍ବାରା ସେ ଛାଡିଦେଇଥିଲା । ଏହାଦେଖି କିଛି ସ୍ଥାନୀୟ ଲୋକ ମଧ୍ୟ ଯୁବକଙ୍କର ସହାୟତା କରିବାକୁ ଧାଇଁ ଯାଇଥିଲେ ।
ତେବେ ବିଶ୍ବ ପ୍ରସିଦ୍ଧ ସର୍ଫ ବ୍ରେକ କୁ ଦେଖୁଥିବା ବେଳେ ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତି ଏହି ଭିଡିଓକୁ ରେକର୍ଡ କରିଛନ୍ତି । ଅଷ୍ଟ୍ରେଲିଆରେ ସାଧାରଣତଃ ବିଶ୍ବରେ ସବୁଠାରୁ ଅଧିକ ସାର୍କ ଆକ୍ରମଣ କରିଥାଏ । କିନ୍ତୁ ଏଠାରେ ମୃତ୍ୟୁ ସଂଖ୍ୟା ବହୁତ କମ । ଗତବର୍ଷ ମଧ୍ୟ ଗୋଟିଏ ବି ମୃତ୍ୟୁ ହୋଇନଥିବା ରେକର୍ଡ ରହିଛି । ତେବେ ଯୁବକ ଜଣଙ୍କ ଖବୁ ଶୀଘ୍ର ସୁସ୍ଥ ହୋଇ ସର୍ଫିଂ କରିବେ ବୋଲି କହିଛନ୍ତି ।