ETV Bharat / international

ଅଣସେନଗେନ ରାଷ୍ଟ୍ରଙ୍କ ପାଇଁ ସୀମା ଖୋଲିବ ଫ୍ରାନ୍ସ - ସୀମା ଖୋଲିବ ଫ୍ରାନ୍ସ

ୟୁରୋପିଆନ କମିଶନର ପ୍ରସ୍ତାବ ପରେ ଏବେ ଅଣସେନଗେନ ରାଷ୍ଟ୍ରଙ୍କ ପାଇଁ ସୀମା ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଫ୍ରାନ୍ସ । ଜୁଲାଇ 1ରୁ ସେନଗେନ ଅଞ୍ଚଳ ଅନ୍ତର୍ଭୁକ୍ତ 26 ୟୁରୋପିଅନ ରାଷ୍ଟ୍ରଙ୍କ ଛଡା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ମଧ୍ୟ ଫ୍ରାନ୍ସ ନିଜ ସୀମା ଖୋଲିବାକୁ ଯାଉଛି ।

ଅଣସେନଗେନ ରାଷ୍ଟ୍ରଙ୍କ ପାଇଁ ସୀମା ଖୋଲିବ ଫ୍ରାନ୍ସ

author img

By

Published : Jun 13, 2020, 7:09 PM IST

ପ୍ୟାରିସ: ୟୁରୋପିଆନ କମିଶନର ପ୍ରସ୍ତାବ ପରେ ଏବେ ଅଣସେନଗେନ (nonschengen) ରାଷ୍ଟ୍ରଙ୍କ ପାଇଁ ସୀମା ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଫ୍ରାନ୍ସ । ଜୁଲାଇ 1ରୁ ସେନଗେନ ଅଞ୍ଚଳ ଅନ୍ତର୍ଭୁକ୍ତ 26 ୟୁରୋପିଅନ ରାଷ୍ଟ୍ରଙ୍କ ଛଡା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ମଧ୍ୟ ଫ୍ରାନ୍ସ ନିଜ ସୀମା ଖୋଲିବାକୁ ଯାଉଛି । ଏନେଇ ଶନିବାର ସ୍ପଷ୍ଟ ସୂଚନା ଦେଇଛନ୍ତି ଫ୍ରାନ୍ସ ସରକାର ।

ତେବେ ଏହି ସୀମା ଖୋଲିବା ନିଷ୍ପତ୍ତି ମଧ୍ୟ ପ୍ରତି ଅଣସେନଗେନ ରାଷ୍ଟ୍ରଙ୍କ ପାଇଁ ଭିନ୍ନ ରହିବ । କେଉଁ ରାଷ୍ଟ୍ରରେ କୋରୋନାର ସ୍ଥିତି କିପରି ରହିଛି, ସେହି ତଥ୍ୟ ଆଧାରରେ ସେମାନଙ୍କ ପାଇଁ ଫ୍ରାନ୍ସର ସେବା ସ୍ବାଭାବିକ ରହିବ । ଏନେଇ ଫ୍ରାନ୍ସ ବୈଦେଶିକ ଓ ଆଭ୍ୟନ୍ତରୀଣ ମନ୍ତ୍ରୀ ମିଳିତ ଭାବେ କହିଛନ୍ତି କି ଫ୍ରାନ୍ସ ଓ ୟୁରୋପରେ କୋରୋନା ସ୍ଥିତିରେ ସୁଧାର ଆସୁଥିବାରୁ ଏହି ସୀମା ଖୋଲିବା ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ । ତେବେ ଏହା ନା ଯେ କେବଳ ସ୍ଥଳ ଭାଗରେ ଲାଗୁ ହେବ, ବରଂ ବାୟୁ ଓ ଜଳ ସୀମାରେ ମଧ୍ୟ ଲାଗୁ ହେବ ।

ତେବେ ଏହି ଘୋଷଣା ମୁତାବକ ଜୁନ 15ରୁ ୟୁରୋପୀଆନ ୟୁନିୟନର ସଦସ୍ୟ ରାଷ୍ଟ୍ର ୟଥା ମୋନାକୋ, ଲିସ୍ତେନଷ୍ଟେନ, ନରୱେ, ଆଣ୍ଡୋରା, ଆଇସଲ୍ୟାଣ୍ଡ, ସାନ ମାରିନୋ, ସ୍ବିଜରଲ୍ୟାଣ୍ଡ ଓ ଭାଟିକାନର ନାଗରିକ ଫ୍ରାନ୍ସରେ ପ୍ରବେଶ କରିପାରିବେ । ଏଥିପାଇଁ ଯାତ୍ରୀଙ୍କୁ ନିଜ ଯାତ୍ରାର କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ । ଏଥିସହ ଫ୍ରାନ୍ସରେ ପହଞ୍ଚିବା ପରେ କ୍ବାରେଣ୍ଟାଇନରେ ମଧ୍ୟ ରହିବାର କୌଣସି ଆବଶ୍ୟକତା ନାହିଁ । ସେପଟେ ସ୍ପେନ ଓ ୟୁକେ ପାଇଁ ଏବେ ବି କଟକଣା ଜାରି ରହିବା ନେଇ ଜଣା ପଡିଛି ।

ସ୍ପେନରୁ ଆସୁଥିବା ଯାତ୍ରୀଙ୍କୁ ଯାତ୍ରାର କାରଣ ଦର୍ଶାଇବା ସହ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିବାକୁ ହେବ । ସେହିପରି ୟୁକେରୁ ଆସୁଥିବା ଯାତ୍ରୀଙ୍କୁ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ । ଏସବୁ ବାଦେ ଶନିବାର ହୋଇଥିବା ଘୋଷଣା ଆଧାରରେ ଜୁଲାଇ 1ରୁ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ଫ୍ରାନ୍ସ ଫେରିପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.