ବାମାକୋ: ଅଲ-କାଏଦା ସହ ଜଡିତ 50 ରୁ ଅଧିକ ଆତଙ୍କବାଦୀ ମାଲିରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଫ୍ରାନ୍ସ ବାହିନୀ ଦ୍ବାରା ନିହତ ହୋଇଛନ୍ତି । ଏନେଇ ଫ୍ରାନ୍ସ ସରକାର ସୋମବାର କହିଛନ୍ତି। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ କହିଛନ୍ତି ଯେ ଏହି ଘଟଣା ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଘଟିଛି।
ତିନୋଟି ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଦ୍ବାରା ଏକ ବଡ ମୋଟର ସାଇକେଲ୍ କାରଭାନ୍ ଚିହ୍ନଟ ହେବା ପରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ସମୟରେ 30 ଟି ମୋଟର ସାଇକେଲ୍ ନଷ୍ଟ ହୋଇଯାଇଥିଲା ।
ତେବେ ଆତଙ୍କବାଦୀ ଏୟାର ଷ୍ଟ୍ରାଇକରୁ ରକ୍ଷା ପାଇବା ପାଇଁ ନୀରିକ୍ଷଣରୁ ରକ୍ଷା ପାଇବା ପାଇଁ ଗଛ ମୂଳରେ ବୁଲୁଥିଲେ। ଫ୍ରାନ୍ସ ଫୋର୍ସ ଦୁଇଟି ମିରାଜ୍ ଜେଟ୍ ଏବଂ ଡ୍ରୋନ୍ ପଠାଇ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା । ସାମରିକ ପ୍ରବକ୍ତା କର୍ଣ୍ଣେଲ ଫ୍ରେଡେରିକ୍ ବାରବ୍ରିଙ୍କ କହିବାନୁସାରେ, 4 ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଅପରେସନ ଅନସାରୁଲ ଇସଲାମ ଗୋଷ୍ଠୀ ପାଇଁ ଏକ ବଡ ଝଟକା ।